Advertisment

ଜୁନାଗଡ଼ NACରେ ଅନାସ୍ଥା ଭୋଟ ସ୍ଥଗିତ

ଜୁନାଗଡ଼ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲଙ୍କ ବିରୋଧରେ ଆଜି ଅନାସ୍ଥା ଭୋଟ୍ ହୋଇଥାନ୍ତା।

author-image
Tapaswini Nayak
undefined

Junagada Nac

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆଜି ହେବାକୁ ଥିବା ଅନାସ୍ଥା ଭୋଟ୍ ସ୍ଥଗିତ ରହିଛି। ଏଡିଏମ୍‌ ନ ଆସିବାରୁ ଅନାସ୍ଥା ଭୋଟକୁ ସ୍ଥଗିତ ରଖାଯାଇଥିବା ସୂଚନା ରହିଛି। ଅନାସ୍ଥା ଭୋଟ ପାଇଁ ପୁନର୍ବାର ତାରିଖ ଘୋଷଣା କରିବେ ଜିଲ୍ଲାପାଳ।

Advertisment

ଜୁନାଗଡ଼ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲଙ୍କ ବିରୋଧରେ ଆଜି ଅନାସ୍ଥା ଭୋଟ୍ ହୋଇଥାନ୍ତା। ମୁକେଶ କାଉନସିଲରମାନଙ୍କୁ ଅଣଦେଖା କରିବା ସହ ବିଭିନ୍ନ ଅନିୟମିତତା କାର୍ଯ୍ୟ କରୁଥିବା ନେଇ ଅନାସ୍ଥା ପ୍ରସ୍ତାବ ପାଇଁ ଗତ ୧୬ତାରିଖରେ କଳାହାଣ୍ଡି ଜିଲ୍ଲାପାଳଙ୍କ ପାଖରେ ଫେରାଦ ହୋଇଥିଲେ ଜୁନାଗଡ଼ ଏନଏସି ଉପାଧ୍ୟକ୍ଷଙ୍କ ନେତୃତ୍ୱରେ ୧୦ ଜଣ କାଉନସିଲର। ପରେ ଜିଲ୍ଲାପାଳ ସେମାନଙ୍କ ଦାବି ଗ୍ରହଣ ସହ ଅଗଷ୍ଟ ୧ ତାରିଖରେ ଅନାସ୍ଥା ଭୋଟ ପାଇଁ ତାରିଖ ଧାର୍ଯ୍ୟ କରିଥିଲେ।

ଉଲ୍ଲେଖଯୋଗ୍ୟ, ଜୁନାଗଡ଼ NACର ମୋଟ୍ କାଉନସିଲରଙ୍କ ସଂଖ୍ୟା ୧୨ ଥିବା ବେଳେ ସେମାନଙ୍କ ଭିତରୁ ବିଜେଡିର ୧୦ ଓ ବିଜେପିର ମାତ୍ର ୨ ଜଣ କାଉନସିଲର ଅଛନ୍ତି।

Advertisment
Kalahandi NAC