Advertisment

ବିଜେଡିରେ ଦ୍ୱିତୀୟ ଓ ତୃତୀୟ ପିଢ଼ିର ନେତାଙ୍କ ଭିତରେ ବିବାଦ!

କିଛି ଦିନ ତଳେ ପୂର୍ବତନ ବିଧାୟକଙ୍କ ପୁଅମାନେ ମେଳି କରିଥିବା ନଜରକୁ ଆସିଥିଲା। ଯେଉଁଥିରେ ଥିଲେ ସମ୍ବିତ ରାଉତରାୟ, ରୁଦ୍ର ମହାରଥୀ, ବିଷ୍ଣୁବ୍ରତ ରାଉତରାୟ, ଚନ୍ଦ୍ରସାରଥି ବେହେରା, ଅଂଶୁମାନ ମହାନ୍ତି, ପ୍ରଣବ ବଳବନ୍ତରାୟ ପ୍ରମୁଖ।

BJD

BJD

Advertisment

ବିଜେଡିରେ ଦ୍ୱିତୀୟ ଓ ତୃତୀୟ ପିଢ଼ିର ନେତାଙ୍କ ଭିତରେ ବିବାଦ! ସିନିୟରଙ୍କୁ ମାନୁନାହାନ୍ତି ଜୁନିୟର! ଚାଲିଛି ସମାନ୍ତରାଳ ସଂଗଠନ! ନବୀନ ନିବାସରେ ବଡ଼ ହଲଚଲ୍‌। ରାଜ୍ୟ କମିଟି ଗଠନ ପୂର୍ବରୁ ତୀବ୍ର ହେଲା ଗୋଷ୍ଠୀ କନ୍ଦଳ। ପ୍ରଣବ ପ୍ରକାଶ, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଦେବୀ ମିଶ୍ରଙ୍କ ଭଳି ନେତାଙ୍କୁ ଦଳ ଭିତରୁ ବିରୋଧ କରାଯାଉଥିବା ଚର୍ଚ୍ଚା ହେଉଛି। ନବୀନଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି ଯୁବ ନେତା।

Advertisment

କିଛି ଦିନ ତଳେ ପୂର୍ବତନ ବିଧାୟକଙ୍କ ପୁଅମାନେ ମେଳି କରିଥିବା ନଜରକୁ ଆସିଥିଲା। ଯେଉଁଥିରେ ଥିଲେ ସମ୍ବିତ ରାଉତରାୟ, ରୁଦ୍ର ମହାରଥୀ, ବିଷ୍ଣୁବ୍ରତ ରାଉତରାୟ, ଚନ୍ଦ୍ରସାରଥି ବେହେରା, ଅଂଶୁମାନ ମହାନ୍ତି, ପ୍ରଣବ ବଳବନ୍ତରାୟ ପ୍ରମୁଖ। ଭୁବନେଶ୍ୱରରେ ମେଳି କରି ଯୁବପିଢିକୁ ଦାୟିତ୍ୱ ଦେବାକୁ ବାର୍ତ୍ତା ଦେଇଥିଲେ। ଏବେ ମେଳି କରିଥିବା ନେତାଙ୍କ ସହ ସାମିଲ ହୋଇଛନ୍ତି ଆଉ କିଛି ଯୁବ ବିଧାୟକ ଓ ନେତା। ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ, ପୂର୍ବତନ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓ, ରାଜେନ୍ଦ୍ର ସାହୁ ପ୍ରମୁଖ ଦଳ ପରିଚାଳନା ଦାୟିତ୍ୱରେ ଥିବା ନେତାଙ୍କୁ ବିରୋଧ ଆରମ୍ଭ କଲେଣି। ଏସବୁ ନେତାମାନେ ଗତ ୩ ତାରିଖରେ ଗୋପାଳପୁରରେ ଏକାଠି ହୋଇଥିଲେ। ଯେଉଁଥିରେ ୨୪ ବିପର୍ଯ୍ୟୟ କାରଣ ସାଜିଥିବା ନେତାଙ୍କୁ ବିରୋଧ ପାଇଁ ନିଷ୍ପତ୍ତି ହୋଇଛି। ଆଉ ଶନିବାର ସନ୍ଧ୍ୟାରେ ଏସବୁ ନେତା ନବୀନ ନିବାସରେ ପହଞ୍ଚି ନିଷ୍ପତ୍ତି ବାବଦରେ ନବୀନଙ୍କୁ ଅବଗତ କରିଛନ୍ତି। ଯାହାକୁ ନେଇ ବଢିଛି ଚର୍ଚ୍ଚା।

ସେପଟେ ଦରଦାମ ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି ଲୋକସେବା ଭବନ ଆଗରେ ବଡ଼ ଆନ୍ଦୋଳନ ଡାକରା ଦେଇଛି ବିଜେଡି। ପାଖ ଜିଲ୍ଲା କଟକରୁ ନେତା, ବିଧାୟକ ଓ କର୍ମୀ ଯେପରି ଅଧିକ ଆସିବେ, ସେନେଇ ସମନ୍ୱୟ କମିଟି ଅଧକ୍ଷ ଦେବୀ ମିଶ୍ର, ସଞ୍ଜୟ ଦାସବର୍ମା, ଅରୁଣ ସାହୁ କଟକରେ ଗତ ଶୁକ୍ରବାର ଏକ ବୈଠକ ଡାକିଥିଲେ। ମାତ୍ର ଏହି ବୈଠକରେ କେବଳ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଓ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କୁ ଛାଡିଦେଲେ ଅନ୍ୟ କେହି ଯାଇନଥିଲେ। ଯେଉଁଥିରୁ ସ୍ପଷ୍ଟ ଯେ, ନବୀନ ଯେଉଁ ନେତାମାନଙ୍କୁ ପାର୍ଟି ପରିଚାଳନା ଦାୟିତ୍ୱ ଦେଇଛନ୍ତି ସେମାନଙ୍କୁ ଆଉ ଗ୍ରହଣ କରିବା ମୁଡ୍‌ରେ ନାହାନ୍ତି ଯୁବ ନେତା।

Advertisment

୨୦୨୪ ନିର୍ବାଚନ ପରାଜୟ ପରେ ଆଗଧାଡ଼ିର ନେତାଙ୍କୁ ଦଳ ଭିତରୁ ବିରୋଧ ଦେଖାଦେଇଥିଲା। ଯାହା ଧିରେ ଧିରେ ତୀବ୍ର ରୂପ ଧାରଣ କଲାଣି। ଦେଖିବାର କଥା ହେଉଛି ବିରୋଧ ହେଉଥିବା ସିନିୟର ନେତାଙ୍କୁ ନେଇ ନବୀନ କିପରି ସମାଧାନର ସୂତ୍ର ବାହାର କରୁଛନ୍ତି?

BjD Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe