Advertisment

ପୁତୁରା ସହ କକା ଲଢୁଛନ୍ତି ଆଦର୍ଶର ଲଢେଇ !

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ଯେତିକି ଯେତିକି ପାଖେଇ ଅସୁଛି ସାଧାରଣ ନିର୍ବାଚନ ସେତିକି ସେତିକି ଜୋର୍‌ ଧରୁଛି ନିର୍ବାଚନୀ ପ୍ରଚାର। ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ନିର୍ବାଚନ ମଣ୍ଡଳୀରେ ଏଥର ଦେଖିବାକୁ ମିଳୁଛି ତ୍ରିମୁଖୀ ଲଢେଇ। କଂଗ୍ରେସ ଦଳ ନୁଆ ଚେହେରାକୁ ଟିକେଟ ଦେଇଥିବା ବେଳେ ବିଜେଡିର ପ୍ରାର୍ଥୀ କାକାଙ୍କ ସହ ନିର୍ବାଚନୀ ରଣାଙ୍ଗନରେ ଅବତ୍ତୀର୍ଣ୍ଣ ହେବେ। କାରଣ ବିଜେପିର ପ୍ରାର୍ଥୀ ହୋଇଥିବା ନେତାଙ୍କ ସେ ହେଉଛନ୍ତି ପୁତୁରା। ହେଲେ ଏହି  କକା ପୁତୁରା ଲଢେଇରେ ତୃତୀୟ ପକ୍ଷ ଫାଇଦା […]

ଅଦ୍ୟତନ ହୋଇଛି
ପୁତୁରା ସହ କକା ଲଢୁଛନ୍ତି ଆଦର୍ଶର ଲଢେଇ !

kaka

Advertisment

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ଯେତିକି ଯେତିକି ପାଖେଇ ଅସୁଛି ସାଧାରଣ ନିର୍ବାଚନ ସେତିକି ସେତିକି ଜୋର୍‌ ଧରୁଛି ନିର୍ବାଚନୀ ପ୍ରଚାର। ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ନିର୍ବାଚନ ମଣ୍ଡଳୀରେ ଏଥର ଦେଖିବାକୁ ମିଳୁଛି ତ୍ରିମୁଖୀ ଲଢେଇ।

Advertisment

କଂଗ୍ରେସ ଦଳ ନୁଆ ଚେହେରାକୁ ଟିକେଟ ଦେଇଥିବା ବେଳେ ବିଜେଡିର ପ୍ରାର୍ଥୀ କାକାଙ୍କ ସହ ନିର୍ବାଚନୀ ରଣାଙ୍ଗନରେ ଅବତ୍ତୀର୍ଣ୍ଣ ହେବେ। କାରଣ ବିଜେପିର ପ୍ରାର୍ଥୀ ହୋଇଥିବା ନେତାଙ୍କ ସେ ହେଉଛନ୍ତି ପୁତୁରା। ହେଲେ ଏହି  କକା ପୁତୁରା ଲଢେଇରେ ତୃତୀୟ ପକ୍ଷ ଫାଇଦା ନେଇଯାଇ ପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହେଲାଣି।

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ନିର୍ବାଚନ ମଣ୍ଡଳୀ ସବୁବେଳେ ବିଜେଡିର ଗଡ଼ ଭାବେ ରହି ଆସିଛି। ଏହି ନିର୍ବାଚନ ମଣ୍ଡଳୀରୁ ବିଜେଡିର ନିରଞ୍ଜନ ପୂଝାରୀ ଲଗାତାର ଭାବେ ଦୁଇଥର ବିଜୟୀ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିଆସିଛନ୍ତି। ବିଜେଡି ଦଳ ପୁଣିଥରେ ନିରଞ୍ଜନଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଛି।

Advertisment

ଚଳିତବର୍ଷ ଏହି ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ହାଟ୍ରିକ ଆଶାରେ ସେ ଅଛନ୍ତି। ତେବେ ନିରଞ୍ଜନ ଏଥର ଲଢେଇ କରିବେ ପୁତୁରାଙ୍କ ସହ। କାରଣ ତାଙ୍କ ପୁତୁରା ଅଶୋକ ପୁଝାରୀଙ୍କୁ ଏଥର ମଇଦାନକୁ ଛାଡିଛି ବିଜେପି। ତେବେ ଲଢେଇରେ ସମ୍ପର୍କର ମାନେ କିଛି ନ ଥିବା କଥା ଅମେ ମହାଭାରତରୁ ଜାଣିଛୁ ବୋଲି କହିଛନ୍ତି ଅଶୋକ। ପ୍ରଧାନମନ୍ତ୍ରୀଙ୍କ ବିକାଶଧାରକୁ ପାଥେୟ କରି ଲୋକେ ବିଜେପିକୁ ଜିତାଇବେ ବୋଲି ସେ କହିଛନ୍ତି। ସେପଟେ ଏହି ଲଢେଇ କକା ପୁତୁରା ଭିତରେ ନୁହେଁ ବରଂ ଶଂଖ ଏବଂ ପଦ୍ମ ଭିତରେ। ଏହା ବ୍ୟକ୍ତିଗତ ଅଦର୍ଶର ଲଢେଇ ବୋଲି ନିରଞ୍ଜନ କହିଛନ୍ତି।

ସୋନପୁର ନିର୍ବାଚନ ମଣ୍ଡଳୀ ଆସନ ୨୦୦୪ ମସିହାରେ କଂଗ୍ରେସ ହାତକୁ ଯାଇଥିବାବେଳେ ଏଥର ମଧ୍ୟ କଂଗ୍ରେସ ଏଇଠି ବିଜୟର ବାନା ଉଡାଇବାକୁ ଆଶା ରଖିଛି। ଦଳ ଏଥର ଜଣେ ପୁରୁଖା ନେତା ଚିତରଞ୍ଜନ ମିଶ୍ରଙ୍କୁ ଏଇଠୁ ପ୍ରାର୍ଥୀ କରିଛି। ଲୋକେ ଏବେ ପାରିବାରିକ ରାଜନୀତିକୁ ପସନ୍ଦ କରୁ ନ ଥିବାରୁ ନୂଆ ଚେହେରା କଂଗ୍ରେସକୁ ପସନ୍ଦ କରୁଥିବା କହିଛନ୍ତି କଂଗ୍ରେସ ପ୍ରାର୍ଥୀ। ଏଥର ବିଜେଡି ବିଜେପିକୁ ମାତଦେଇ କଂଗ୍ରେସ ଆସନ ଅକ୍ତିଆର କରିବାକୁ ଆଶା ବାନ୍ଧିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe