Advertisment

ବିହାର ରାଜନୀତିରେ ହଲଚଲ; ନୀତୀଶ ଓ ତେଜସ୍ୱୀଙ୍କ ମଧ୍ୟରେ ଦେଖାଦେଲା ଫାଟ

ଆଜି ପାଟଣାରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ନୀତୀଶ କୁମାର ଓ ତେଜସ୍ୱୀଙ୍କ ମଧ୍ୟରେ ଥିବା ଦୂରତା ସ୍ପଷ୍ଟ ବାରି ହୋଇ ପଡ଼ୁଛି।

author-image
Niharika Rout
Bihar Poltics

Bihar Poltics

ବିହାର ରାଜନୀତିରେ ଦେଖାଦେଲାଣି ହଲଚଳ । ଜେଡିୟ ଓ ଆରଜେଡି ମଧ୍ୟରେ ସବୁ କିଛି ଠିକ୍‌ ନ ଥିବା ଆକଳନ କରାଯାଉଥିବା ବେଳେ ଏହାର ଏକ ଦୃଶ୍ୟ ସାମନାକୁ ଆସିଛି। ଏକ ଫଟୋରେ କ୍ଷମତାସୀତ ଦୁଇ ଦଳ ମଧ୍ୟରେ ଦେଖାଦେଇଥିବା ଫାଟ ସ୍ପଷ୍ଟ ବାରି ହୋଇ ପଡ଼ୁଛି।

Advertisment

ସ୍ୱାଭାବିକ ଭାବେ ସବୁ କାର୍ଯ୍ୟକ୍ରମରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ କୁମାର ପାଖାପାଖି ବସି ଦୀର୍ଘ ସମୟ ଆଲୋଚନା କରୁଥିବାର ଦେଖାଯାଇଥାଏ। କିନ୍ତୁ ଆଜି ଆୟୋଜିତ ସାଧାରଣତନ୍ତ୍ର ଦିବସ ସମାରୋହରେ ଏଥିରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି।

ଆଜି ପାଟଣାରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ନୀତୀଶ କୁମାର ଓ ତେଜସ୍ୱୀଙ୍କ ମଧ୍ୟରେ ଥିବା ଦୂରତା ସ୍ପଷ୍ଟ ବାରି ହୋଇ ପଡ଼ୁଛି। ଉଭୟ ପାଖାପାଖି ବସି ନ ଥିବା ବେଳେ ଉଭୟଙ୍କ ମଧ୍ୟରେ ଏକ ଚେୟାର ଫାଙ୍କା ପଡ଼ିଥିବା ଦେଖିବାକୁ ମିଳିଥିଲା। ଏଥିସହ କାର୍ଯ୍ୟକ୍ରମ ଶେଷ ଯାଏ ରାଜ୍ୟର ଏହି ଦୁଇ ତୁଙ୍ଗ ନେତା ପରସ୍ପର ସହ କଥା ପଦେ ହୋଇଥିବା ଦେଖିବାକୁ ମିଳି ନ ଥିଲା।

Advertisment

ବିହାରରେ ଏପରି ରାଜନୈତିକ ଘମାସନ ଚାଲିଥିବା ବେଳେ ଆଜି ଅପରାହ୍ନ ସୁଦ୍ଧା ନୀତୀଶ କୁମାର କିଛି ବଡ଼ ଘୋଷଣା କରି ପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହାକୁ ନେଇ ପାଟଣାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଆରମ୍ଭ ହୋଇ ଯାଇଛି ଏହି ଚର୍ଚ୍ଚା। ଏପରି ସ୍ଥିତିରେ ଜେଡିୟୁ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ନିଜର ସମସ୍ତ ରାଜନୈତିକ କାର୍ଯ୍ୟକ୍ରମକୁ ବାତିଲ କରି ଦେଇଛି।

ନିଜର ସସମ୍ତ ବିଧାୟକଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା ପାଟଣାରେ ପହଞ୍ଚିବାକୁ ଜେଡିୟୁ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ବିହାରରେ ବହଳୁଥିବା ରାଜନୈତିକ ସମୀକରଣ ମଧ୍ୟରେ ନିଜକୁ ସୁରକ୍ଷିତ ରଖିବା ନିମନ୍ତେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ବୈଠକ ବସିଥିଲା। ଏଥିରେ ବିହାର ବିଜେପିର ତୁଙ୍ଗ ନେତା ସାମିଲ ହୋଇଥିଲେ।

Bihar JDU RJD