Advertisment

Election Results: ୨ଟିରେ କଂଗ୍ରେସ ଓ ୨ଟିରେ ବିଜେପି ଆଗୁଆ

ମିଜୋରାମକୁ ଛାଡ଼ି ଆଜି ଅନ୍ୟ ଚାରିଟି ରାଜ୍ୟରେ ଭୋଟ୍ ଗଣତି ଚାଲିଛି।

ଅଦ୍ୟତନ ହୋଇଛି
Rahul and Modi

Rahul and Modi

Advertisment

ଗତ ମାସରେ ତେଲେଙ୍ଗାନା, ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ମିଜୋରାମରେ ବିଧାନସଭା ନିର୍ବାଚନ ହୋଇଥିଲା। ମିଜୋରାମକୁ ଛାଡ଼ି ଆଜି ଅନ୍ୟ ଚାରିଟି ରାଜ୍ୟରେ ଭୋଟ୍ ଗଣତି ଚାଲିଛି। ସକାଳ ୮ଟାରୁ ଭୋଟ୍ ଗଣତି ଚାଲିଥିବା ବେଳେ ଖବର ଲେଖାଯିବା ସୁଦ୍ଧା ଦୁଇଟି ରାଜ୍ୟରେ କଂଗ୍ରେସ ଆଗରେ ଥିବା ବେଳେ ଦୁଇଟି ରାଜ୍ୟରେ ବିଜେପି ଆଗରେ ରହିଛି।

Advertisment

ତେଲେଙ୍ଗାନାରେ ୧୧୯ଟି ଆସନ ଥିବା ବେଳେ ୬୪ଟିରେ କଂଗ୍ରେସ ଆଗରେ ରହିଥିବା ବେଳେ କ୍ଷମତାରେ ଥିବା ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌) ପଛରେ ପଡ଼ିଯାଇଛି। ବିଆରଏସ୍‌ ୪୩ଟି ଆସନରେ ଆଗୁଆ ରହିଛି। ବିଜେପି ୫ଟି ଓ ଅନ୍ୟାନ୍ୟ ଦଳ ୭ଟି ଆସନରେ ଆଗୁଆ ଚାଲିଛନ୍ତି।

ଛତିଶଗଡ଼ରେ ୯୦ଟି ଆସନ ଥିବା ବେଳେ କ୍ଷମତାସୀନ କଂଗ୍ରେସ ୫୦ଟି ଓ ବିରୋଧୀ ବିଜେପି ୪୦ଟି ଆସନରେ ଆଗୁଆ ରହିଛନ୍ତି। 

Advertisment

ମଧ୍ୟ ପ୍ରଦେଶରେ ବିଜେପି ପୁଣି କ୍ଷମତାକୁ ଆସିବା ସ୍ପଷ୍ଟ ହେଉଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ଦଳ ଏଠାରେ ୧୩୦ଟି ଆସନରେ ଆଗୁଆ ଥିବା ବେଳେ ବିରୋଧୀ କଂଗ୍ରେସ ୯୭ଟି ଆସନରେ ଆଗୁଆ ରହିଛି। ଅନ୍ୟାନ୍ୟ ୩ଟି ଆସନରେ ଆଗୁଆ ଅଛନ୍ତି। 

ରାଜସ୍ଥାନରେ ୧୯୯ଟି ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଥିବା ବେଳେ ସମସ୍ତ ଆସନରେ ଏବେ ଗଣତି ଚାଲିଛି। ସରକାରରେ ଥିବା କଂଗ୍ରେସ ପଛରେ ଚାଲିଛି। କଂଗ୍ରେସ ୮୦ଟି ଆସନରେ ଆଗୁଆ ଚାଲିଥିବା ବେଳେ ବିଜେପି ୧୦୪ଟି ଆସନରେ ଆଗୁଆ ଚାଲିଛି। ଅନ୍ୟାନ୍ୟ ୧୫ଟି ଆସନରେ ଆଗରେ ଅଛନ୍ତି।

Bjp 2023 State Election 2023 Assembly Poll Election Results Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe