Advertisment

କ୍ଷମତାକୁ ଆସିଲେ ରାମ ମନ୍ଦିର ଉପରେ ବୁଲଡୋଜର ଚଢ଼ାଇ ଦେବେ କଂଗ୍ରେସ ଓ ସପା- ମୋଦି

ପ୍ରଧାନମନ୍ତ୍ରୀ ମୋଦି ରାମ ମନ୍ଦିର ପ୍ରସଙ୍ଗ ଉଠାଇବାକୁ ମଧ୍ୟ ଆଦୌ ଭୁଲି ନାହାନ୍ତି। ସେ ରାମ ମନ୍ଦିର ପ୍ରସଙ୍ଗ ଉଠାଇ ଉଭୟ ସପା ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି।

author-image
Hemant Lenka
PM Modi

PM Modi

ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବଡ଼ ଦାବି କରିଛନ୍ତି। ଯଦି କଂଗ୍ରେସ ଓ ସମାଜବାଦୀ ପାର୍ଟି(ସପା), ତା’ହେଲେ ସେମାନେ ଅଯୋଧ୍ୟାରେ ଥିବା ରାମ ମନ୍ଦିର ଉପରେ ବୁଲଡୋଜର ଚଢ଼ାଇ ଦେବେ ବୋଲି ମୋଦି କହିଛନ୍ତି। ଏଥିସହ ଦୁଇ ଦଳକୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଠାରୁ କେଉଁ ସ୍ଥାନରେ ବୁଲଡୋଜନର ଚଢ଼ାଇବା କଥା, ତା’ର ଶିକ୍ଷା ନିଅନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।

Advertisment

ଉତ୍ତର ପ୍ରଦେଶର ବାରବାଙ୍କୀରେ ଆୟୋଜିତ ଗୋଟିଏ ରାଲିରେ ମୋଦି ଆହୁରି କହିଛନ୍ତି ଯେ ଅସ୍ଥିରତା ପାଇଁ ଇଣ୍ଡିଆ ମେଣ୍ଟ ଗଠନ ହୋଇଛି ଓ ନିର୍ବାଚନ ପ୍ରକ୍ରିୟା ଚାଲିବା ସହ ଏହା ତାସର ଘର ପରି ଭୁଶୁଡ଼ିବାରେ ଲାଗିଛି। 

ତାଙ୍କ ସରକାର ହ୍ୟାଟ୍ରିକ ମାରିବାକୁ ଯାଉଥିବା ଦାବି କରି ମୋଦି କହିଛନ୍ତି, ନୂଆ ସରକାରରେ ଗରିବ, ଯୁବଗୋଷ୍ଠୀ, ମହିଳା ଓ ଚାଷୀଙ୍କ ପାଇଁ ବଡ଼ ନିଷ୍ପତ୍ତି ନିଆଯିବ। ତେଣୁ ସେ ଏଠାକୁ ବାରବାଙ୍କୀ ଓ ମୋହନଲାଲଗଞ୍ଜର ଆଶୀର୍ବାଦ ପାଇଁ ଆସିଛନ୍ତି।

Advertisment

ସେ କହିଛନ୍ତି, “ଜୁନ ୪ ଆଉ ବେଶୀ ଦୂର ନୁହେଁ। ଆଜି ପୂରା ଦେଶ ଓ ବିଶ୍ୱ ଜାଣିଛି ଯେ ମୋଦି ସରକାର ହ୍ୟାଟ୍ରିକ ବିଜୟ ହାସଲ କରିବାକୁ ଯାଉଛନ୍ତି। ଗୋଟିଏ ପଟେ ଜାତୀୟ ସ୍ୱାର୍ଥ ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏ ରହିଛି। ଅନ୍ୟପଟେ ଦେଶର ଅସ୍ଥିରତା ସୃଷ୍ଟି କରିବାକୁ ଇଣ୍ଡି ମେଣ୍ଟ(ଇଣ୍ଡିଆ ମେଣ୍ଟ) ତିଆରି କରାଯାଇଛି।

ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ଇଣ୍ଡି ମେଣ୍ଟର ଲୋକମାନେ ତାସର ଘର ପରି ଭୁଶୁଡ଼ିବା ଆରମ୍ଭ କରିଛନ୍ତି। ଆପଣମାନଙ୍କ ପାଇଁ କାମ କରୁଥିବା ସାଂସଦମାନଙ୍କ ଆବଶ୍ୟକ ରହିଛି। ଅଞ୍ଚଳର ବିକାଶ କରିପାରୁ ଥିବା ସାଂସଦ ଦରକାର। ୫ ବର୍ଷ ହେଲା କେବଳ ମୋଦିଙ୍କୁ ଗାଳି କରୁଥିବା ସାଂସଦଙ୍କ ଆବଶ୍ୟକତା ନାହିଁ।

ଏଥିପାଇଁ ଆପଣମାନଙ୍କ ପାଖରେ ଏକମାତ୍ର ବିକଳ୍ପ ହେଉଛି ପଦ୍ମ। କ’ଣ ଆପଣମାନେ ୧୦୦ ସିସିର ଇଞ୍ଜିନରେ ୧୦୦୦ ସିସିର ସ୍ପିଡ ପାଇପାରିବେ? ଯଦି ଆପଣମାନେ ଦ୍ରୁତ ବିକାଶ ଚାହୁଁଛନ୍ତି, ତା’ହେଲେ ଗୋଟିଏ ସଶକ୍ତ ସରକାର ହିଁ ଏହା କରିପାରିବ। କେବଳ ବିଜେପି ହିଁ ଦ୍ରୁତ ବିକାଶ କରିପାରିବ।”

ପ୍ରଧାନମନ୍ତ୍ରୀ ମୋଦି ରାମ ମନ୍ଦିର ପ୍ରସଙ୍ଗ ଉଠାଇବାକୁ ମଧ୍ୟ ଆଦୌ ଭୁଲି ନାହାନ୍ତି। ସେ ରାମ ମନ୍ଦିର ପ୍ରସଙ୍ଗ ଉଠାଇ ଉଭୟ ସପା ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି।

ସେ କହିଛନ୍ତି, “ସପାର ଜଣେ ବରିଷ୍ଠ ନେତା ରାମ ନବମୀ ଦିନ କହିଥିଲେ ଯେ ରାମ ମନ୍ଦିର ପୂରା ବେକାର। ସମାନ ସମୟରେ କଂଗ୍ରେସ ସୁପ୍ରିମକୋର୍ଟଙ୍କ ରାମ ମନ୍ଦିର ରାୟକୁ ବଦଳାଇବାକୁ ଚେଷ୍ଟା କରୁଥିଲା।

ସେମାନଙ୍କ ପାଇଁ କେବଳ ପରିବାର ଓ କ୍ଷମତା ଗୁରୁତ୍ୱବହନ କରେ। ଯଦି ସପା-କଂଗ୍ରେସ କ୍ଷମତାକୁ ଆସିବେ, ତା’ହେଲେ ରାମ ଲଲାଙ୍କୁ ପୁଣି ଟେଣ୍ଟକୁ ପଠାଇ ଦେବେ। ମନ୍ଦିର ଉପରେ ବୁଲଡୋଜର ଚଢ଼ାଇ ଦେବେ।”

Congress PM Modi Samajwadi Party Lok Sabha Election 2024