Advertisment

ଏକାଠି ଲଢ଼ିବେ କଂଗ୍ରେସ ଓ ଆପ୍‌, କ୍ଷମା ମାଗିଲେ ଅହମଦ ପଟେଲଙ୍କ ଝିଅ

ଅହମଦ ପଟେଲଙ୍କ ପୁଅ ଫୈଜଲ ପଟେଲ କିମ୍ବା ମମତା ପଟେଲ ଉକ୍ତ ଆସନରୁ କଂଗ୍ରେସ ଟିକେଟରେ ପ୍ରାର୍ଥୀ ହେବେ।

Mumtaz Patel

Mumtaz Patel

Advertisment

ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ଆପ୍‌ ଓ କଂଗ୍ରେସ ଏକାଠି ବିଭିନ୍ନ ରାଜ୍ୟରେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିବାରେ ଲାଗିଛନ୍ତି। ଦିଲ୍ଲୀ, ଗୁଜରାଟ, ଗୋଆ ଓ ହରିଆଣାରେ ଦୁଇ ଦଳ ମେଣ୍ଟ କରି ପ୍ରାର୍ଥୀ ଦେବେ ବୋଲି ଡିଲ୍‌ ଫାଇନାଲ କରିଛନ୍ତି।

Advertisment

ତେବେ ଗୁଜରାଟରେ ଆପ୍‌ ଓ କଂଗ୍ରେସ ମେଣ୍ଟ କରିବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଦିବଂଗତ କଂଗ୍ରେସ ହେଭିୱେଟ ଅହମଦ ପଟେଲଙ୍କ ଝିଅ ମମତାଜ ପଟେଲ। ସେ ଦଳୀୟ କ୍ୟାଡରଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି। 

ଡିଲ୍‌ ଅନୁସାରେ ଗୁଜରାଟର ଭାରୁଚ ସିଟ୍‌ ଆପ୍‌ ଖାତାକୁ ଯାଇଛି। ଏଠାରେ ଆପ୍‌ ପ୍ରାର୍ଥୀ ଦେବ। ଉକ୍ତ ଆସନ ଏକଦା କଂଗ୍ରେସର ଗଡ଼ ଭାବେ ପରିଚିତ ଥିଲା। ଏବେ କଂଗ୍ରେସ ଏହାକୁ ଆପ୍‌କୁ ଦେଇ ଦେବାରୁ ମମତାଜ ଅସନ୍ତୋଷ ପ୍ରକାଶ କରିଛନ୍ତି।

Advertisment

ସେ ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟ ଏକ୍ସରେ ଲେଖିଛନ୍ତି ଯେ “ ମେଣ୍ଟ ବେଳେ ଭାରୁଚ ଲୋକସଭା ଆସନ ଆମେ ରଖିବାକୁ ସକ୍ଷମ ହୋଇ ନଥିବାରୁ ଆମର ଜିଲ୍ଲା କ୍ୟାଡରମାନଙ୍କୁ କ୍ଷମା ମାଗୁଛୁ। ମୁଁ ଆପଣମାନଙ୍କ ଅସନ୍ତୋଷ କଥା ଜଣାଇଛି।

ଆମେ ଏକାଠି ପୁଣି କଂଗ୍ରେସକୁ ଶକ୍ତିଶାଳୀ କରିବା। ଅହମଦ ପଟେଲଙ୍କ ୪୫ ବର୍ଷର ଲିଗାସିକୁ ଆମେ କେବେ ହେଲେ ବ୍ୟର୍ଥ ଯିବାକୁ ଦେବା ନାହିଁ।” ସେ ଏହି ପୋଷ୍ଟରେ ଭାରୁଚିର ଝିଅ ବୋଲି ହ୍ୟାଶଟ୍ୟାଗ ମଧ୍ୟ ବ୍ୟବହାର କରିଛନ୍ତି।

ବିଜେପି କ୍ରମାଗତ ୭ଥର ଭାରୁଚି ଆସନ ନିଜ ପାଖରେ ରଖି ଆସିଛି। ତେଣୁ ଏହି ଆସନରେ ବିଜେପିକୁ ମାତ ଦେବାକୁ ବିରୋଧୀ ଚାହୁଁଛନ୍ତି। କୁହାଯାଉଥିଲା ଯେ ଅହମଦ ପଟେଲଙ୍କ ପୁଅ ଫୈଜଲ ପଟେଲ କିମ୍ବା ମମତା ପଟେଲ ଉକ୍ତ ଆସନରୁ କଂଗ୍ରେସ ଟିକେଟରେ ପ୍ରାର୍ଥୀ ହେବେ। ସେମାନେ ବିଜେପିକୁ ଚ୍ୟାଲେଞ୍ଜ ଦେବେ। କିନ୍ତୁ କଂଗ୍ରେସ ଆପ୍‌ ସହ ମେଣ୍ଟ କରି ଉକ୍ତ ଆସନକୁ ଛାଡ଼ି ଦେଇଛି।

କଂଗ୍ରେସ ଓ ଆପ୍‌ ମଧ୍ୟରେ ହୋଇଥିବା ସିଟ୍‌ ଶେୟାରିଂ ଡିଲ୍‌କୁ ଦେଖି କେବଳ ମମତା ପଟେଲ କିମ୍ବା କଂଗ୍ରେସର କ୍ୟାଡରମାନେ ନୁହନ୍ତି, ଦଳର କିଛି ବରିଷ୍ଠ ନେତାମାନେ ମଧ୍ୟ ଚକିତ ହୋଇଛନ୍ତି। ଡିଲ ଅନୁସାରେ ଆପ୍‌ ଭାରୁଚ ଓ ଭାବନଗର ଲୋକସଭା ଆସନରେ ପ୍ରାର୍ଥୀ ଦେବ।

Gujarat Congress AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe