Advertisment

ପୁଣି ଭାରତ ଯୋଡୋ ନ୍ୟାୟ ଯାତ୍ରା ବେଳେ ଆକ୍ରମଣ, କଂଗ୍ରେସ ନେତାଙ୍କ ଗାଡ଼ି ଭଙ୍ଗିଲେ

ବିଜେପି ସମର୍ଥକମାନେ ଦଳର ବରିଷ୍ଠ ନେତା ଜୟରାମ ରମେଶଙ୍କ କାର୍‌ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Attack on Bharat Jodo Nyay Yatra

Attack on Bharat Jodo Nyay Yatra

Advertisment

ପୁଣି ଭାରତ ଯୋଡୋ ନ୍ୟାୟ ଯାତ୍ରା ଉପରେ ଆକ୍ରମଣ। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଜାରି ରହିଥିବା ଭାରତ ଯୋଡୋ ନ୍ୟାୟ ଯାତ୍ରା ଉପରେ ଆସାମରେ ପୁଣି ଥରେ ବିଜେପି ସମର୍ଥକମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆସାମର ଜମୁଗୁରିଘାଟରେ ଏହି ଆକ୍ରମଣ ହୋଇଥିବା କୁହାଯାଉଛି।

Advertisment

ଦଳର କହିବା ମୁତାବକ, ରାହୁଲ ଗାନ୍ଧିଙ୍କ ଆଗମନ ପୂର୍ବରୁ ବିଜେପି କର୍ମୀମାନେ ସେମାନଙ୍କ ମାର୍ଗରେ ଶୋଭାଯାତ୍ରା କରୁଥିଲେ, ଏହି ସମମୟରେ ଭାରତ ଯୋଡୋ ନ୍ୟାୟ ଯାତ୍ରାର କିଛି ଗାଡି ସେହି ବାଟ ଦେଇ ଯାଇଥିଲା। ଏତିକି ବେଳେ ବିଜେପି ସମର୍ଥକମାନେ ବରିଷ୍ଠ କଂଗ୍ରେସ ନେତାଙ୍କ ଗାଡି ଭଙ୍ଗାରୁଜା କରିବା ସହ ଭରତ ଯୋଡୋ ନ୍ୟାୟ ଯାତ୍ରାର କ୍ୟାମେରା କ୍ରୁ ଉପରେ ମଧ୍ୟ ଆକ୍ରମଣ କରିଥିବା କଂଗ୍ରେସ ଦାବି କରିଛି।

ଆସାମର ସୋନିତପୁର ଜିଲ୍ଲାରେ ବିଜେପି ସମର୍ଥକମାନେ ଦଳର ବରିଷ୍ଠ ନେତା ଜୟରାମ ରମେଶଙ୍କ କାର୍‌ ଭଙ୍ଗାରୁଜା କରିଛନ୍ତି। ଗାଡିର ଷ୍ଟିକର ଚିରିବା ସହ ବିଜେପି ପତକା ଲଗାଇବାକୁ ଉଦ୍ୟମ କରିଛନ୍ତି। ଫଳରେ କାର୍‌ର ପଛ କାଚ ଭାଙ୍ଗି ଯାଇଛି। ଏଥିସହ ଭାରତ ଯୋଡୋ ନ୍ୟାୟ ଯାତ୍ରାର କ୍ୟାମେରା କ୍ରୁ ସଦସ୍ୟଙ୍କୁ ମାର୍‌ପିଟ୍‌ କରାଯାଇଛି। ତାଙ୍କ କ୍ୟାମେରା ଛଡ଼ାଇ ନେବାକୁ ମଧ୍ୟ ଚେଷ୍ଟା କରାଯାଇଥିବା ଦଳ ଅଭିଯୋଗ କରିଛି।

Advertisment

ଆସାମରେ ଆଜି ଭାରତ ଯୋଡୋ ନ୍ୟାୟର ଚତୁର୍ଥ ଦିନ। ଏହି ଯାତ୍ରା ବିଶ୍ୱାନ୍ତ ଜିଲ୍ଲା ଠାରୁ ସୋନିତପୁର ଦେଇ ନାଗାଓଁକୁ ଯିବ। ରାହୁଲ ଗାନ୍ଧି ନାଗାଓଁ ଜିଲ୍ଲାର କାଳିଆବୋରରେ ଏକ ରାଲିକୁ ସମ୍ବୋଧିତ କରିବା ପୂର୍ବରୁ ଏହି ଆକ୍ରମଣ ହୋଇଛି। ଏନେଇ ପୁଲିସରେ ଦଳ ଅଭିଯୋଗ କରିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି।

Bjp Congress Bharat Jodo Nyay Jatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe