Advertisment

କାହିଁକି ପ୍ରୋଟୋକଲ୍‌ ଭାଙ୍ଗିଲେ ରାଜ୍ୟପା‌ଳ? ପ୍ରଶ୍ନ ଉଠାଇଲା କଂଗ୍ରେସ

ଓଡ଼ିଶାରେ କୌଣସି ପ୍ରୋଟୋକଲ ମେଣ୍ଟେନ୍‌ ହେଉନଥିବା କଥା ମଧ୍ୟ କଂଗ୍ରେସ ଉଠାଇଛି।

ଅଦ୍ୟତନ ହୋଇଛି
Congress alleges breach of protocol by Odisha Governor Raghubar Das

Congress alleges breach of protocol by Odisha Governor Raghubar Das

Advertisment

ନୂଆ ରାଜ୍ୟପାଳ ରଘୁବର ଦାସ ପ୍ରୋଟକଲ ଭାଙ୍ଗିଛନ୍ତି। ଆଜି ଏଭଳି କିଛି ସାଂଘାତିକ ଅଭିଯୋଗ ଆଣିଛି କଂଗ୍ରେସ। ଗତକାଲି ରାଜ୍ୟପାଳ ରଘୁବର ଦାସ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଔପଚାରିକ ସାକ୍ଷାତ କରିବା ପରେ ଜୋର ଧରିଛି ରାଜନୀତି। ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ଭେଟିବାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। ଓଡ଼ିଶାରେ କୌଣସି ପ୍ରୋଟୋକଲ ମେଣ୍ଟେନ୍‌ ହେଉନଥିବା କଥା ମଧ୍ୟ କଂଗ୍ରେସ ଉଠାଇଛି।

Advertisment

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ରାଜ୍ୟପାଳ କାହିଁକି ପ୍ରୋଟୋକଲ ଭାଙ୍ଗିଲେ ବୋଲି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ‘ରାଜ୍ୟପାଳ ରଘୁବର ଦାସ କାହିଁକି ନବୀନ ନିବାସକୁ ଗଲେ? କ'ଣ ଗୁରୁତ୍ୱପୂର୍ଣ୍ଣ ମେସେଜ୍ ଦେବାକୁ ଚାହୁଁଥିଲେ ରାଜ୍ୟପାଳ? ରାଜ୍ୟପାଳ ନବୀନ ନିବାସକୁ ଯିବା ଦ୍ୱାରା ପ୍ରୋଟୋକଲ ଭଙ୍ଗ ହୋଇଛି। ଏଭଳି କାହିଁକି କରାଗଲା, ସେ ନେଇ ରାଜ୍ୟପାଳଙ୍କୁ କଂଗ୍ରେସ ନେତା ସ୍ପଷ୍ଟୀକରଣ ମାଗିଛନ୍ତି।

ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ତରବରିଆ ଭାବେ କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ? କେଉଁ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେବାକୁ ଯାଇଥିଲେ ରାଜ୍ୟପାଳ ସ୍ପଷ୍ଟ କରନ୍ତୁ। ପ୍ରଧାନମନ୍ତ୍ରୀଙ୍କ ସନ୍ଦେଶ ଦେବାକୁ ନା ଦିୱାଲି ଭେଟି ଦେବାକୁ ଯାଇଥିଲେ। ମୁଖ୍ୟମନ୍ତ୍ରୀ ଅସୁସ୍ଥ ଅଛନ୍ତି କି, ସେଥିପାଇଁ ଦେଖା କରିବାକୁ ଯାଇଥିଲେ? ଏ ତିନିଟିରୁ କେଉଁଟି ଠିକ୍‌, ରାଜ୍ୟପାଳ ସ୍ପଷ୍ଟ କରିବା ଦରକାର ବୋଲି କଂଗ୍ରେସ ନେତା ଦାବି କରିଛନ୍ତି।

Advertisment

ଗତକାଲି ରାଜ୍ୟପାଳ ରଘୁବାର ଦାସ ନବୀନ ନିବାସ ଯାଇଥିଲେ। ସେଠାରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ତେବେ ଯେହେତୁ ରାଜ୍ୟପାଳ ରଘୁବର ଦାସ ସାମ୍ବିଧାନିକ ପଦରେ ଅବସ୍ଥାପିତ ଏପରି ସ୍ଥିତିରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। ସେପଟେ ପଞ୍ଚାନନଙ୍କ ଆରୋପ ନେଇ ରାଜଭବନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

Congress Naveen Patnaik Panchanan Kanungo Raghubar Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe