Advertisment

ରାଜକନିକାରେ ବିଜେପିର ଜନ ଆଶୀର୍ବାଦ ଓ ଜନ ସମ୍ପର୍କ ଯାତ୍ରା

ଆଳିରେ ଅନୁଷ୍ଠିତ ହୋଇଥିଲା ବିଜେପିର ବିରାଟ ମିଶ୍ରଣ ପର୍ବ। ବିଜେପିର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ଆଳିର ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିରେ ଆଳି ବ୍ଲକର ବିଭିନ୍ନ ପଞ୍ଚାୟତରୁ ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଥିଲେ।

author-image
Manoranjan Sial
BJP

BJP

କେନ୍ଦ୍ରାପଡା ଜିଲ୍ଲା ରାଜକନିକାରେ ବିଜେପିର ଜନ ଆଶୀର୍ବାଦ ଓ ଜନ ସମ୍ପର୍କ ଯାତ୍ରା ହୋଇଛି। ବିଶାଳ ଶୋଭାଯାତ୍ରା କରିଛନ୍ତି କେନ୍ଦ୍ରାପଡା ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ଆଳି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା। ଶୋଭାଯାତ୍ରା ଗଡ଼ଗଡି ଘାଟଠାରୁ ବାହାରି ଭାରିଗଦା, ବରୁଣାଡିଆ, ଓଳାବର, ଲହୁଣୀ ଦେଇ ଗୋପାଳପୁରରେ ପହଞ୍ଚିଥିଲା। ଶୋଭାଯାତ୍ରା ସମୟରେ ଭୋଟ ଭିକ୍ଷା କରିଥିଲେ ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ଏଥିରେ ହଜାର ହଜାର ସମର୍ଥକ, କର୍ମୀ ଓ ବହୁ ପ୍ରମୁଖ କର୍ମକର୍ତ୍ତା ଯୋଗ ଦେଇଥିଲେ।

Advertisment

ଶୋଭାଯାତ୍ରା ପୂର୍ବରୁ କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ବିଧାନସଭା ପ୍ରାର୍ଥୀ ଗୀତାଞ୍ଜଳି ସେଠୀ ୭ଟି ପଞ୍ଚାୟତରେ ୨୦ କିଲୋମିଟର ଧରି ଜନ ଆଶୀର୍ବାଦ ଯାତ୍ରା କରିଥିଲେ। କେନ୍ଦ୍ରାପଡା ବ୍ଲକର ତ୍ରିଲୋଚନପୁରଠାରୁ ହଜାର ହଜାର ସଂଖ୍ୟାର ସମର୍ଥକ, ଶୁଭେଛୁ, ଦଳୀୟ କର୍ମକର୍ତ୍ତାଙ୍କ ସହ ବାହାରିଥିବା ରାଲି ଢୋଲ, କୁତୁରଙ୍ଗ, ନିକିରାଇ, ଚାରିଗାଁ ଧୁମାତ ପଞ୍ଚାୟତ ପରିକ୍ରମା କରିବା ପରେ ଘାଗରାରେ ଶେଷ ହୋଇଥିଲା।

ଆଳିରେ ଅନୁଷ୍ଠିତ ହୋଇଥିଲା ବିଜେପିର ବିରାଟ ମିଶ୍ରଣ ପର୍ବ। ବିଜେପିର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ଆଳିର ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିରେ ଆଳି ବ୍ଲକର ବିଭିନ୍ନ ପଞ୍ଚାୟତରୁ ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଥିଲେ। କଂଗ୍ରେସର ଯୁବନେତା ଅମ୍ବୁଜ ଦାଶ ନିଜର ସମର୍ଥକଙ୍କୁ ନେଇ ବିଜେପିରେ ସାମିଲ ହୋଇଛନ୍ତି।

Advertisment
Bjp General Election Kendrapara 2024 General Election