Advertisment

ପୁତ୍ରମୋହରେ ନୀତିଭ୍ରଷ୍ଟ ସୁର ଓ ବିଜୟ: କାର୍ଯ୍ୟାନୁଷ୍ଠାନ ନେଇପାରୁନି କଂଗ୍ରେସ ଓ ବିଜେପି

ସୁରଙ୍କ ଆଚରଣ ଓ ଉଚ୍ଚାରଣରେ ଆକାଶ ପାତାଳ ତଫାତ୍ ଦେଖିବାକୁ ମିଳିୁଛି । ବାରମ୍ବାର ବୟାନ ବଦଳାଉଥିବା ସୁର ନିଜ ସାନପୁଅ ମନ୍ମଥଙ୍କ ପାଇଁ ପ୍ରଚାର କରିବାକୁ ପଛାଉ ନାହାନ୍ତି ।

Sura and Bijay

Sura and Bijay

Advertisment

ନୀତି ଆଦର୍ଶର ଦ୍ୱାହି ଦେଉଥିବା ରାଜ୍ୟର ଦୁଇ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ସୁରେଶ କୁମାର ରାଉତରାୟ ଏବେ ପୁତ୍ରମୋହରେ ଅନ୍ଧ ହୋଇପଡ଼ିଛନ୍ତି । ନିଜର ସମ୍ପୂର୍ଣ୍ଣ ରାଜନୀତିକ ଜୀବନରେ ଯେଉଁ କିଛି ନୀତି,ଆଦର୍ଶ ଓ ମୂଲ୍ୟବୋଧ ରଖିଥିଲେ ତାକୁ ଏବେ ଏହି ଦୁଇ ନେତା ବଳି ପକାଇ ସାରିଲେଣି । ରାଜ୍ୟବାସୀଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ସୁର ରାଉତରାୟ ନିଜକୁ ସଚ୍ଚା କଂଗ୍ରେସୀ ନେତା ବୋଲି କହୁଥିଲେ ବି ବିଜେଡି ସାଂସଦ ପ୍ରାର୍ଥୀ ସାନପୁଅ ମନ୍ମଥ ପାଇଁ ପ୍ରଚାରରେ ମାତିଛନ୍ତି । ଏପଟେ ନିଜର କଟ୍ଟରବିରୋଧୀ ନବୀନ ପଟ୍ଟନାୟକଙ୍କ ଦଳ ବିଜେଡିରେ ପୁଅ ଅରବିନ୍ଦଙ୍କୁ ମିଶାଇ ପାଟକୁରା ଆସନରୁ ଟିକେଟ୍ ଦେବାରେ ପ୍ରମୁଖ ଭୂମିକା ନେଇଥିବା ବିଜୟ ଏବେ ‘ଚଟୁ ନିରାମିଷ, ବେଂଟ ଆମିଷ’ ଭଳି ଆଚରଣ କରୁଥିବା ଜଣାପଡ଼ିଛି। ତେବେ ଆଶ୍ଚର୍ଯ୍ୟର କଥା ଏହି ଦୁଇ ବରିଷ୍ଠ ନେତା ନିଜ ନିଜ ଦଳର ଶୃଙ୍ଖଳାକୁ ଭାଙ୍ଗି ପୁଅ ପାଇଁ ବିଜେଡି ବ୍ୟାନରରେ ପ୍ରଚାର କରୁଥିଲେ ମଧ୍ୟ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସୁରଙ୍କ ଦଳ କଂଗ୍ରେସ ଓ ବିଜୟଙ୍କ ଦଳ ବିଜେପି ସକ୍ଷମ ହୋଇପାରିନି ।

Advertisment

ସୂଚନା ଅନୁସାରେ, ବରିଷ୍ଠ ନେତା ସୁର ରାଉତରାୟ ନିଜର ସଚ୍ଚୋଟ କଂଗ୍ରେସ ନେତା ବୋଲି ଦାବି କରି ମୃତ୍ୟୁ ପର୍ଯ୍ୟନ୍ତ କଂଗ୍ରେସରେ ରହିବେ ବୋଲି ଗଣମାଧ୍ୟମରେ କହି ହେଉଛନ୍ତି । ମାତ୍ର ସୁରଙ୍କ ଆଚରଣ ଓ ଉଚ୍ଚାରଣରେ ଆକାଶ ପାତାଳ ତଫାତ୍ ଦେଖିବାକୁ ମିଳିୁଛି । ବାରମ୍ବାର ବୟାନ ବଦଳାଉଥିବା ସୁର ନିଜ ସାନପୁଅ ମନ୍ମଥଙ୍କ ପାଇଁ ପ୍ରଚାର କରିବାକୁ ପଛାଉ ନାହାନ୍ତି । କଂଗ୍ରେସ ତାଙ୍କୁ ୨ଥର କାରଣଦର୍ଶାଅ ନୋଟିସ୍ ଦେଇଥିଲେ ମଧ୍ୟ ସେ ତାକୁ ଭୃକ୍ଷେପ ନକରି ବିଜେଡି ସାଂସଦ ପ୍ରାର୍ଥୀ ସାନପୁଅ ମନ୍ମଥ ପାଇଁ ପ୍ରଚାର କରୁଛନ୍ତି । ତେବେ ବାରମ୍ବାର ନିଜର ମତ ବଦଳାଉଥିବା ଏଭଳି ଜଣେ ନୀତିଭ୍ରଷ୍ଟ ବରିଷ୍ଠ ନେତାଙ୍କ ବିରୁଦ୍ଧରେ କଂଗ୍ରେସ କାହିଁକି କାର୍ଯ୍ୟାନୁଷ୍ଠାନ ନେଉନି ତାକୁ ନେଇ ଦଳୀୟ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲାଣି । ସୁର ନିଜ ପୁଅ ପାଇଁ ଭୁବନେଶ୍ୱର-ଉତ୍ତର, ଜୟଦେବ, ଜଟଣୀ ଓ ଭୁବନେଶ୍ୱର-ମଧ୍ୟ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରୁଛନ୍ତି । ସୁରଙ୍କ ଏଭଳି ନୀତି ଓ ଆଦର୍ଶବିହୀନ ଆଚରଣକୁ ସାଧାରଣ ଲୋକେ ଏପରିକି ତାଙ୍କର ସମର୍ଥକମାନେ ବି ନାପସନ୍ଦ କରିଛନ୍ତି । ଆଉ ସୁରଙ୍କ ପୁଅକୁ ଟିକେଟ୍ ଦେଇ ବିଜେଡି ଯେଉଁ ରାଜନୀତିକ ସମୀକରଣ ଓ ଫାଇଦା ନେବାକୁ ପ୍ରୟାସ କରୁଥିଲା ତାହା ଏବେ ବୁମେରାଂ ହେବାରେ ଲାଗିଲାଣି । ନିର୍ବାଚନ ପ୍ରଚାରବେଳେ ସୁରଙ୍କ ପୁଅ ମନ୍ମଥଙ୍କୁ ସାଧାରଣ ଭୋଟରଙ୍କ ପ୍ରଶ୍ନବାଣର ସମ୍ମୁଖୀନ ହେବାକୁ ପଡ଼ିବା ପରେ ସୁର ଖୋଲାଖୋଲି ଭାବେ ଗଣମାଧ୍ୟମକୁ ଆସି ସାଧାରଣ ଭୋଟରଙ୍କୁ ଧମକାଇବାକୁ ପଛାଇ ନାହାନ୍ତି । ତାଙ୍କ ସାନପୁଅ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଯିଏବି ଭୟଭୀତ କରିବ ଅବା ଧମକାଇବାକୁ ପ୍ରୟାସ କରିବ ସେ ନିଜେ ତା’ଉପରେ ମାତ୍ର ୩ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି । ସୁରଙ୍କ ଏଭଳି ଚେତାବନୀ ପରୋକ୍ଷରେ ଭୋଟରଙ୍କୁ ଭୟଭୀତ କରାଇବାକୁ ଉଦ୍ଦିଷ୍ଟ ହୋଇଥିଲେ ବି ନିର୍ବାଚନ କମିଶନ ନିରବ ରହିଛନ୍ତି ।

ସେହିପରି ଦୀର୍ଘ ୨୪ବର୍ଷ ଧରି ବିଜେଡିଠୁ ଦୂରେଇ ରହିଥିବା ବରିଷ୍ଠ ନେତା ବିଜୟ ମହାପାତ୍ର ସର୍ବଦା ନୀତି ଓ ଆଦର୍ଶ କଥା କହିଥାନ୍ତି । ସେ ଏବେବି ବିଜେପିରେ ଅଛନ୍ତି । ତାଙ୍କ ପୁଅ ଗତମାସରେ ବିଜେଡିରେ ସାମିଲ ହୋଇ ପାଟକୁରାରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି । ପୁଅକୁ ସମ୍ବର୍ଦ୍ଧନା ଦେବା ପାଇଁ ଗତ ଗୁରୁବାର କଳପଡ଼ାଠାରେ ଆୟୋଜିତ ବିଜେଡି କର୍ମୀ ସମ୍ମିଳନୀରେ ବିଜୟ ଯୋଗ ଦେଇ ପୁଅ ପାଇଁ ପ୍ରଚାର କରିବାକୁ ପଛାଇ ନାହାନ୍ତି । ବିଜେଡିର ବ୍ୟାନର ଥାଇ ବିଜୟ କିଭଳି ସେହି କାର୍ଯ୍ୟକ୍ରମରେ ସାମିଲ ହେଲେ ତାକୁ ନେଇ ପ୍ରଶ୍ନ ଉଠିଛି । କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କିନ୍ତୁ ବିଜୟ ଏଭଳି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯଥାର୍ଥ ବୋଲି ପରୋକ୍ଷରେ ଗଣମାଧ୍ୟମ ଆଗରେ ଦର୍ଶାଇବାକୁ ପ୍ରୟାସ କରୁଛନ୍ତି ।

Advertisment

ଏହି ଦୁଇ ବରିଷ୍ଠ ନେତା ନିଜ ବୟସର ସାୟାହ୍ନରେ ଯେଉଁଭଳି ଢଙ୍ଗରେ ନୀତି ଓ ଆଦର୍ଶକୁ ବଳି ପକାଇ କ୍ଷମତା ଲୋଭ ଓ ପୁତ୍ରମୋହରେ ଅନ୍ଧ ହୋଇ ବିଜେଡି ସପକ୍ଷରେ ପ୍ରଚାର କରୁଛନ୍ତି ତାକୁ ସାଧାରଣ ଲୋକେ ନାପସନ୍ଦ କରିବାରେ ଲାଗିଲେଣି । ଉଭୟ କଂଗ୍ରେସ ଓ ବିଜେପି କାହିଁକି ଏହି ଦୁଇ ନେତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ସେ ନେଇ ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି ।

Bijay Mohapatra Bjp Suresh Kumar Routray 2024 General Election Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe