ପାଣ୍ଡିଆନଙ୍କୁ ଘେରିଲେ ବିଜେପି ଓ କଂଗ୍ରେସ: ଜୟ ଜଗନ୍ନାଥ କହି ଏଡ଼ାଇଗଲେ ପାଣ୍ଡିଆନ, ମୁହଁ ଖୋଲିଲେ କାମିୟା ଜାନି

ମହାପ୍ରସାଦର ପ୍ରସାର ପାଇଁ ଭିଡିଓ ମଧ୍ୟ ଛାଡ଼ିଥିଲେ । କାମିଆ ଜାନି ଯିଏକି ନିଜେ ଗୋ ମାଂସ ଭକ୍ଷଣ କରନ୍ତି ଏବଂ ଗୋ ମାଂସ ଭକ୍ଷଣ ପାଇଁ ତାଙ୍କ ବ୍ଲଗରେ ଏହାର ପ୍ରଚାର ପ୍ରସାର ମଧ୍ୟ କରନ୍ତି । 

BJD

ବାମରୁ ଭି.କେ ପାଣ୍ଡିଆନ୍‌ ଓ କାମିୟା ଜାନି

Ordigital Desk
  • Published: Saturday, 23 December 2023
  • Updated: 23 December 2023, 09:59 PM IST

Sports

Latest News

ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ୟୁଟ୍ୟୁବ ଇନଫ୍ଲୁଏନ୍ସର କାମିୟା ଜାନିଙ୍କ ପ୍ରବେଶ ଓ ମହାପ୍ରସାଦ ଖାଇବାକୁ ନେଇ ଦୁଇ ବିରୋଧୀ ଦଳ ସିଧାସଳଖ ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛନ୍ତି । ପୁରୀ ଶ୍ରୀମନ୍ଦିର ଭିତରକୁ କାମିୟା ଜାନିଙ୍କୁ ପ୍ରବେଶ କରାଇବା ପାଇଁ ପାଣ୍ଡିଆନଙ୍କୁ କିଏ ଅନୁମତି ଦେଇଥିଲା ବୋଲି କଂଗ୍ରେସ ପ୍ରଶ୍ନ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି । ବିଜେପି ମଧ୍ୟ ଅନୁରୂପ ଭାବେ ମୁଖ୍ୟମନ୍ତ୍ରୀ ତୁରନ୍ତ ରାଜ୍ୟବାସୀଙ୍କ ପାଖରେ ସ୍ପଷ୍ଟୀକରଣ ରଖିବାକୁ ଦାବି କରିଛି । ଅନ୍ୟପକ୍ଷରେ ଏହି ବିବାଦ ବଢ଼ିବା ପରେ କାମିୟା ଜାନି ନିଜର ସୋସିଆଲ ମିଡିଆ ମାଧ୍ୟମରେ ସଫେଇ ରଖିଛନ୍ତି । ଆଉ ସେ ଜୀବନରେ କେବେ ଗୋମାଂସ ଭକ୍ଷଣ କରିନାହାନ୍ତି ବୋଲି କହିଛନ୍ତି । ପାଣ୍ଡିଆନ ମଧ୍ୟ ଆଜି ଏହି ପ୍ରସଙ୍ଗରେ ‘ଜୟ ଜଗନ୍ନାଥ’ କହି ସାମ୍ବାଦିକମାନଙ୍କ ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ ।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ ଓ ପିସିସି ପ୍ରଚାରକମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଥିଲେ ଯେ, ମହାପ୍ରଭୁ ଜଗନ୍ନାଥ ସାରା ଓଡ଼ିଶାବାସୀ ଓ ବିଶ୍ୱରେ କୋଣ ଅନୁକୋଣରେ ଥିବା ଜଗନ୍ନାଥପ୍ରେମୀଙ୍କର ସବୁଠାରୁ ବଡ଼ ଠାକୁର । ଅଳ୍ପ କିଛିଦିନ ତଳେ ୟୁଟ୍ୟୁବ ବ୍ଲଗର କାମିୟା ଜାନିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ବିଶ୍ୱସ୍ତ ଭିକେ ପାଣ୍ଡିଆନ ପୁରୀ ଶ୍ରୀମନ୍ଦିର ଭିତରକୁ ନେଇ ତାଙ୍କ ସହ ମହାପ୍ରସାଦ ସେବନ କରିଥିଲେ ।

Also Read

ମହାପ୍ରସାଦର ପ୍ରସାର ପାଇଁ ଭିଡିଓ ମଧ୍ୟ ଛାଡ଼ିଥିଲେ । କାମିଆ ଜାନି ଯିଏକି ନିଜେ ଗୋ ମାଂସ ଭକ୍ଷଣ କରନ୍ତି ଏବଂ ଗୋ ମାଂସ ଭକ୍ଷଣ ପାଇଁ ତାଙ୍କ ବ୍ଲଗରେ ଏହାର ପ୍ରଚାର ପ୍ରସାର ମଧ୍ୟ କରନ୍ତି ।  ଏହି ପ୍ରସଙ୍ଗରେ ବିଭିନ୍ନ ସମ୍ବାଦପତ୍ର ଓ ଗଣମାଧ୍ୟମରେ ପ୍ରଚାର ହେବାପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଏଭଳି ସ୍ପର୍ଶକାତର ଘଟଣାରେ ନିରବ ରହିଛନ୍ତି ।  ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଏହି ହୀନ କାର୍ଯ୍ୟପାଇଁ ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ସେ ଦାବି କରିଛନ୍ତି । ସେହିପରି ବିଜୟ ପଟ୍ଟନାୟକ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଅବଗତରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନଙ୍କ ଜାଣତରେ ଏ କାର୍ଯ୍ୟ ହୋଇଛି ନା ନାହିଁ । ଯଦି ହୋଇନାହିଁ ତାହାଲେ ଶ୍ରୀମନ୍ଦିର ଭିତରକୁ କାହା ନିର୍ଦ୍ଦେଶରେ କ୍ୟାମେରା ପ୍ରବେଶ କଲା ଓ ବିଜେଡି କର୍ମୀ ପାଣ୍ଡିଆନଙ୍କ ସହ ସମ୍ପୃକ୍ତ ମହିଳା ମହାପ୍ରସାଦ ସେବନ କରୁଥିବାର ଫଟୋ କିଏ ଉତ୍ତୋଳନ କଲା । ଜଗନ୍ନାଥ ମନ୍ଦିରର ମହାପ୍ରସାଦ କୌଣସି ହୋଟେଲର ଖାଦ୍ୟ ନୁହେଁ । ମହାପ୍ରସାଦର ପ୍ରସାର ପାଇଁ ଏଭଳି ମହିଳାଙ୍କୁ ବଛାଯାଇଥିଲା କି? ଏହାର ମୁଖ୍ୟମନ୍ତ୍ରୀ ରଖନ୍ତୁ ବୋଲି ସେ ଦାବି କରିଛନ୍ତି ।

ସେହିପରି ବିଜେପି ମଧ୍ୟ ଗତ ୩ଦିନ ଧରି ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବାରେ ଲାଗିଛି । ଆଜି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଓ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କାମିୟା ଜାନି ପ୍ରସଙ୍ଗରେ ପାଣ୍ଡିଆନଙ୍କୁ ସମାଲୋଚନା କରିଛନ୍ତି ।

ଅନ୍ୟପକ୍ଷରେ ଶ୍ରୀ ପାଣ୍ଡିଆନ ଏହି ପ୍ରସଙ୍ଗକୁ ନେଇ ହେଉଥିବା ବିବାଦରୁ ନିଜକୁ ଦୂରେଇ ରଖିଛନ୍ତି । ଗଣମାଧ୍ୟମ ତାଙ୍କଠୁ ଏନେଇ ପ୍ରତିକ୍ରିୟା ଲୋଡ଼ୁଥିବାବେଳେ ସେ ‘ଜୟ ଜଗନ୍ନାଥ’ କହି ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ ।

ସେହିପରି ବ୍ଲଗର କାମିୟା ଜାନି ନିଜର ଇନଷ୍ଟଗ୍ରାମରେ ସଫେଇ ଦେଇ କହିଛନ୍ତି ଯେ, ଜଣେ ଭାରତୀୟ ଭାବେ ତାଙ୍କର ଲକ୍ଷ୍ୟ ହେଉଛି ଭାରତୀୟ ସଂସ୍କୃତି ଓ ଐତିହ୍ୟକୁ ବିଶ୍ୱଦରବାରରେ ପହଂଚାଇବା। ଭାରତର ଚାରିଧାମ ଓ ଜ୍ୟୋର୍ତିଲିଙ୍ଗ ଦର୍ଶନରେ ଯାଇଛନ୍ତି। ତେବେ ତାଙ୍କର ଶ୍ରୀଜଗନ୍ନାଥ ମନ୍ଦିରକୁ ଯିବା ନେଇ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ନେଇ ସେ ଆଶ୍ଚର୍ଯ୍ୟ ହେଉଛନ୍ତି । କାରଣ କେହି ତାଙ୍କର ମତାମତ ନେବାକୁ ଚାହିଁନାହାନ୍ତି । ତେବେ ସେ ସ୍ପଷ୍ଟ କରିବାକୁ ଚାହୁଁଚନ୍ତି ଯେ, ଆଜି ପର୍ଯ୍ୟନ୍ତ କେବେ ଗୋମାଂସ ଭକ୍ଷଣ କରିନାହାନ୍ତି ବୋଲି କାମିୟା ଜାନି କହିଛନ୍ତି ।

ଉଳ୍ଲେଖଯୋଗ୍ୟ, ବିଜେପି ପକ୍ଷରୁ ଗତ ଦୁଇଦିନ ତଳେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ କାମିଆ ଜାନି ଗୋମାଂସର ପ୍ରଚାରପ୍ରସାର କରୁଥିବାର ଫଟୋଚିତ୍ରକୁ ସାର୍ବଜନୀନ କରାଯାଇଥିଲା । ଅବଶ୍ୟ ଏସବୁ ଫଟୋଚିତ୍ର ସୋଶାଲ ମିଡିଆରେ ଭାଇରାଲ ହେଉଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story