Advertisment

ରାହୁଲଙ୍କ ସମ୍ଭଲ ଯାତ୍ରା ଅସଫଳ ହେବା ପରେ ତେଜିଲା ରାଜନୀତି

ବିଜେପି ଓ ଆରଏସଏସ ସମ୍ବିଧାନକୁ ଭାଙ୍ଗିବାରେ ବ୍ୟସ୍ତ ବୋଲି କହିଲେ ଖଡଗେ। ଆରଜି କର ମାମଲାରେ କୋଲକାତା କାହିଁ ଗଲେନି ପଚାରିଲା ବିଜେପି।

Mallikarjun Kharge and Sudhanshu Trivedi (File Photo)

Mallikarjun Kharge and Sudhanshu Trivedi (File Photo)

Advertisment

ସମ୍ଭଲ ହିଂସା ପୀଡ଼ିତଙ୍କୁ ଭେଟିବାକୁ ଯାଉଥିବାବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ପୁଲିସ ଅଟକାଇବା ପରେ ଜୋର ଧରିଛି ରାଜନୀତି। ଏଥର ଏହି ଘଟଣାରେ ବିଜେପି ସହ ଆରଏସଏସକୁ ଜୋରଦାର ଟାର୍ଗେଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ସେପଟେ ରାହୁଲ ଗାନ୍ଧୀଙ୍କ ସମ୍ଭଲ ଗସ୍ତ ପ୍ରୟାସକୁ ଲୋକଦେଖାଣିଆ ବୋଲି କହିଛି ବିଜେପି। ଏହାସହ ଆର.ଜି କର ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ହୋଇଥିବା ହିଂସା ସମୟରେ ସେ କାହିଁକି କୋଲକାତା ଗସ୍ତ କରିନଥିଲେ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସୁଧାଂଶୁ ତ୍ରିବେଦୀ।

Advertisment

ଆଜି (ବୁଧବାର) କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭଉଣୀ ପ୍ରିୟଙ୍କାଙ୍କୁ ଧରି ସମ୍ଭଲ ଯାତ୍ରାରେ ବାହାରିଥିଲେ। ହେଲେ ଦିଲ୍ଲୀ ଏବଂ ନୋଏଡା ମଧ୍ୟରେ ଥିବା ଗାଜୀପୁର ସୀମାରେ ପୂର୍ବରୁ ନିୟୋଜିତ ସୁରକ୍ଷାକର୍ମୀ କଂଗ୍ରେସ ନେତାଙ୍କୁ ଅଟକାଇ ଦେଇଥିଲେ। ଏହି ପ୍ରସଙ୍ଗରେ କଂଗ୍ରେସ ଅଧ୍ୟକ୍ଷ ଖଡଗେ ଏକ୍ସରେ ଲେଖିଛନ୍ତି ଯେ ବିଜେପି ଓ ଆରଏସଏସ ସେମାନଙ୍କର ବିଭାଜନକାରୀ ଏଜେଣ୍ଡା ସହିତ ସମ୍ବିଧାନକୁ ଭାଙ୍ଗିବାରେ ବ୍ୟସ୍ତ ଅଛନ୍ତି। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ସମ୍ଭଲ ପୀଡିତଙ୍କ ପରିବାରକୁ ଭେଟିବାକୁ ନଦେବା ଏହା ପ୍ରମାଣ କରୁଛି। ଦୁଇ ସମ୍ପ୍ରଦାୟ ମଧ୍ୟରେ ଘୃଣା ସୃଷ୍ଟି କରିବା ହେଉଛି ବିଜେପି ଓ ଆରଏସଏସର ଏକମାତ୍ର ବିଚାରଧାରା। ହେଲେ କଂଗ୍ରେସ ଦଳ ସୌହାର୍ଦ୍ଦ୍ୟ, ଶାନ୍ତି, ଭାଇଚାରା ଏବଂ ପ୍ରେମର ଦୋକାନ ଖୋଲିବା ଜାରି ରଖିବ ଏବଂ ବିବିଧତା ମଧ୍ୟରେ ସମାଜକୁ ଏକ କରି ରଖିବ। ଆମେ ହାର ମାନିବୁ ନାହିଁ କି ପଛକୁ ଫେରିବୁ ନାହିଁ।

Advertisment

ସେପଟେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସୁଧାଂଶୁ ତ୍ରିବେଦୀ ଏହି ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ କିଛି ଦିନ ପୂର୍ବରୁ କୋଲକାତାର ଆର.ଜି. କର ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ କରି ହତ୍ୟା କରିଦିଆଯାଇଥିଲା। ଏହି ଘଟଣା ସମଗ୍ର ଦେଶକୁ ଥରାଇ ଦେଇଥିଲେ ମଧ୍ୟ ରାହୁଲ ଗାନ୍ଧୀ ସେଠାକୁ ଯାଇନଥିଲେ। ସେହିଭଳି ରାହୁଲ ଗାନ୍ଧୀ ପାଲଘର, ଜୟପୁର, କୋଲହାପୁର ଏବଂ ତାମିଲନାଡୁ ହିଂସା ସମୟରେ ମଧ୍ୟ ଯାଇ ନାହାଁନ୍ତି, କାରଣ ତାଙ୍କୁ ଏଥିରେ ରାଜନୈତିକ ଫାଇଦା ମିଳିନଥାନ୍ତା। ସୁଧାଂଶୁ ତ୍ରିବେଦୀ କହିଛନ୍ତି ଯେ, ଏଭଳି ପରିସ୍ଥିତିରେ ମଧ୍ୟ ବିରୋଧୀ ରାଜନୈତିକ ଲାଭ ଖୋଜୁଛନ୍ତି, ଏହା ଦୁର୍ଭାଗ୍ୟଜନକ।

Bjp Rahul Gandhi Sudhanshu Trivedi Congress Mallikarjun Kharge Sambhal Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe