Advertisment

ଫଟୋକୁ ନେଇ ଉଠିଲା ପଡ଼ିଲା ବିଧାନସଭା

ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠିଥିଲା। ଏହି ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ ସିଧା ସିଧା ରାଜ୍ୟ ସରକାରଙ୍କୁ ଘେରିଥିଲେ। ବିଜେପି ମଧ୍ୟ କଂଗ୍ରେସ ସହିତ ସ୍ୱର ମିଳାଇଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Minister and CS

Minister and CS

ଫଟୋକୁ ନେଇ ଆଜି ବିଧାନସଭା ଉଠିଛି ଓ ପଡ଼ିଛି। ଗୃହରେ ବିରୋଧୀ କଂଗ୍ରେସ ଓ ବିଜେପି ବିଧାୟକମାନେ ହୋ-ହଲ୍ଲା ଓ ନାରାବାଜି ଦେଇଛନ୍ତି। ତା’ହେଲେ କ’ଣ ସେହି ଫଟୋ? ଯାହାକୁ ନେଇ ଏତେ ହଙ୍ଗାମା। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସେହି ଫଟୋଟିକୁ ପ୍ରକାଶ କରିଥିଲା। ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବା ପାଇଁ ଏକ ଚେକ ଦେବାକୁ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ, ମୁଖ୍ୟ ଶାସନ ସଚିବଙ୍କ ପାଖକୁ ଯାଇଥିଲେ। 

Advertisment

ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠିଥିଲା। ଏହି ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ କହିଥିଲେ, ମନ୍ତ୍ରୀମାନେ ସରକାର। ସରକାର ପାଖକୁ କର୍ମଚାରୀ ଯିବ ନା କର୍ମଚାରୀ ପାଖକୁ ସରକାର ଯିବ? ରାଜ୍ୟରେ ଅମଲାତନ୍ତ୍ର ଶାସନ ଚାଲିଛି। ଦିନ ଦି’ ପ୍ରହରରେ ଗଣତନ୍ତ୍ରକୁ ଧର୍ଷଣ କରାଯାଉଛି। ମୁଖ୍ୟ ଶାସନ ସଚିବଙ୍କୁ ଭେଟିବା ପାଇଁ ମନ୍ତ୍ରୀ ଯାଉଛନ୍ତି। ତେଣୁ ଆଗକୁ ଏମିତି ଆଉ ହେବ ନାହିଁ ବୋଲି ମନ୍ତ୍ରୀ ଗୃହରେ କୁହନ୍ତୁ। ମୁଖ୍ୟ ଶାସନ ସଚିବ ମଧ୍ୟ ଅନୁତାପ କରନ୍ତୁ ବୋଲି ନରସିଂହ କହିଛନ୍ତି।

ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ଗର୍ଜୁଥିବା ବେଳେ ଜାବବ ରଖିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ। ସେ କହିଥିଲେ, ଜଣେ ମନ୍ତ୍ରୀଙ୍କୁ କୁହନ୍ତୁ। ମନ୍ତ୍ରୀମାନଙ୍କୁ କୁହନ୍ତୁ ନାହିଁ। ରାଇଡର ଯଦି ଠିକ୍‌ ଅଛି ଘୋଡା ଠିକ୍‌ ଚାଲିବ। ଏଭଳି କହି ମନ୍ତ୍ରୀମାନଙ୍କ କ୍ଷମତାକୁ କ୍ଷୁର୍ଣ୍ଣ କରାଯାଉଛି। ଯେତେବେଳେ ଯାହା ପ୍ରଶ୍ନ କରିବେ ମୁଁ ଖୋଲାଖୋଲି ଉତ୍ତର ଦେବି। ମୋତେ ବାଚସ୍ପତି ଡାକିଥିବାରୁ ମୁଁ ଛିଡା ହୋଇଛି ବୋଲି ନିରଞ୍ଜନ ପୂଜାରୀ କହିଥିଲେ।

Advertisment

ନିଜ ଫଟୋକୁ ନେଇ ନିରଞ୍ଜନ ପୂଜାରୀ କହିଥିଲେ- “ସିଏମ୍‌ଙ୍କ ପଛ ପାର୍ଶ୍ୱରେ ପିଏସ୍‌ ଛିଡ଼ା ହୋଇଛନ୍ତି। ଆପଣମାନେ ଫଟୋକୁ ଭଲ କରି ଦେଖନ୍ତୁ। ସେହି ଫଟୋକୁ ଏଡିଟ୍‌ କରାଯାଇଛି। ମୁଁ ସିଏମ୍‌ଙ୍କୁ ନମସ୍କାର କରୁଛି। ତାଙ୍କ ପଛ ପାର୍ଶ୍ୱରେ ପିଏସ୍‌ ଅଛନ୍ତି। ତାହାହେଲେ ମୋ ନମସ୍କାର କାହାକୁ ଗଲା? ସିଏମ୍‌ଙ୍କୁ ଗଲା ନା ତାଙ୍କ ପଛ ପର୍ଶ୍ୱରେ ଛିଡ଼ା ହୋଇଥିବା ଲୋକଙ୍କ ପାଖକୁ ଗଲା। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନମସ୍କାର କରୁଛି।”

ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କହିଛନ୍ତି, ଓଡ଼ିଶାର କୌଣସି ଅଫିସର ଲୋକପ୍ରତିନିଧିଙ୍କୁ ସମ୍ମାନ ଦେଉନାହାନ୍ତି। ଏପରିକି ଲୋକ ପ୍ରତିନିଧିଙ୍କ କଥା ଶୁଣୁନାହାନ୍ତି। ବିଜେଡି ନେତାମାନେ ଏ ସମ୍ପର୍କରେ ବାହାରେ କହିପାରୁନାହାନ୍ତି।

BjD Bjp Congress Bjd Leader Bjp Protest