Advertisment

କଂଗ୍ରେସ ଘୋଷଣା କଲା ପ୍ରାର୍ଥୀ: କଟକ ବାରବାଟୀରୁ ଲଢ଼ିବେ ସୋଫିଆ, ସମ୍ବଲପୁରରୁ ନଗେନ୍ଦ୍ର ପ୍ରଧାନ

ସମ୍ବଲପୁର ଲୋକସଭା ଆସନରେ ବିଜେଡିରୁ ଆସିଥିବା ନଗେନ୍ଦ୍ର ପ୍ରଧାନଙ୍କୁ ଦଳ ଟିକେଟ ଦେଇଛି। ପୂର୍ବରୁ ଏଠାରେ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଥିଲା।

Sofia

Sofia

Advertisment

ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସ ଆଜି ଓଡ଼ିଶାର ୨ଟି ଲୋକସଭା ଓ ୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳ ୨ ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନରେ ପ୍ରାର୍ଥୀ ବଦଳାଇଛି। ବାରିପଦା ଓ ଖଣ୍ଡପଡ଼ା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଛି କଂଗ୍ରେସ। ବାରିପଦାରେ ବାଦଲ ହେମ୍ବ୍ରମଙ୍କ ସ୍ଥାନରେ ପ୍ରମୋଦ ହେମ୍ବ୍ରମ ଦଳର ଟିକେଟ ପାଇଛନ୍ତି। ସେହିପରି ଖଣ୍ଡପଡ଼ାରେ ମନୋଜ ପ୍ରଧାନଙ୍କ ସ୍ଥାନରେ ବୈଜୟନ୍ତୀମାଳା ମହାନ୍ତି କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ିବେ।

Advertisment

ସମ୍ବଲପୁର ଲୋକସଭା ଆସନରେ ବିଜେଡିରୁ ଆସିଥିବା ନଗେନ୍ଦ୍ର ପ୍ରଧାନଙ୍କୁ ଦଳ ଟିକେଟ ଦେଇଛି। ପୂର୍ବରୁ ଏଠାରେ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଥିଲା। 

ଅନ୍ୟପକ୍ଷରେ କଟକ ବାରବାଟୀରୁ ସୋଫିଆ ଫିର୍ଦ୍ଦୋସ ପ୍ରାର୍ଥୀ ହୋଇଛନ୍ତି। ସୋଫିଆ ହେଉଛନ୍ତି ବର୍ତ୍ତମାନର ବିଧାୟକ ମହମ୍ମଦ ମୋକିମଙ୍କ ଝିଅ। ଆଇନଗତ କାରଣରୁ ମୋକିମ ନିର୍ବାଚନ ଲଢ଼ିବାରୁ ବଞ୍ଚିତ ହୋଇଥିବାରୁ ରାଜ୍ୟ କଂଗ୍ରେସ ପକ୍ଷରୁ ସୋଫିଆଙ୍କ ନାଁ ଏଆଇସିସିକୁ ସୁପାରିସ କରାଯାଇଥିଲା।

Advertisment

ଏଆଇସିସି ମଧ୍ୟ ସୋଫିଆଙ୍କ ନାଁ ଉପରେ ମୋହର ମାରିଛି। ଏଠାରେ ବିଜେଡି ପ୍ରକାଶ ବେହେରାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ଏଯାଏ କାହାକୁ ବି ଟିକେଟ ଦେଇନାହିଁ।

ଏହାବାଦ ଜଳେଶ୍ୱରରୁ ଦେବୀ ପ୍ରସନ୍ନ ଚାନ୍ଦ, ବାଲେଶ୍ୱରରୁ ମୋନାଲିସା ଲେଙ୍କା, ବଡ଼ଚଣାରୁ ଅଜୟ ସାମଲ, ପାଲଲହଡ଼ାରୁ ଫକୀର ସାମଲ, ଜଗତସିଂହପୁର ଆସନରୁ ପ୍ରତିମା ମଲ୍ଲିକଙ୍କୁ ଦଳ ଟିକେଟ ଦେଇଛି।

ଦଳ ଆଜି ଆଉ ୨ଟି ଲୋକସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। କଟକରୁ ଦଳ ସୁରେଶ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି। ସେହିପରି ନିକଟରେ ବିଜେଡି ଛାଡ଼ି କଂଗ୍ରେସରେ ମିଶିଥିବା ନଗେନ୍ଦ୍ର ପ୍ରଧାନ ସମ୍ବଲପୁରରୁ ଟିକେଟ ପାଇଛନ୍ତି।

ଦୁଲାଲ ଚନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ନଗେନ୍ଦ୍ର ପ୍ରଧାନଙ୍କୁ ଦଳ ଟିକେଟ ଦେଇଛି। ସମ୍ବଲପୁରରେ ନଗେନ୍ଦ୍ରଙ୍କ ଲଢ଼େଇ ବିଜେପିର ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡିର ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ସହ ହେବ।

Odisha Congress Odisha Politics Election Sofia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe