Advertisment

କଙ୍ଗନାଙ୍କୁ କଂଗ୍ରେସର ଚେତାବାନୀ: ସୋନିଆ ଗାନ୍ଧିଙ୍କୁ କ୍ଷମା ମାଗ ନଚେତ...

କଂଗ୍ରେସର ହିମାଚଳ ପ୍ରଦେଶ ସରକାର ଋଣ କରୁଛନ୍ତି ଓ ସୋନିଆ ଗାନ୍ଧିଙ୍କୁ ଦେଉଛନ୍ତି ବୋଲି କଙ୍ଗନା ଅଭିଯୋଗ କରିଥିଲେ।

author-image
Hemant Lenka
Kangana

Kangana

ବିଜେପି ସାଂସଦ କଙ୍ଗନା ରାଣାୱତଙ୍କୁ କଡ଼ା ଚେତାବନୀ ଦେଇଛି କଂଗ୍ରେସ। ହିମାଚଳ ପ୍ରଦେଶର କ୍ଷମତାସୀନ କଂଗ୍ରେସ ସରକାର ବେଆଇନ ଭାବେ ବିପର୍ଯ୍ୟୟ ପରିଚାଳନା ପାଇଁ ଆସୁଥିବା ପାଣ୍ଠିକୁ ସୋନିଆ ଗାନ୍ଧିଙ୍କ ପାଖକୁ ପଠାଉଥିବା କଙ୍ଗନା ଅଭିଯୋଗ କରିଥିଲେ।

Advertisment

ଏହା ଉପରେ ହିମାଚଳର ପୂର୍ତ୍ତ ବିଭାଗ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂହ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କଙ୍ଗନାକୁ ନିଜ ବୟାନ ଫେରାଇ ନେଇ କ୍ଷମା ମାଗିବାକୁ ଚେତାବନୀ ଦେଇଛନ୍ତି। ନଚେତ ତାଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡ଼ିବ ବୋଲି ମଧ୍ୟ ସେ କହିଛନ୍ତି।

ଶ୍ରୀ ସିଂହ କହିଛନ୍ତି, “ଯଦି କଙ୍ଗନା ନିଜ ବୟାନ ପ୍ରତ୍ୟାହାର ନ କରନ୍ତି, ତା’ହେଲେ ଆମେ ତାଙ୍କ ନାଁରେ ମାନହାନୀ କେସ କରିବୁ। ସେ କେଉଁ ଆଧାରରେ ଏପରି ବୟାନ ଦେଲେ? ସୋନିଆ ଗାନ୍ଧିଙ୍କ ଭଳି ନେତ୍ରୀଙ୍କ ସମ୍ପର୍କରେ ସେ ଏତେ ବଡ଼ କଥା କହିବା ଅତ୍ୟନ୍ତ ଦୁର୍ଭ୍ୟଗଜନକ।

Advertisment

କେନ୍ଦ୍ରରୁ ଆସୁଥିବା ଟଙ୍କା କିମ୍ବା ରାଜ୍ୟର ବିକାଶ ପାଣ୍ଠିକୁ ସୋନିଆ ଗାନ୍ଧିଙ୍କୁ ଦିଆଯିବା ବୟାନ ଅତ୍ୟନ୍ତ ନିର୍ବୋଧର ପରିଚୟ। ମୁଁ କଙ୍ଗନାକୁ ଚ୍ୟାଲେଞ୍ଜ କରିବାକୁ ଚାହୁଁଛି ଯେ ଟଙ୍କାଟିଏ ମଧ୍ୟ ସ୍ଥାନାନ୍ତର ହୋଇଥିବାର ପ୍ରମାଣ ଦିଅନ୍ତୁ। ଯଦି ପ୍ରମାଣ ଦେଇପାରିବେ ନାହିଁ. ତା’ହେଲେ ନିଜର ଭିତ୍ତିହୀନ ଅଭିଯୋଗ ପାଇଁ ସୋନିଆ ଗାନ୍ଧିଙ୍କୁ କ୍ଷମା ମାଗନ୍ତୁ।

ବିଜେପି କଙ୍ଗନାଙ୍କୁ ସତର୍କ କରାଇଥିଲା ଓ ସମ୍ବେଦନଶୀଳ ପ୍ରସଙ୍ଗରେ କୌଣସି ବୟାନ ନ ଦେବାକୁ କହିଥିଲା। କିନ୍ତୁ ଏବେ ଲାଗୁଛି ସେ ନିଜ ଦଳର ହାଇକମାଣ୍ଡଙ୍କ ପରାମର୍ଶକୁ ମଧ୍ୟ ଖାତିର କରୁ ନାହାନ୍ତି।”

କଂଗ୍ରେସର ହିମାଚଳ ପ୍ରଦେଶ ସରକାର ଋଣ କରୁଛନ୍ତି ଓ ସୋନିଆ ଗାନ୍ଧିଙ୍କୁ ଦେଉଛନ୍ତି ବୋଲି କଙ୍ଗନା କରିଥିବା ଅଭିଯୋଗ ଉପରେ ଶ୍ରୀ ସିଂହ କହିଛନ୍ତି ଯେ କେନ୍ଦ୍ର ପାଖରୁ ଆସୁଥିବା ଟଙ୍କା କେଉଁ ସବୁ କାମରେ ଲାଗୁଛି, ତା’ର ରିପୋର୍ଟ ରହିଛି। ଏହା ଅତ୍ୟନ୍ତ ଅପମାନଜନକ ବୟାନ।

ଆମେ ଏହାକୁ ନିନ୍ଦା କରୁଛୁ। ସେ ସପ୍ତାହକ ମଧ୍ୟରେ ପ୍ରମାଣ ରଖନ୍ତୁ। ଯଦି ସେ ପ୍ରମାଣ ଦେଇ ପାରିବେ ନାହିଁ କିମ୍ବା କ୍ଷମା ମାଗିବେ ନାହିଁ, ତା’ହେଲେ ଆମେ ତାଙ୍କ ନାଁରେ ଅପରାଧିକ ମାନହାନୀ କେସ୍‌ କରିବୁ ବୋଲି ଶ୍ରୀ ସିଂହ କହିଛନ୍ତି।

ରବିବାର ନିଜ ନିର୍ବାଚନ ମଣ୍ଡଳୀ ମଣ୍ଡିରେ ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ କରି କଙ୍ଗନା କଂଗ୍ରେସ ଓ ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କୁ ଟାର୍ଗେଟ କରିଥିଲେ।

ସେ କହିଥିଲେ, “ବିପର୍ଯ୍ୟୟ ଓ କଂଗ୍ରେସ ରାଜ୍ୟକୁ ଦଶନ୍ଧି ପଛକୁ ନେଇ ଯାଇଛନ୍ତି। ଏ ସରକାରକୁ ମୂଳରୁ ଉପାଡ଼ି ଦେବାକୁ ମୁଁ ଲୋକଙ୍କୁ ଆହ୍ୱାନ କରୁଛି। ଯଦି ଆମେ (କେନ୍ଦ୍ର ସରକାର) ବିପର୍ଯ୍ୟୟ ପରିଚାଳନା ପାଇଁ ପାଣ୍ଠି ଦେଉଛୁ, ତା’ହେଲେ ଏହା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଯିବା କଥା। କିନ୍ତୁ ସମସ୍ତେ ଜାଣିଛନ୍ତି ଯେ ଏହା ସୋନିଆ ରିଲଫ ପାଣ୍ଠିକୁ ଯାଉଛି।”

Bjp Congress Sonia Gandhi Kangana Ranaut