/odisha-reporter/media/post_attachments/uploadimage/library/16_9/16_9_0/Congress_1702909831.jpg)
Congress
ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ରାଜ୍ୟର ସମସ୍ତ ଲୋକସଭା ଆସନ ପାଇଁ ୨୧ଜଣ ଦଳୀୟ ନେତାଙ୍କୁ ସଂଯୋଜକଙ୍କୁ ନିଯୁକ୍ତି ଦେଇଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିଶ ଓ ନବନିଯୁକ୍ତ ଓଡ଼ିଶା ପ୍ରଭାରୀଙ୍କ ଦ୍ୱାରା ଏହି ନେତାମାନେ ସଂଯୋଜକ ଭାବେ ନିଯୁକ୍ତି ପାଇଛନ୍ତି ।
ସେମାନେ ହେଲେ ବରଗଡ଼-ଆଶୁତୋଷ ସ୍ୱାଇଁ , ସୁନ୍ଦରଗଡ଼- ଅନନ୍ତ ଶୟନ ପାଢ଼ୀ, ସମ୍ବଲପୁର- ପ୍ରେମଶଙ୍କର ମିଶ୍ର , କେନ୍ଦୁଝର-ବିଷ୍ଣୁ ବାରିକ, ମୟୂରଭଞ୍ଜ- ମନୋରଞ୍ଜନ ରାଉତ , ବାଲେଶ୍ୱର-ଜାନକୀବଲ୍ଲଭ ପଟ୍ଟନାୟକ, ଭଦ୍ରକ- ଜିଆ ଉଲ୍ ହକ୍ , ଯାଜପୁର-ଜିନେଶ ଦାସ, ଢ଼େଙ୍କାନାଳ-ବାଙ୍କନିଧି ବେହେରା, ବଲଙ୍ଗୀର-ଦିଲ୍ଲୀପ ନନ୍ଦ , କଳାହାଣ୍ଡି -ଦ୍ୱାରିକା ମହାପାତ୍ର , ନବରଙ୍ଗପୁର- ରବୀନ୍ଦ୍ର ମହାପାତ୍ର , କନ୍ଧମାଳ- ରାଜୀବ ପଟ୍ଟନାୟକ , କଟକ-ସୁବ୍ରତ ମହାପାତ୍ର ,କେନ୍ଦ୍ରପଡ଼ା- ଶଶିକାନ୍ତ ଲେଙ୍କା , ଜଗତସିଂହପୁର-ସୁଦୀପ୍ତ କର,ପୁରୀ-ବିପ୍ଲବ ଚୌଧୁରୀ , ଭୁବନେଶ୍ୱର- ହଳଧର ସେଠୀ , ଆସ୍କା- ଘନ ଶବର,ବ୍ରହ୍ମପୁର-ଶୁଭେନ୍ଦୁ ମହାନ୍ତି ଓ କୋରାପୁଟ ସଂସଦୀୟ କ୍ଷେତ୍ର ସଂଯୋଜକ ଭାବେ ପୀତବାସ ପଣ୍ଡା ବୋଲି ଜଣାପଡ଼ିଛି ।
ଆସନ୍ତା ୨୩ତାରିଖରୁ ଏହି ନୂଆ ସଂଯୋଜକଙ୍କ ସମେତ ବିଧାନସଭା ମଣ୍ଡଳୀ ସଂଯୋଜକଙ୍କ ନିମନ୍ତେ କଂଗ୍ରେସ ପକ୍ଷରୁ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
