Advertisment

ତାରା ପଚାରିଲେ: କୁଆଡ଼େ ଗଲା ‘ସୁଭଦ୍ରା’ ଏସ୍‌ଓପି

ଶ୍ରୀ ବାହିନୀପତି କହିଛନ୍ତି, ଉପମୁଖ୍ୟ ମନ୍ତ୍ରୀ ଘୋଷଣା କରିଥିଲେ ଅଗଷ୍ଟ ୧୫ ତାରିଖରେ ସୁଭଦ୍ରା ଯୋଜନା ଏସଓପି ଆସିବ। ହେଲେ ଅଗଷ୍ଟ ୧୫ ଯାଇ ରାକ୍ଷୀ ପୂର୍ଣ୍ଣିମା ହେଲା, ‘ସୁଭଦ୍ରା’ ଯୋଜନା ଏସ୍‌ଓପି ଆସିଲା ନାହିଁ।

author-image
Manoranjan Sial
Tara

Tara

‘ସୁଭଦ୍ର’ ଯୋଜନା ମାଧ୍ୟମରେ ମହିଳାଙ୍କୁ ହାତ ଖର୍ଚ୍ଚ ଦେବେ ରାଜ୍ୟ ସରକାର। ସେଥିପାଇଁ ବଜେଟ୍‌ରେ ବ୍ୟୟବରାଦ କରିଥିଲେ। ଡିସେମ୍ୱର ୧୫ ତାରିଖ ସୁଦ୍ଧା ‘ସୁଭଦ୍ରା’ ଯୋଜନାର ଏସ୍‌ଓପି ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଣମାଧ୍ୟମକୁ ସୂଚନା ଦେଇଥିଲେ। ହେଲେ ସ୍ୱାଧୀନତା ଦିବସ ଯାଇ ରାକ୍ଷୀ ଆସିଲାଣି। ହେଲେ ‘ସୁଭଦ୍ରା’ ଯୋଜନାର ଏସ୍‌ଓପି ଆସିଲା ନାହିଁ। ଏହାକୁ ନେଇ ସମାଲୋଚନା କରିଛି କଂଗ୍ରେସ। କୁଆଡ଼େ ଗଲା ‘ସୁଭଦ୍ରା’ ଯୋଜନାର ଏସଓପି ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି।

Advertisment

ଶ୍ରୀ ବାହିନୀପତି କହିଛନ୍ତି, ଉପମୁଖ୍ୟ ମନ୍ତ୍ରୀ ଘୋଷଣା କରିଥିଲେ ଅଗଷ୍ଟ ୧୫ ତାରିଖରେ ସୁଭଦ୍ରା ଯୋଜନା ଏସଓପି ଆସିବ। ହେଲେ ଅଗଷ୍ଟ ୧୫ ଯାଇ ରାକ୍ଷୀ ପୂର୍ଣ୍ଣିମା ହେଲା, ‘ସୁଭଦ୍ରା’ ଯୋଜନା ଏସ୍‌ଓପି ଆସିଲା ନାହିଁ। ମଜୁରିଆଙ୍କୁ ଆଜି ନାହିଁ, କାଲିକି ଆସ କହିବା ଭଳି ‘ସୁଭଦ୍ରା’ ଯୋଜନା ଏସ୍‌ଓପି କ୍ଷେତ୍ରରେ ସେହିଭଳି କରୁଛନ୍ତି। ତୁରନ୍ତ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନା ଏସ୍‌ଓପି ଆଣନ୍ତୁ। ନଚେତ କଂଗ୍ରେସ ବିଧାନସଭାରେ ଏ ପ୍ରସଙ୍ଗ ଉଠାଇବ ବୋଲି ତାରା କହିଛନ୍ତି।

ତାରା ଆହୁରି ମଧ୍ୟ କହିଛନ୍ତି, ଆଗାମୀ ଦିନରେ କଂଗ୍ରେସ ପୋଲାଭରମ୍‌, କୋଟିଆ ପ୍ରସଙ୍ଗକୁ ଜୋରଦାର କରିବ। ଏହାଛଡ଼ା ଆଦିବାସୀଙ୍କ ପାଇଁ କଂଗ୍ରେସ ସରକାର ପେସା ଆଇନ୍‌ ଆଣିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ପେସା ଆଇନ୍‌ ଲାଗୁ କରିନାହାନ୍ତି। ଖାଲି ଭଣ୍ଡାଇ ଚାଲିଛନ୍ତି। ଖୁବ୍‌ଶୀଘ୍ର ରାଜ୍ୟ ସରକାର ପେସା ଆଇନ୍‌ ଲାଗୁ କରାନ୍ତୁ। ସେହିପରି ବେକାରୀ ସମସ୍ୟା, ଆଳୁ ପରି ଅନେକ ପ୍ରସଙ୍ଗ କଂଗ୍ରେସ ଉଠାଇବ ବୋଲି ତାରା କହିଛନ୍ତି।

Advertisment
Congress Odisha Congress Subhadra Yojana