Advertisment

ଦେଶର ସ୍ୱାର୍ଥ ସବୁଠାରୁ ଉପରେ: କେନ୍ଦ୍ରକୁ ସମର୍ଥନ କଲା କଂଗ୍ରେସ

ଭାରତ ଓ କାନାଡା ମଧ୍ୟରେ ତିକ୍ତତା ଚରମସୀମାରେ ପହଞ୍ଚିଛି। କିନ୍ତୁ ଏପରି ଏକ ସ୍ଥିତିରେ ବିରୋଧୀ କଂଗ୍ରେସ ସିଧାସଳଖ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିଛି।

PM Modi

PM Modi

Advertisment

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାରର ହତ୍ୟା ପାଇଁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତକୁ ଦାୟୀ କରିବା ସହ ସେଠାରେ ଅବସ୍ଥାପିତ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛନ୍ତି। ତେବେ ଭାରତ ସରକାର ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଓ ଯେସାକୁ ତେସା ନୀତିରେ ଏଠାରେ ଅବସ୍ଥାପିତ କାନାଡାର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛନ୍ତି।

Advertisment

ଏହାକୁ ଭାରତ ଓ କାନାଡା ମଧ୍ୟରେ ତିକ୍ତତା ଚରମସୀମାରେ ପହଞ୍ଚିଛି। କିନ୍ତୁ ଏପରି ଏକ ସ୍ଥିତିରେ ବିରୋଧୀ କଂଗ୍ରେସ ସିଧାସଳଖ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିଛି। ଦଳ ସବୁବେଳେ ଦେଶର ସ୍ୱାର୍ଥକୁ ଗୁରୁତ୍ୱ ଦିଏ ଓ ଦେଶର ହିତ ସର୍ବୋପରି ବୋଲି କଂଗ୍ରେସ କହିଛି।

କଂଗ୍ରେସର ସାଂସଦ ଜୟରାମ ରମେଶ କହିଛନ୍ତି, “ଜାତୀୟ କଂଗ୍ରେସ ସବୁବେଳେ ବିଶ୍ୱାସ କରି ଆସିଛି ଯେ ଆତଙ୍କବାଦ ବିରୋଧରେ ଦେଶ କରୁଥିବା ଲଢ଼େଇରେ କେବେ ହେଲେ କୌଣସି ପ୍ରକାରର ବୁଝାମଣା ହୋଇପାରିବ ନାହିଁ। ବିଶେଷ କରି ଭାରତର ସାର୍ବଭୌମତ୍ୱ, ଏକତା ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଥିବା ଆତବାଦ କ୍ଷେତ୍ରରେ ବୁଝାମଣା ଅସମ୍ଭବ। ଆମ ଦେଶର ସ୍ୱାର୍ଥ ଓ ଚିନ୍ତା ସବୁବେଳେ ସବୁଠାରୁ ଉପରେ ରହିବ।”

Advertisment

ସେହିପରି ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁସିଙ୍ଘଭୀ ମଧ୍ୟ କାନାଡା ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ପୃଥିବୀରେ ଥିବା ସବୁଠାରୁ ବଡ଼ ଜୋକର ହେଉଛନ୍ତି ଜଷ୍ଟିନ ଟ୍ରୁଡୋ। ସେ ଅନ୍ୟ ଭାରତ ବିରୋଧୀ ଅପ୍ରଚାରକଙ୍କ ଭଳି ଅତ୍ୟନ୍ତ ବିପଦଜନକ। ନୂଆଦିଲ୍ଲୀରେ ଥିବା କାନାଡା ହାଇ କମିଶନ ନିକଟରୁ ଭାରତ ସରକାର ତୁରନ୍ତ ସୁରକ୍ଷା ବ୍ୟବସ୍ଥା ହ୍ରାସ କରନ୍ତୁ। ଏହା ଅତ୍ୟନ୍ତ ଦୁଃଖଦାୟକ।”

Canada Canada Prime Minister Justin Trudeau India Expels Top Canadian Diplomat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe