କଂଗ୍ରେସର ନିଆରା ପ୍ରତିବାଦ। ବିଜେଡି ସହ ବିଜେପିକୁ ବାହା କରାଇଲା କଂଗ୍ରେସ। ବିଜେଡି ଓ ବିଜେପି ମଧ୍ୟରେ ଭିତିରିଆ ମଧୁର ସଂପର୍କ ଥିବା ଅଭିଯୋଗ କରି ଏପରି ଢଙ୍ଗରେ ନିଆରା ପ୍ରତିବାଦ କରିଛି କଂଗ୍ରେସ। ସେହିଭଳି ଛାତ୍ର କଂଗ୍ରେସର ସଭାପତି ୟାସିର ନବାଜ କହିଛନ୍ତି, ୨୫ ବର୍ଷ ହେଲା ବିଜେପି ଓ ବିଜେଡି ଏକ ହୋଇ ଅଛନ୍ତି। ଏବେ ବାହାଘରର ସମୟ ଆସିଛି। ତେଣୁ ଉଭୟଙ୍କ ବାହାଘର କରାଯାଉଛି।