କଂଗ୍ରେସର ଦମ୍ଭୋକ୍ତି: ଓଡ଼ିଶାରେ କରିବୁ ଭଲ ପ୍ରଦର୍ଶନ, ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଫେରାଇବୁ ଟଙ୍କା

ଓଡ଼ିଶାର ଜଳ, ଜମି, ଜଙ୍ଗଲ, ଖଣିଜ ସମ୍ପଦକୁ ବାହାର ରାଜ୍ୟର ଲୋକଙ୍କୁ ବିକ୍ରି କରାଯାଉଛି । ଓଡ଼ିଶାରେ କୋଟି କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଥିବାବେଳେ ଏହାର ତଦନ୍ତକୁ ଜାଣିଶୁଣି ଫାଇଲ୍ ତଳେ ଚାପି ଦିଆଯାଇଛି ।

Pawan Kumar Khera PhotoOR

ଏଆଇସିସି ମିଡିଆ ସେଲ୍ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ପୱନ କୁମାର ଖେରା

Ordigital Desk
  • Published: Tuesday, 05 March 2024
  • Updated: 05 March 2024, 09:13 PM IST

Sports

Latest News

ଆଗାମୀ ନିର୍ବାଚନରେ ଓଡ଼ିଶାରେ ଭଲ ପ୍ରଦର୍ଶନ କରିବ କଂଗ୍ରେସ । ସେଥିପାଇଁ ଉଭୟ ବିଜେପି ଓ ବିଜେଡି ଏବେଠୁ ଭୟଭୀତ ଅବସ୍ଥାରେ ଅଛନ୍ତି । କଂଗ୍ରେସ କ୍ଷମତାକୁ ଆସିଲେ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ନ୍ୟାୟ ଦେବ ଓ ସେମାନେ ନିଜର ଟଙ୍କା ଫେରସ୍ତ ପାଇବେ ବୋଲି କଂଗ୍ରେସ ଦମ୍ଭୋକ୍ତି ବ୍ୟକ୍ତ କରିଛି । ଦଳ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ମିଡିଆ ସେଲ୍ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ପୱନ କୁମାର ଖେରା ଏହି ସୂଚନା ଦେଇଛନ୍ତି ।

ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ଓଡ଼ିଶାର ବିଭିନ୍ନ କାର୍ଯ୍ୟରେ ଯେତେସବୁ ଟେଣ୍ଡର ହେଉଛି ସବୁ ଓଡ଼ିଶା ବାହାରର ଲୋକଙ୍କୁ କାହିଁକି ଦିଆଯାଉଛି । ଓଡ଼ିଶାରେ ଦକ୍ଷ ମାନବସମ୍ବଳ ଓ ବଡ଼ ବଡ଼ ଠିକାଦାର ଥିଲେ ମଧ୍ୟ ସେମାନେ ହାତବାନ୍ଧି ବସିଛନ୍ତି । ଓଡ଼ିଶାର ଜଳ, ଜମି, ଜଙ୍ଗଲ, ଖଣିଜ ସମ୍ପଦକୁ ବାହାର ରାଜ୍ୟର ଲୋକଙ୍କୁ ବିକ୍ରି କରାଯାଉଛି । ଓଡ଼ିଶାରେ କୋଟି କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଥିବାବେଳେ ଏହାର ତଦନ୍ତକୁ ଜାଣିଶୁଣି ଫାଇଲ୍ ତଳେ ଚାପି ଦିଆଯାଇଛି । ମନମୋହନ ସରକାରଙ୍କ ସମୟରେ ଓଡ଼ିଶାର ଖଣି ଦୁର୍ନୀତିର ତଦନ୍ତ ଶାହା କମିଶନଙ୍କ ଦ୍ୱାରା କରାଯାଇଥିଲା । ମାତ୍ର ମୋଦି ସରକାର କ୍ଷମତାକୁ ଆସିବା ପରେ ରାଜ୍ୟ ସରକାରଙ୍କ ସହ ମିଶି ଏହି ତଦନ୍ତକୁ ଚାପି ଦେଇଛନ୍ତି । ଉଭୟ ବିଜେପି ଓ ବିଜେଡି ଅଘୋଷିତ ମେଂଟ କରିଛନ୍ତି ଏବଂ   ଓଡ଼ିଶାର ସମ୍ପତ୍ତି ଓ ରାଜକୋଷକୁ ଲୁଟି ଚାଲିଛନ୍ତି । ଜଣେ ଅଣଓଡ଼ିଆ ତଥା ତାମିଲ ବାବୁଙ୍କୁ କେନ୍ଦ୍ର ସରକାର ମାତ୍ର ୨୪ଘଂଟା ମଧ୍ୟରେ ଭିଆରଏସ୍ ଦେଇଦେଲେ । ସେହି ବ୍ୟକ୍ତି ଏବେ ଓଡ଼ିଶାରେ ଏକଛତ୍ରବାଦ ଚଳାଇଥିବାରୁ ଓଡ଼ିଶାର ଲୋକମାନେ ଅବହେଳିତ ହେଉଛନ୍ତି ବୋଲି ଖେରା କହିଛନ୍ତି ।

Also Read

ସେ କହିଛନ୍ତି ଯେ, ଆସନ୍ତା ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ । ଏଥିପାଇଁ କଂଗ୍ରେସର କର୍ମକର୍ତ୍ତା ଓ କର୍ମୀମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହେଉଛି । ସେଥିପାଇଁ ବିଜେପି ଓ ବିଜେଡି ନେତାମାନେ ଭୟଭୀତ ହୋଇପଡ଼ିଛନ୍ତି । ବାରମ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସୁଛନ୍ତି । ଗତ ୧୦ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ଦେଇଥିବା ଅନେକ ପ୍ରତିଶ୍ରୁତି ଅଦ୍ୟାବଧି ପୂରଣ କରିନାହାନ୍ତି । ଦେଶର ଯୁବପିଢ଼ି, ଚାଷୀ, ମହିଳା ଓ ଆଦିବାସୀଙ୍କ ପ୍ରତି ଅନ୍ୟାୟ ବଢ଼ିଚାଲିଛି । ପ୍ରତି ଏକ ଘଂଟାରେ ଦେଶରେ ୨ଜଣ ଯୁବକ, ୨ଜଣ ଚାଷୀ ଆତ୍ମହତ୍ୟା କରୁଛନ୍ତି । ସେହିପରି କଂଗ୍ରେସ କ୍ଷମତାକୁ ଆସିଲେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଓ ଖଣି ଦୁର୍ନୀତି କ୍ଷତିଗ୍ରସ୍ତଙ୍କୁ ସେମାନଙ୍କ ହକ୍ ମିଳିବ ବୋଲି ଶ୍ରୀ ଖେରା କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ବରିଷ୍ଠ ନେତା ପଂଚାନନ କାନୁନଗୋ, ବିଶ୍ୱରଞ୍ଜନ ମହାନ୍ତି ଓ ବବିତା ଶର୍ମା ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story