Advertisment

ରାଜ୍ୟସଭା ନିର୍ବାଚନ: କର୍ଣ୍ଣାଟକାରେ ୩-୧ରେ ଜିତିଲା କଂଗ୍ରେସ

କଂଗ୍ରେସ ପକ୍ଷରୁ ଅଜୟ ମାକେନ, ନାସିର ହୁସେନ ଓ ଜିସି ଚନ୍ଦ୍ରଶେଖର ବେଶ ଚମତ୍କାର ଢଙ୍ଗରେ ଜିତି ରାଜ୍ୟସଭାକୁ ଯାଇଛନ୍ତି।

Congress

Congress

Advertisment

ଉତ୍ତର ପ୍ରଦେଶ, କର୍ଣ୍ଣାଟକା ଓ ହିମାଚଳ ପ୍ରଦେଶର ୧୫ଟି ରାଜ୍ୟସଭା ଆସନ ପାଇଁ ହୋଇଥିବା ଭୋଟର ରେଜଲ୍ଟ ଆସିବା ଆରମ୍ଭ ହୋଇଛି। ଆଜି ଭୋଟିଂ ପ୍ରକ୍ରିୟା ସକାଳ ୯ଟାରେ ଆରମ୍ଭ ହୋଇଥିବା ବେଳେ ଏବେ ଗଣତି ଶେଷ ହୋଇଛି।

Advertisment

ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ କର୍ଣ୍ଣାଟକାର ୪ ରାଜ୍ୟସଭା ଆସନର ଫଳାଫଳ ସାମ୍ନାକୁ ଆସିଛି। ୪ଟି ଆସନରୁ କ୍ଷମତାସୀନ କଂଗ୍ରେସ ୩ଟିରେ ଜିତିଥିବା ବେଳେ ଗୋଟିଏ ଆସନ ବିଜେପି ପାକୁ ଯାଇଛି।

କଂଗ୍ରେସ ପକ୍ଷରୁ ଅଜୟ ମାକେନ, ନାସିର ହୁସେନ ଓ ଜିସି ଚନ୍ଦ୍ରଶେଖର ବେଶ ଚମତ୍କାର ଢଙ୍ଗରେ ଜିତି ରାଜ୍ୟସଭାକୁ ଯାଇଛନ୍ତି। ସେହିପରି ବିଜେପି ପ୍ରାର୍ଥୀ ନାରାୟଣସା ଭାନଡାଗେ ମଧ୍ୟ ବାଜିମାତ କରିଛନ୍ତି।

Advertisment

ତେବେ ୫ମ ପ୍ରାର୍ଥୀ ଜେଡିଏସ୍‌ର ଡି କୁପେନ୍ଦ୍ର ରେଡ୍ଡୀ ମାତ୍ର ୩୬ ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି। କୁହାଯାଇଛି ଯେ ବିଜେପିର ଜଣେ ବିଧାୟକ କଂଗ୍ରେସ ସପକ୍ଷରେ କ୍ରସ ଭୋଟିଂ କରିଛନ୍ତି।

ଅନ୍ୟପକ୍ଷରେ ୟୁପିରେ ୧୦ଟି ସିଟ୍ ପାଇଁ ୧୧ ଜଣ ପ୍ରାର୍ଥୀ ନାମାଙ୍କନ ଭରିଥିଲେ। ବିଜେପି ୮ଟି ଆସନ ପାଇଁ ପ୍ରାର୍ଥୀ ଦେଇଥିବା ବେଳେ ସମାଜବାଦୀ ପାର୍ଟି ପକ୍ଷରୁ ୩ ଜଣଙ୍କୁ ଟିକେଟ ଦିଆଯାଇଛି।

ସେହିପରି ହିମାଚଳ ପ୍ରଦେଶରେ ଗୋଟିଏ ସିଟ ପାଇଁ ମୁହାଁମୁହିଁ ହେଉଛନ୍ତି ବିଜେପିର ହର୍ଷ ମହାଜନ ଓ କଂଗ୍ରେସର ଅଭିଷେକ ମନୁ ସିଙ୍ଘଭୀ। ଏଠାରେ କଂଗ୍ରେସର ୬ ଜଣ ଓ ୩ ଜଣ ସ୍ୱାଧୀନ ବିଧାୟକ କ୍ରସ ଭୋଟିଂ କରିଥିବାରୁ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି। ସ୍ଥିତି ବର୍ତ୍ତମାନ ୩୪-୩୪ରେ ଟାଇ ରହିଥିବା କୁହାଯାଉଛି।

Bjp Congress Karnataka Rajya Sabha Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe