Advertisment

ବିଚ୍‌ ରାସ୍ତାରେ ପିଟାପିଟି ହେଲେ କଂଗ୍ରେସ ଓ ବିଜେପି କର୍ମୀ: ଫାଟିଲା ମୁଣ୍ଡ, ଭାଙ୍ଗିଲା ଗେଟ୍‌

ଆଜି ବିଜେପି କର୍ମୀମାନେ ପାଟନାରେ ଥିବା କଂଗ୍ରେସ ଅଫସିରେ ପଶିବାକୁ ଚେଷ୍ଟା କରୁଥିବା ବେଳେ ଦୁଇ ଦଳର କର୍ମୀଙ୍କ ମଧ୍ୟରେ ପତାକା ଲଢ଼େଇ ଦେଖିବାକୁ ମିଳିଛି।

Patna

Patna

Advertisment

ବିଚ୍‌ ରାସ୍ତାରେ ପିଟାପିଟି ହୋଇଛନ୍ତି କଂଗ୍ରେସ ଓ ବିଜେପି କର୍ମୀ। ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବିହାରର ରାଜଧାନୀ ପାଟନାରେ ଦୁଇ ଜାତୀୟ ଦଳର କର୍ମୀଙ୍କ ମଧ୍ୟରେ ହୋଇଛି ଖଣ୍ଡଯୁଦ୍ଧ। ଦଳୀୟ ପତାକା ଧରି ଦୁଇ ଦଳର କର୍ମୀ ପରସ୍ପରକୁ ଆକ୍ରମଣ କରୁଥିବା ବେଳର ଭିଡିଓ ସାମ୍ନାକୁ ଆସିଛି। ଆକ୍ରମଣ ଓ ପ୍ରତି ଆକ୍ରମଣରେ କିଛି କର୍ମୀଙ୍କ ମୁଣ୍ଡ ଫାଟିଛି। ସେହିପରି ପାଟନାରେ ଥିବା କଂଗ୍ରେସ କାର୍ଯ୍ୟାଳୟର ଗେଟ ମଧ୍ୟ ଭାଙ୍ଗି ଯାଇଛି। 

Advertisment

ବିହାରରେ ରାହୁଲ ଗାନ୍ଧିଙ୍କ ଭୋଟର ଅଧିକାରୀ ଯାତ୍ରା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କିଛି କଂଗ୍ରେସ କର୍ମୀ ଅପଶବ୍ବ ବ୍ୟବହାର କରିଥିଲେ। ଏହି ଘଟଣାରେ ପୁଲିସ୍‌ ଜଣେ କଂଗ୍ରେସ କର୍ମୀଙ୍କୁ ଗିରଫ ମଧ୍ୟ କରିଛି। ରାହୁଲ ଗାନ୍ଧି ଷ୍ଟେଜରେ ନଥିବା ବେଳେ କେହି ଜଣେ ମୋଦିଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରିଥିଲେ।

ବିଜେପି ଏହାକୁ ପ୍ରମୁଖ ପ୍ରସଙ୍ଗ କରି ରାହୁଲ ଗାନ୍ଧିଙ୍କ କ୍ଷମା ପ୍ରାର୍ଥନା ଦାବି କରୁଛି। ଏହାକୁ ଆଧାର କରି ଆଜି ବିଜେପି କର୍ମୀମାନେ ପାଟନାରେ ଥିବା କଂଗ୍ରେସ ଅଫସିରେ ପଶିବାକୁ ଚେଷ୍ଟା କରୁଥିବା ବେଳେ ଦୁଇ ଦଳର କର୍ମୀଙ୍କ ମଧ୍ୟରେ ପତାକା ଲଢ଼େଇ ଦେଖିବାକୁ ମିଳିଛି।

Advertisment

ମାରପିଟ ଘଟଣା ପାଇଁ ଉଭୟ ଦଳ ପରସ୍ପରକୁ ଦାୟୀ କରିଛନ୍ତି। ବିଜେପି କର୍ମୀମାନେ କହିଛନ୍ତି ଯେ ସେମାନେ ଶାନ୍ତିପୂର୍ଣ୍ଣ ଭାବେ ପାଟନାରେ ଥିବା କଂଗ୍ରେସ ଅଫିସ ବାହାରେ ବିକ୍ଷୋଭ କରୁଥିଲେ। ଏହି ସମୟରେ କଂଗ୍ରେସ କର୍ମୀମାନେ ସେମାନଙ୍କ ଉପରକୁ ପଥର ମାଡ଼ କରିଥିଲେ। ତେବେ କଂଗ୍ରେସ କର୍ମୀମାନେ ଅଭିଯୋଗ କରିଛନ୍ତି ଯେ ବିଜେପି କର୍ମୀ ଓ ନେତାମାନେ ଅଫିସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ସେମାନେ ବାହାରେ ରହି ଅଫିସକୁ ଟେକା ପଥର ମାଡ଼ କରିବାରୁ ଏଠାରେ ଥିବା କାର ଓ ଅନ୍ୟ ଗାଡ଼ି ଭାଙ୍ଗି ଯାଇଛି। ସେହିପରି ଦଳର କିଛି କର୍ମୀ ମଧ୍ୟ ଆହତ ହୋଇଛନ୍ତି। ଜଣେ କଂଗ୍ରେସ କର୍ମୀଙ୍କ ମୁଣ୍ଡ ଫାଠି ଯାଇଥିବା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ସାମ୍ନାକୁ ଆସୁଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ବିଜେପି କର୍ମୀମାନେ କଂଗ୍ରେସ ଅଫିସର ଗେଟକୁ ଗୋଇଠା ମାରୁଛନ୍ତି। ଏହାପରେ ସେମାନେ କଂଗ୍ରେସ ଅଫିସକୁ ଧସେଇ ପଶୁଛନ୍ତି। ଆଉ ଏକ ଭିଡିଓରେ ଉଭୟ ଦଳର କର୍ମୀମାନେ ପରସ୍ପରକୁ ଦଳୀୟ ପତାକା ଲାଗି ଥିବା ବାଡ଼ି ଦ୍ୱାରା ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ଦୁଇ ଦଳର ଲଢ଼େଇ ଯୋଗୁ ବିଚ୍‌ ରାସ୍ତା ବେଶ କିଛି ସମୟ ଧରି ରଣକ୍ଷେତ୍ର ପାଲଟି ଯାଇଥିଲା। 

କଂଗ୍ରେସ କର୍ମୀ ଡ. ଆଶୁତୋଷ କହିଛନ୍ତି, “ବିଜେପିର ଏପରି ଆକ୍ରମଣର ଜବାବ କଂଗ୍ରେସ ପକ୍ଷରୁ ଦିଆଯିବ। ଏହା ସରକାରଙ୍କ ପ୍ରୋରଚନାରେ ହୋଇଛି। ନୀତୀଶ କୁମାର ଭୁଲ କାମ କରୁଛନ୍ତି।”

ଅନ୍ୟପକ୍ଷରେ ବିଜେପି କର୍ମୀମାନେ ରାହୁଲ ଗାନ୍ଧିଙ୍କ କ୍ଷମା ଦାବିରେ ଅଟଳ ରହିଛନ୍ତି। ସେହିପରି ବିଜେପିର ଅଭିଯୋଗ ଆଧାରରେ ଦରଭଙ୍ଗା ପୁଲିସ୍‌ କଂଗ୍ରେସ ନେତା ମହମ୍ମଦ ରିଜବୀ ଓରଫ ରାଜାଙ୍କୁ ଗିରଫ କରିଛି। ସେ ହିଁ ରାହୁଲ ଗାନ୍ଧି ଷ୍ଟେଜରୁ ଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ମା’ଙ୍କ ବିରୋଧରେ ଅପଶବ୍ବ ବ୍ୟବହାର କରିଥିବା ଅଭିଯୋଗ ହୋଇଛି।

Bjp Congress Bihar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe