Advertisment

କଂଗ୍ରେସ ହାତରୁ ଖସିଯିବ ରାଜସ୍ଥାନ ଓ ଛତିଶଗଡ଼! ବୁଧବାର ଇଣ୍ଡିଆ ମେଣ୍ଟ ବୈଠକ

ଛତିଶଗଡ଼ ବିଜେପି ୫୩ ଓ କଂଗ୍ରେସ ୩୫ଟି ଆସନରେ ଲିଡ୍‌ କରୁଛି। ଯଦି ଏହି ଟ୍ରେଣ୍ଡ ଆଉ କିଛି ଘଣ୍ଟା ଜାରି ରହିବ, ତା’ହେଲେ କଂଗ୍ରେସ ରାଜସ୍ଥାନ ଓ ଛତିଶଗଡ଼ରେ ପରାଜୟ ବରଣ କରିବ।

author-image
Hemant Lenka
Congress

Congress

ରାଜସ୍ଥାନ ଓ ଛତିଶଗଡ଼ରେ କ୍ଷମତା ଦଖଲ କରିଥିବା କଂଗ୍ରେସକୁ ଜୋରଦାର ଝଟକା ଲାଗିବାର ଆଶଙ୍କା ପ୍ରକାଶ ପାଇଛି। ଅବଶ୍ୟ ଦଳ ତେଲେଙ୍ଗାନାରେ ସରକାର ଗଠନ କରିବ। କିନ୍ତୁ ଦୁଇ ରାଜ୍ୟ ଦଳ ବିଜେପି ଠାରୁ ହାରିବାକୁ ଯାଉଛି। ବର୍ତ୍ତମାନର ଗଣତି ଟ୍ରେଣ୍ତ ଅନୁଯାୟୀ, କଂଗ୍ରେସ ରାଜସ୍ଥାନରେ କେବଳ ୭୧ଟି ଆସନରେ ଲିଡ କରୁଥିବା ବେଳେ ବିଜେପି ୧୧୪ ଆସନରେ ଆଗରେ ରହିଛି।

Advertisment

ଛତିଶଗଡ଼ ବିଜେପି ୫୩ ଓ କଂଗ୍ରେସ ୩୫ଟି ଆସନରେ ଲିଡ୍‌ କରୁଛି। ଯଦି ଏହି ଟ୍ରେଣ୍ଡ ଆଉ କିଛି ଘଣ୍ଟା ଜାରି ରହିବ, ତା’ହେଲେ କଂଗ୍ରେସ ରାଜସ୍ଥାନ ଓ ଛତିଶଗଡ଼ରେ ପରାଜୟ ବରଣ କରିବ।

୨ କ୍ଷମତାସୀନ ରାଜ୍ୟ କଂଗ୍ରେସ ହାତରୁ ଚାଲିଯିବାକୁ ବସିଥିବାରୁ ହାଇକମାଣ୍ଡ ଚିନ୍ତାରେ ପଡ଼ିଛନ୍ତି। କାରଣ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଧାନସଭା ନିର୍ବାଚନକୁ ସେମି ଫାଇନାଲ ଭାବେ ବିବେଚନା କରାଯାଉଛି। ସେମି ଫାଇନାଲରେ ଯଦି କଂଗ୍ରେସ ୨ ରାଜ୍ୟରୁ ଗାଦିଚ୍ୟୁତ ହେବ, ତା’ହେଲେ ସାଧାରଣ ନିର୍ବାଚନରେ ବିଜେପିକୁ ମାତ ଦେବା ଦଳ ପାଇଁ ସହଜ ହେବନି।

Advertisment

ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ବିରୋଧୀ ଦଳର ମେଣ୍ଟ ଇଣ୍ଡିଆର ବୈଠକ ଡାକିଛନ୍ତି। ଆସନ୍ତା ବୁଧବାର ଇଣ୍ଡିଆ ମେଣ୍ଟର ବୈଠକ ଦିଲ୍ଲୀରେ ବସିବ। ଉକ୍ତ ବୈଠକରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯିବ।

ସେହିପରି ଇଣ୍ଡିଆ ମେଣ୍ଟରେ ରହିଥିବା ବିବାଦକୁ ସମାଧାନ କରିବାକୁ ଯୋଜନା ପ୍ରସ୍ତୁତ ହେବ। କଂଗ୍ରେସ ସହ ଏବେ ସମାଜବାଦୀ ପାର୍ଟିର ତିକ୍ତତା ଲାଗି ରହିଛି। ସେହିପରି ବିହାର ମୁଖ୍ୟମନ୍ତ୍ରୀ ତଥା ଇଣ୍ଡିଆ ମେଣ୍ଟର ଅନ୍ୟତମ ପ୍ରମୁଖ ସଦସ୍ୟ ନୀତୀଶ କୁମାର ମଧ୍ୟ ନିକଟରେ କଂଗ୍ରେସକୁ ଟାର୍ଗେଟ କରିଥିଲେ। ତେଣୁ ଏହି ସବୁ ବିବାଦକୁ ସମାଧାନ କରିବା ପାଇଁ ବୁଧବାର ବୈଠକର ଆଲୋଚନା ହେବ ବୋଲି ଜଣାପଡ଼ିଛି।

Congress Election Election Results