/odisha-reporter/media/post_attachments/uploadimage/library/16_9/16_9_0/Candidates_1714204209.jpg)
Candidates
ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାମାଙ୍କନରେ ତ୍ରୁଟି ଥିବା ପରି ସାଂଘାତିକ ଅଭିଯୋଗ ହୋଇଛି । ରାୟଗଡ଼ା ଜିଲ୍ଲା ବିଷମକଟକର ବିଜେଡି ପ୍ରାର୍ଥୀ ଜଗନ୍ନାଥ ସାରକାଙ୍କ ନାମାଙ୍କନ ପତ୍ରରେ ତ୍ରୁଟି ରହିଥିବା ଅଭିଯୋଗ ଆଣିଛି କଂଗ୍ରେସ। ବିଷମକଟକ କଂଗ୍ରେସ ବିଧାୟକ ପ୍ରାର୍ଥୀ ନୀଳମାଧବ ହିକକା ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି।
ଜଗନ୍ନାଥ ସାରକା ଗତ ୫ ବର୍ଷର ଆୟକର ରିଟର୍ଣ୍ଣ ଦର୍ଶାଇବା ବଦଳରେ କେବଳ ୨୦୨୩-୨୪ ଆର୍ଥିକ ବର୍ଷର ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଦର୍ଶାଇଥିବା ନୀଳମାଧବ ହିକକା କହିଛନ୍ତି। ଅନଲାଇନ୍ରୁ ଏ ସମ୍ପର୍କୀତ ତଥ୍ୟ ପାଇଲୁ। ଏହାପରେ ତାଙ୍କ ପ୍ରାର୍ଥୀପତ୍ର ନାକଚ କରିବାକୁ ନିର୍ବାଚନ ଅଧିକାରୀଙ୍କୁ ଲିଖିତ ଭାବେ ଅବଗତ କରିଥିଲୁ। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି। ଜଗନ୍ନାଥ ସାରକାଙ୍କ ପ୍ରାର୍ଥିପତ୍ର କାଏମ ରଖାଯାଇଛି ବୋଲି ଅଭିଯୋଗ କରିଛନ୍ତି ନୀଳମାଧବ ହିକକା ।
ଏହାକୁ ନେଇ ସେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ କେନ୍ଦ୍ର ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିବା ସହ ପୁଣି ଥରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି ନୀଳମାଧବ ହିକକା । ତେବେ ଏନେଇ ଜଗନ୍ନାଥ ସାରକାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
