Advertisment

ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ରରେ ତ୍ରୁଟି ଅଭିଯୋଗ ଆଣିଲେ କଂଗ୍ରେସ ପ୍ରାର୍ଥୀ

ରାୟଗଡ଼ା ଜିଲ୍ଲା ବିଷମକଟକର ବିଜେଡି ପ୍ରାର୍ଥୀ ଜଗନ୍ନାଥ ସାରକାଙ୍କ ନାମାଙ୍କନ ପତ୍ରରେ ତ୍ରୁଟି ରହିଥିବା ଅଭିଯୋଗ ଆଣିଛି କଂଗ୍ରେସ। ବିଷମକଟକ କଂଗ୍ରେସ ବିଧାୟକ ପ୍ରାର୍ଥୀ ନୀଳମାଧବ ହିକକା ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି।

Candidates

Candidates

Advertisment

ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାମାଙ୍କନରେ ତ୍ରୁଟି ଥିବା ପରି ସାଂଘାତିକ ଅଭିଯୋଗ ହୋଇଛି । ରାୟଗଡ଼ା ଜିଲ୍ଲା ବିଷମକଟକର ବିଜେଡି ପ୍ରାର୍ଥୀ ଜଗନ୍ନାଥ ସାରକାଙ୍କ ନାମାଙ୍କନ ପତ୍ରରେ ତ୍ରୁଟି ରହିଥିବା ଅଭିଯୋଗ ଆଣିଛି କଂଗ୍ରେସ। ବିଷମକଟକ କଂଗ୍ରେସ ବିଧାୟକ ପ୍ରାର୍ଥୀ ନୀଳମାଧବ ହିକକା ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି।

Advertisment

ଜଗନ୍ନାଥ ସାରକା ଗତ ୫ ବର୍ଷର ଆୟକର ରିଟର୍ଣ୍ଣ ଦର୍ଶାଇବା ବଦଳରେ କେବଳ ୨୦୨୩-୨୪ ଆର୍ଥିକ ବର୍ଷର ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଦର୍ଶାଇଥିବା ନୀଳମାଧବ ହିକକା କହିଛନ୍ତି। ଅନଲାଇନ୍‌ରୁ ଏ ସମ୍ପର୍କୀତ ତଥ୍ୟ ପାଇଲୁ। ଏହାପରେ ତାଙ୍କ ପ୍ରାର୍ଥୀପତ୍ର ନାକଚ କରିବାକୁ ନିର୍ବାଚନ ଅଧିକାରୀଙ୍କୁ ଲିଖିତ ଭାବେ ଅବଗତ କରିଥିଲୁ। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି। ଜଗନ୍ନାଥ ସାରକାଙ୍କ ପ୍ରାର୍ଥିପତ୍ର କାଏମ ରଖାଯାଇଛି ବୋଲି ଅଭିଯୋଗ କରିଛନ୍ତି ନୀଳମାଧବ ହିକକା ।

ଏହାକୁ ନେଇ ସେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ କେନ୍ଦ୍ର ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିବା ସହ ପୁଣି ଥରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି ନୀଳମାଧବ ହିକକା । ତେବେ ଏନେଇ ଜଗନ୍ନାଥ ସାରକାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
BjD Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe