Advertisment

ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର

ପୁରୀ (ଓଡ଼ିଶା ରିପୋର୍ଟର): ପିପିଲି ବିଧାନସଭା ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି। କୋଭିଡ୍‌ ଗାଇଡ୍‌ଲାଇନ୍‌ ଭିତରେ ଶ୍ରୀ ମହାପାତ୍ର ନିଜ ସମର୍ଥକଙ୍କ ସହ ଅତିରିକ୍ତ ଜିଲ୍ଲପାଳଙ୍କ ଅଫିସକୁ ଯାଇଥିଲେ। ସେ ସେଠାରେ ତାଙ୍କର ନାମାଙ୍କନପତ୍ର ଦାଖଲ କରିଥିଲେ। ଏହି ସମୟରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ବିଧାୟକ ସୁରେଶ ରାଉତରାୟ ଓ ଜିଲ୍ଲା କଂଗ୍ରେସ କମିଟି ନେତୃମଣ୍ଡଳୀ ଉପସ୍ଥିତଥିଲେ। ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ଶ୍ରୀ […]

ଅଦ୍ୟତନ ହୋଇଛି
ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର

Bishwokeshan Harichandan Mohapatra

Advertisment

ପୁରୀ (ଓଡ଼ିଶା ରିପୋର୍ଟର): ପିପିଲି ବିଧାନସଭା ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି। କୋଭିଡ୍‌ ଗାଇଡ୍‌ଲାଇନ୍‌ ଭିତରେ ଶ୍ରୀ ମହାପାତ୍ର ନିଜ ସମର୍ଥକଙ୍କ ସହ ଅତିରିକ୍ତ ଜିଲ୍ଲପାଳଙ୍କ ଅଫିସକୁ ଯାଇଥିଲେ। ସେ ସେଠାରେ ତାଙ୍କର ନାମାଙ୍କନପତ୍ର ଦାଖଲ କରିଥିଲେ। ଏହି ସମୟରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ବିଧାୟକ ସୁରେଶ ରାଉତରାୟ ଓ ଜିଲ୍ଲା କଂଗ୍ରେସ କମିଟି ନେତୃମଣ୍ଡଳୀ ଉପସ୍ଥିତଥିଲେ। ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ଶ୍ରୀ ମହାପାତ୍ର କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି।

Advertisment

ପ୍ରଦୀପ ମହାରଥୀଙ୍କ ବିୟୋଗରେ ପିପିଲିରେ ହେଉଛି ଉପନିର୍ବାଚନ। ସେଠାରେ ନିର୍ବାଚନ ପାଇଁ ଧାର୍ଯ୍ୟ  ତାରିଖ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଥିଲା। ଯେଉଁଥିପାଇଁ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। କଂଗ୍ରେସ ନୂଆ ପ୍ରାର୍ଥୀ ଦେବା ପରେ ମେ’ ୧୬ ତାରିଖରେ ନିର୍ବାଚନ କରିବାକୁ ନିର୍ବାଚନ କମିଶନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୧୬ ତାରିଖରେ ଭୋଟ୍‌ ଓ ୧୯ ତାରିଖରେ ଗଣତି ହେବା ନେଇ ବିଜ୍ଞପ୍ତିରେ ପ୍ରକାଶ ପାଇଥିଲା।

କରୋନାର ଭୟାବହତାକୁ ଦେଖି ନିର୍ବାଚନ କମିଶନର ଗାଇଡଲାଇନ ଜାରି କରିଛନ୍ତି। ଉପନିର୍ବାଚନରେ କୌଣସି ରାଜନୈତିକ ସଭା ଓ ସମାବେଶ ନକରିବାକୁ କୁହାଯାଇଛି। ଭର୍ଚୁଆଲରେ ରାଜନୈତିକ ଦଳମାନେ ପ୍ରଚାର କରିବାକୁ ପରାମର୍ଶ ଦିଆଯାଇଛି। ସର୍ବାଧିକ ୫ ଜଣଙ୍କୁ ଘରକୁ ଘର ବୁଲି ପ୍ରଚାରରେ ଅନୁମତି ଦିଆଯାଇଛି। ଭୋଟଗ୍ରହଣ କେନ୍ଦ୍ରରେ ସମସ୍ତଙ୍କ ଶରୀର ତାପମାତ୍ରା ମପାଯିବ, ଲକ୍ଷଣ ଦେଖିଲେ ଟୋକନ ଦିଆଯିବ। ଲକ୍ଷଣ ଥିବା ବ୍ୟକ୍ତି ସନ୍ଧ୍ୟା ୫ ପରେ ଭୋଟ୍ ଦେବେ। ଭୋଟରମାନେ ଗ୍ଲୋବ୍ସ ପିନ୍ଧି ଭୋଟ ଦେବେ ବୋଲି ନିର୍ବାଚନ କମିଶନର ଗାଇଡ୍‌ଲାଇନରେ ସ୍ପଷ୍ଟ କରିଛନ୍ତି।

Advertisment

ସେପଟେ ପିପିଲିରେ ସାଧାରଣ ସଭା ନକରିବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମେତ ଅନ୍ୟ ରାଜନୈତିକ ଦଳମାନେ ଘୋଷଣା କରିଛନ୍ତି। ପିପିଲି ରଣାଙ୍ଗନାରେ ବିଶେଷ କରି ବିଜେଡିରୁ ରୁଦ୍ରପ୍ରତାପ ମହାରଥୀ, ବିଜେପିରୁ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କ ମଧ୍ୟରେ ଲଢ଼େଇ ହେବ।

Pipili By-election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe