କଂଗ୍ରେସର ପ୍ରାର୍ଥୀ ଚୟନ କସରତ୍ ଆରମ୍ଭ: ମାସକ ସୁଦ୍ଧା ତାଲିକା ଦେବେ ଜିଲ୍ଲା ସଭାପତି

କଂଗ୍ରେସର ଜିଲ୍ଲା ସଭାପତିମାନେ ଜିଲ୍ଲା ଓ ବ୍ଲକସ୍ତରର ନେତାମାନଙ୍କ ସହ ବିଚାରବିମର୍ଶ କରି ପ୍ରତ୍ୟେକ ଲୋକସଭା ଓ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୩ରୁ ୫ଜଣ ଲେଖାଏଁ ଯୋଗ୍ୟ ଓ ଜିତିବା ସମ୍ଭାବନା ଥିବା ପ୍ରାର୍ଥୀଙ୍କ ତାଲିକା ପିସିସି ସଭାପତିଙ୍କ ନିକଟକୁ ପଠାଇବେ ।

Congress

Representational image

Ordigital Desk
  • Published: Wednesday, 18 October 2023
  • Updated: 18 October 2023, 08:57 PM IST

Sports

Latest News

ରାଜ୍ୟରେ କଂଗ୍ରେସ ନିଜର ସଂଗଠନକୁ ସୁଦୃଢ଼ କରିବାରେ ଲାଗିଛି । ସାଧାରଣ ନିର୍ବାଚନ ପାଇଁ ଦଳ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛି । ଆଗୁଆ ପ୍ରାର୍ଥୀ ଘୋଷଣା କରିବା ନିମନ୍ତେ ଦଳ ପକ୍ଷରୁ ପ୍ରାର୍ଥୀ ଚୟନ ପ୍ରକ୍ରିୟା କସରତ ଆରମ୍ଭ ହୋଇଛି । ଉଭୟ ଲୋକସଭା ଓ ବିଧାନସଭା ନିମନ୍ତ୍ରେ ଯୋଗ୍ୟ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ମାସକ ସୁଦ୍ଧା ପଠାଇବାକୁ ପିସିସି ସଭାପତି ଶରତ ପଟ୍ଟନାୟକ ଦଳର ସବୁ ସାଂଗଠନିକ ଜିଲ୍ଲା ସଭାପତିଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, କଂଗ୍ରେସର ଜିଲ୍ଲା ସଭାପତିମାନେ ଜିଲ୍ଲା ଓ ବ୍ଲକସ୍ତରର ନେତାମାନଙ୍କ ସହ ବିଚାରବିମର୍ଶ କରି ପ୍ରତ୍ୟେକ ଲୋକସଭା ଓ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୩ରୁ ୫ଜଣ ଲେଖାଏଁ ଯୋଗ୍ୟ ଓ ଜିତିବା ସମ୍ଭାବନା ଥିବା ପ୍ରାର୍ଥୀଙ୍କ ତାଲିକା ପିସିସି ସଭାପତିଙ୍କ ନିକଟକୁ ପଠାଇବେ । ନିର୍ବାଚନ ସମୟରେ ଟିକେଟ୍ ବଂଟନକୁ ନେଇ ହେଉଥିବା ଟଣାଓଟରା ଓ ବିବାଦ ଏଡ଼ାଇବାକୁ ଦଳ ପକ୍ଷରୁ ଆଗୁଆ ପ୍ରାର୍ଥୀ ଘୋଷଣା କରିବାକୁ ଲକ୍ଷ୍ୟ ରଖାଯାଇଛି । ସେଥିପାଇଁ ଏହି ପ୍ରାର୍ଥୀ ଚୟନ ପ୍ରକ୍ରିୟାର କସରତ ଆରମ୍ଭ ହୋଇଛି । ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପଠାଇବାବେଳେ ପ୍ରତ୍ୟେକ ପ୍ରାର୍ଥୀଙ୍କ ସମ୍ପର୍କରେ ବିସ୍ତୃତ ତଥ୍ୟ ଏକ ନିର୍ଦ୍ଧାରିତ ଫର୍ମାଟରେ ଦେବାକୁ କୁହାଯାଇଛି । ସମ୍ପୃକ୍ତ ପ୍ରାର୍ଥୀଙ୍କ ଜିତିବା ସମ୍ଭାବନା, ଲୋକପ୍ରିୟତା , ସଂଗଠନ ସହ ରହିବା ଓ ଅନ୍ୟାନ୍ୟ ଦିଗ ପ୍ରତି ନଜର ଦେବାକୁ କୁହାଯାଇଛି । ଦଳର ସାଂସଦ ଓ ବିଧାୟକ ଅବା ପରାଜିତ ପ୍ରାର୍ଥୀ, ପୂର୍ବତନ ବିଧାୟକ ଓ ସାଂସଦ, ବ୍ଲକ ଓ ଏନଏସି ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଓ ଦଳର ଅନ୍ୟାନ୍ୟ ଛାମୁଆ ସଂଗଠନର ମୁଖ୍ୟ ଏବଂ ବରିଷ୍ଠ ନେତାମାନଙ୍କ ସହ ବିଚାରବିମର୍ଶ କରିବାକୁ କୁହାଯାଇଛି ।  ଏହି ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଆସିବା ପରେ ପିସିସି ପକ୍ଷରୁ ଏହାକୁ ସର୍ଟଲିଷ୍ଟ କରାଯାଇ ଅନୁମୋଦନ ନିମନ୍ତେ ଏଆଇସିସିକୁ ପଠାଯିବ ।

Also Read

ପିସିସି ସୂତ୍ର ଅନୁସାରେ, ଗତ ୪ଦିନ ତଳେ ଅର୍ଥାତ ଅକ୍ଟୋବର ୧୪ତାରିଖରେ   କଂଗ୍ରେସର ସମସ୍ତ ଜିଲ୍ଲା ସଭାପତିଙ୍କୁ ଚିଠି ଲେଖି ମାସକ ସୁଦ୍ଧା ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପିସିସି ପକ୍ଷରୁ ପ୍ରାର୍ଥୀ ଚୟନ ପାଇଁ ନିଆଯାଇଥିବା ଏଭଳି ପଦକ୍ଷେପକୁ ଦଳର ବରିଷ୍ଠ ବିଧାୟକମାନେ ସ୍ୱାଗତ କରିଛନ୍ତି । ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, କେଉଁ ପ୍ରାର୍ଥୀ ଜିତିବାର ସମ୍ଭାବନା ଅଛି ତାହା ଜିଲ୍ଲା ଓ ବ୍ଲକ ସଭାପତିମାନେ ଭଲ ଭାବେ ଜାଣିଛନ୍ତି ଓ ତାହା କହିପାରିବେ । କାରଣ ସେମାନେ ତୃଣମୂଳସ୍ତରରେ ରହି କାମ କରୁଛନ୍ତି । ଏଭଳି ପଦକ୍ଷେପ ସ୍ୱାଗତଯୋଗ୍ୟ ଓ ଭଲ ଆରମ୍ଭ ମଧ୍ୟ । ସେହିପରି ବିଧାୟକ ସୁରେଶ ରାଉତରାୟ ଏହି ନିଷ୍ପତ୍ତିକୁ ସ୍ୱାଗତ କରି କହିଛନ୍ତି ଯେ, ଏଭଳି ଭାବେ ପ୍ରାର୍ଥୀ ଚୟନ ହେଲେ ତାହା ଦଳକୁ ଅଧିକ ନିର୍ବାଚନୀ ସଫଳତା ଦେବାରେ ସହାୟକ ହେବ ।

ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନର ବହୁ ପୂର୍ବରୁ କଂଗ୍ରେସ ରାଜ୍ୟରେ ନିର୍ବାଚନୀ ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ ଓ ଇସ୍ତାହାର କମିଟି ଅଧ୍ୟକ୍ଷ ଭାବେ ବରିଷ୍ଠ ନେତା ପଂଚାନନ କାନୁନଗୋଙ୍କୁ ଦାୟିତ୍ୱ ଦେଇସାରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story