Advertisment

୫ ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଗତକାଲି ଦଳରେ ଯୋଗ ଦେଇଥିବା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକଙ୍କୁ ଟିକେଟ ମିଳିଛି।

author-image
Jitendra Garnayak
Debasis Nayak

Debasis Nayak

ରାଜ୍ୟର ୫ଟି ବିଧାନସଭା ଆସନରେ ନିଜର ପ୍ରାର୍ଥୀଙ୍କୁ ବଦଳାଇଛି କଂଗ୍ରେସ। ଜଳେଶ୍ୱର, ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଛନ୍ତି ପ୍ରାର୍ଥୀ।

Advertisment

ଜଳେଶ୍ୱରରେ ସୁଦର୍ଶନ ଦାସଙ୍କୁ ପ୍ରାର୍ଥୀ କଲା କଂଗ୍ରେସ। ପୂର୍ବରୁ ଦେବୀପ୍ରସନ୍ନ ଚାନ୍ଦଙ୍କ ନାଁ ଘୋଷଣା କରିଥିଲା ଦଳ। ହେଲେ ତାଙ୍କ ଜାଗାରେ ଆଜି ସୁଦର୍ଶନଙ୍କୁ ପ୍ରାର୍ଥୀ କରିଛି ଦଳ।

ଗତକାଲି ଦଳରେ ଯୋଗ ଦେଇଥିବା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକଙ୍କୁ ଟିକେଟ ମିଳିଛି। ତାଙ୍କୁ ବରୀରୁ ପ୍ରାର୍ଥୀ କରାଯାଇଛି। ଦଳ ପୂର୍ବରୁ ଏହି ଆସନ ପାଇଁ ଆରତି ଦେଓଙ୍କ ନାଁ ଘୋଷଣା କରିଥିଲା।

Advertisment

ଆଠମଲ୍ଲିକରେ ହିମାଂଶୁ ଚାଉଳିଆଙ୍କୁ କଂଗ୍ରେସ ଟିକେଟ ଦେଇଛି। ବିଜୟାନନ୍ଦ ଚାଉଳିଆଙ୍କ ସ୍ଥାନରେ ଦଳ ହିମାଂଶୁଙ୍କୁ ପ୍ରାର୍ଥୀ କରିଛି। ଆଠଗଡ଼ରେ ବି ପ୍ରାର୍ଥୀ ବଦଳାଇଛି ଦଳ। ଏଠାରୁ ସୁଦର୍ଶନ ସାହୁଙ୍କୁ ନୂଆ ପ୍ରାର୍ଥୀ କରିଛି ଦଳ। ପୂର୍ବରୁ ଏହି ଆସନ ପାଇଁ ମେହବୁବ ଅହମ୍ମଦ ଖାନ୍‌ଙ୍କ ନାଁ ଘୋଷଣା କରାଯାଇଥିଲା।

ପୁରୀରେ ଉମାବଲ୍ଲଭ ରଥଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ସୁଜିତ ମହାପାତ୍ରଙ୍କ ସ୍ଥାନରେ ଉମାଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ସୁଜିତଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଉମାବଲ୍ଲଭ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।

ସେହିପରି ନୀଳଗିରି ବିଧାନସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କୁ ଦଳ ଏହି ଆସନରୁ ପ୍ରାର୍ଥୀ କରିଛି। ୧୯୮୦ ଓ ୧୯୯୫ରେ ବିଧାୟକ ହୋଇଥିଲେ ଅକ୍ଷୟ ଆଚାର୍ଯ୍ୟ।

Congress Odisha Assembly Election 2024