Advertisment

ମୋଦିଙ୍କ ‘ଅର୍ବାନ ନକ୍ସଲ’କୁ କାଉଣ୍ଟର କଲେ ଖଡଗେ, କହିଲେ- ବିଜେପି ଆତଙ୍କବାଦୀଙ୍କ ଦଳ

ବିଜେପି ହେଉଛି ଗୋଟିଏ ଆତଙ୍କବାଦୀଙ୍କ ଦଳ ବୋଲି ଖଡଗେ କହିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Kharge

Kharge

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅର୍ବାନ ନକ୍ସଲ ବୟାନକୁ ଆଜି ଜୋରଦାର ଢଙ୍ଗରେ କାଉଣ୍ଟର କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ। କଂଗ୍ରେସକୁ ଅର୍ବାନ ନକ୍ସଲମାନେ କବଜା କରି ନେଇଥିବା ମୋଦି କିଛି ଦିନ ତଳେ କହିଥିଲେ। ଏହାର ଜବାବରେ ବିଜେପି ହେଉଛି ଗୋଟିଏ ଆତଙ୍କବାଦୀଙ୍କ ଦଳ ବୋଲି ଖଡଗେ କହିଛନ୍ତି।

Advertisment

ମୋଦିଙ୍କ ଅଭିଯୋଗକୁ ଖଣ୍ଡନ କରି ଖଡଗେ କହିଛନ୍ତି, “ମୋଦି ସବୁବେଳେ କଂଗ୍ରେସକୁ ଅର୍ବାନ ନକ୍ସଲ ପାର୍ଟି ବୋଲି କହି ଚାଲିଛନ୍ତି। ଏହା ତାଙ୍କ ଅଭ୍ୟାସ। କିନ୍ତୁ ତାଙ୍କ ନିଜ ଦଳର କଥା କ’ଣ?

ବିଜେପି ହେଉଛି ଗୋଟିଏ ଆତଙ୍କବାଦୀମାନଙ୍କ ଦଳ। ସେମାନେ ଲିଚିଂ ଭଳି ଘଟଣାରେ ସାମିଲ ଅଛନ୍ତି। ସେମାନେ ଲିଚିଂ କରୁଛନ୍ତି, ଲୋକଙ୍କୁ ପିଟୁଛନ୍ତି, ଅନୁସୂଚିତ ଜାତି ବର୍ଗର ଲୋକଙ୍କ ମୁହଁରେ ପରିସ୍ରା କରୁଛନ୍ତି ଓ ଆଦିବାସୀ ଲୋକଙ୍କର ଦୁଷ୍କର୍ମ କରୁଛନ୍ତି।

Advertisment

ସେମାନେ ଏସବୁ କରୁଥିବା ଲୋକଙ୍କର ସମର୍ଥନ ମଧ୍ୟ କରୁଛନ୍ତି। ଏହାପରେ ସେମାନେ ଅନ୍ୟକୁ ଦୋଷ ଦେଉଛନ୍ତି। କଂଗ୍ରେସ ଉପରେ ଏପରି ଆରୋପ ଲଗାଇବାର ଅଧିକାର ମୋଦିଙ୍କର ନାହିଁ।

ତାଙ୍କ ସରକାର ଯେଉଁଠି ବି ରହିଛି, ସେମାନେ ସେଠାରେ ଅନୁସୂଚିତ ଜାତି ବିଶେଷ କରି ଆଦିବାସୀଙ୍କ ଉପରେ ଅତ୍ୟାଚାର କରୁଛନ୍ତି। ଏହାପରେ ସେ ଅତ୍ୟାଚାର କଥା କହୁଛନ୍ତି। ହେଲେ ଏହା ଆପଣଙ୍କ ସରକାର, ଆପଣ ଚାହିଁଲେ ଏହାକୁ ନିୟନ୍ତ୍ରଣ କରିପାରିବେ।”

ଗତ ସପ୍ତାହରେ ମହାରାଷ୍ଟ୍ରର ୱାଶିମରେ ଲୋକଙ୍କୁ ସମ୍ବୋଧନ କରିବା ବେଳେ ମୋଦି ଅଭିଯୋଗ କରିଥିଲେ ଯେ କଂଗ୍ରେସ ଏବେ ଗୋଟିଏ ଗ୍ୟାଙ୍ଗ ଅଫ ଅର୍ବାନ ନକ୍ସଲ ଦ୍ୱାରା ପରିଚାଳିତ ହେଉଛି।

ସେମାନେ ଲୋକଙ୍କୁ ଭାଗଭାଗ କରିବ ନିଜର ଏଜେଣ୍ଡ ପ୍ରଚାର କରିବାକୁ ଚାହୁଁଛନ୍ତି। ସେମାନେ ଭାବୁଛନ୍ତି ଯେ ଆମେ ଯଦି ଏକାଠି ରହିବା, ତା’ହେଲେ ଦେଶକୁ ଭାଗଭାଗ କରିବା ପାଇଁ ସେମାନେ ରଖିଥିବା ଏଜେଣ୍ଡା ଫେଲ ମାରିବ।

ଭାରତ ପ୍ରତି ମନ୍ଦ ଆଭିମୁଖ୍ୟ ରଖିଥିବା ଲୋକମାନଙ୍କ ସହ କଂଗ୍ରେସ କେମିତି ନିବିଡ଼ତା ରଖିଛି, ସେକଥା ସମସ୍ତେ ଦେଖୁଛନ୍ତି। କଂଗ୍ରେସ ଦଳିତ ମାନଙ୍କୁ ଦଳିତ ଓ ଗରିବଙ୍କୁ ଗରିବ କରି ରଖିବାକୁ ଚାହୁଁଛନ୍ତି। ତେଣୁ କଂଗ୍ରେସ ପ୍ରତି ସମସ୍ତେ ସତର୍କ ରୁହନ୍ତୁ ବୋଲି ମୋଦି କହିଥିଲେ।

Congress PM Modi Mallikarjun Kharge