Advertisment

ନିଜ ସରକାରକୁ ‘ନିର୍ବାଚନ ପ୍ରତିଶ୍ରୁତି’ ନେଇ ତାଗିଦ କଲେ କଂଗ୍ରେସ ମୁଖିଆ, ବର୍ଷିଲେ ମୋଦି

ନିର୍ବାଚନ ପୂର୍ବରୁ କଂଗ୍ରେସ ଦେଇଥିବା ଗ୍ୟାରେଣ୍ଟୀ ବା ପ୍ରତିଶ୍ରୁତି ମଧ୍ୟରୁ ଗୋଟିଏର ସମୀକ୍ଷା କରିବ ବୋଲି ଶିବକୁମାର କହିଥିଲେ। ଏହାକୁ ଆଧାର କରି ଖଡଗେ ନିଜ ଦଳର ସରକାରକୁ ତାଗିଦ କରିଛନ୍ତି।

Congress

Congress

Advertisment

କର୍ଣ୍ଣାଟକାର କ୍ଷମତାସୀନ କଂଗ୍ରେସ ସରକାରକୁ ଦଳର ମୁଖିଆ ମଲ୍ଲିକାର୍ଜୁନ ଖଡଗେ ସର୍ବସମ୍ମୁଖରେ ଭର୍ତ୍ସନା କରିଛନ୍ତି। ନିର୍ବାଚନ ପ୍ରତିଶ୍ରୁତି ପ୍ରସଙ୍ଗରେ ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଦେଇଥିବା ବୟାନକୁ ଆଧାର କରି ଖଡଗେ ଆଜି ଅସନ୍ତୋଷ ପ୍ରକାଶ କରିଛନ୍ତି।

Advertisment

ନିର୍ବାଚନ ପୂର୍ବରୁ କଂଗ୍ରେସ ଦେଇଥିବା ଗ୍ୟାରେଣ୍ଟୀ ବା ପ୍ରତିଶ୍ରୁତି ମଧ୍ୟରୁ ଗୋଟିଏର ସମୀକ୍ଷା କରିବ ବୋଲି ଶିବକୁମାର କହିଥିଲେ। ଏହାକୁ ଆଧାର କରି ଖଡଗେ ନିଜ ଦଳର ସରକାରକୁ ତାଗିଦ କରିଛନ୍ତି।

ଯେତିକି ଚୋବାଇ ପାରିବେ, ସେତିକି ଖାଆନ୍ତୁ ବୋଲି ଖଡଗେ ପରାମର୍ଶ ଦେବା ସହ ମହାରାଷ୍ଟ୍ର ଓ ଝାରଖଣ୍ଡର କଂଗ୍ରେସ ୟୁନିଟ ମଧ୍ୟ ନିର୍ବାଚନ ପ୍ରତିଶ୍ରୁତି ଦେବା ବେଳେ ବିତ୍ତୀୟ ଅବସ୍ଥା କଥା ଦେଖିବାକୁ କହିଛନ୍ତି।

Advertisment

ଶିବକୁମାର ଓ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଉପସ୍ଥିତିରେ ଖଡଗେ କରିଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ “କର୍ଣ୍ଣାଟକାରେ ଆପଣ ୫ଟି ଗ୍ୟାରେଣ୍ଟୀର ପ୍ରତିଶ୍ରୁତି ଦେଇଥିଲେ। ଆପଣମାନଙ୍କ ଠାରୁ ଅନୁପ୍ରାଣିତ ହୋଇ ଆମେ ମହାରାଷ୍ଟ୍ରରେ ୫ ଗ୍ୟାରେଣ୍ଟୀ କଥା କହିଛୁ। ଆଜି ଆପଣ କହୁଛନ୍ତି, ତା’ ମଧ୍ୟରୁ ଗୋଟିଏକୁ ବାତିଲ କରିଦେବୁ। ଲାଗୁଛି ଆପଣ ସମସ୍ତ ଖବରକଗଜ ପଢ଼ୁ ନାହାନ୍ତି। କିନ୍ତୁ ମୁଁ ପଢ଼ୁଛି। ତେଣୁ ମୁଁ ଏକଥା ଆପଣଙ୍କୁ କହୁଛି।”

ବୁଧବାର କର୍ଣ୍ଣାଟକାର କଂଗ୍ରେସ ସଭାପତି ଶିବକୁମାର କହିଥିଲେ ଯେ ରାଜ୍ୟ ସରକାର ନିର୍ବାଚନ ବେଳେ ଦେଇଥିବା ଶକ୍ତି ଯୋଜନାର ସମୀକ୍ଷା କରିବେ। ସରକାରୀ ବସ୍‌ରେ ମହିଳାଙ୍କୁ ମାଗଣା ଯାତ୍ରାର ବ୍ୟବସ୍ଥା ଏହି ଯୋଜନା ଅଧୀନରେ କରାଯିବ ବୋଲି କଂଗ୍ରେସ କହିଥିଲା। ହେଲେ ଏବେ ଏହି ଯୋଜନାର ସମୀକ୍ଷା କରାଯିବ ବୋଲି ଶିବକୁମାର କହିବାରୁ ବିବାଦ ସୃଷ୍ଟି ହୋଇଛି।

ଖଡଗେ ଚେତାବନୀ ଦେଇ କହିଛନ୍ତି ଯେ ଅଣଯୋଜନାବଦ୍ଧ ଆଭିମୁଖ୍ୟ ଆର୍ଥିକ ସମସ୍ୟା ସୃଷ୍ଟି କରିପାରେ। ଦେବାଳିଆ ଓ ଭବିଷ୍ୟତ ପିଢ଼ି ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ ବୋଲି ସେ କହିଛନ୍ତି।

ଖଡଗେ କହିଛନ୍ତି, “ମହାରାଷ୍ଟ୍ରର କଂଗ୍ରେସ ନେତାମାନଙ୍କୁ ମୁଁ ପରାମର୍ଶ ଦେଉଛି ଯେ ସେମାନେ ୫, ୬, ୭ କିମ୍ବା ୮ ଗ୍ୟାରେଣ୍ଟୀ ମନଇଚ୍ଛା ଦିଅନ୍ତୁ ନାହିଁ। ଆପଣଙ୍କ ବଜେଟରେ ଯେଉଁ ସବୁ ଗ୍ୟାରେଣ୍ଟୀ ହୋଇପାରିବ, ସେ ବିଷୟରେ କୁହନ୍ତୁ। ବଜେଟକୁ ବିଚାରକୁ ନ ନେଇ ପ୍ରତିଶ୍ରୁତି ଦେଲେ, ଦେବାଳିଆ ସ୍ଥିତି ସୃଷ୍ଟି ହୋଇପାରେ। ରାସ୍ତାରେ ଛିଡ଼ା ହେବା ପାଇଁ ମଧ୍ୟ ଆଉ ଟଙ୍କା ନଥିବ। ଯଦି ଏହି ସରକାର କ୍ଷମତାରୁ ହଟିବ, ତା’ହେଲେ ଭବିଷ୍ୟତ ପିଢ଼ି ଉପରେ ଏହାର ପ୍ରଭାବ ପଡ଼ିବ।”

ଖଡଗେଙ୍କ ଏପରି ବୟାନ ପରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଏକ୍ସରେ ପୋଷ୍ଟ କରି କହିଛନ୍ତି, “କଂଗ୍ରେସ ପ୍ରୟୋଜିତ ମିଛ ପ୍ରତିଶ୍ରୁତି ପ୍ରତି ଦେଶବାସୀ ସତର୍କ ରୁହନ୍ତୁ। ନିକଟରେ ଆମେ ଦେଖିବାକୁ ପାଇଥିଲୁ ଯେ କେମିତି ହରିୟାଣାବାସୀ ସେମାନଙ୍କର ମିଛକୁ ପ୍ରତ୍ୟାଖ୍ୟାନ କରିଥିଲେ ଓ ଗୋଟିଏ ସ୍ଥିର ସରକାରକୁ ବାଛିଥିଲେ।

ଭାରତରେ ଏବେ ଲୋକମାନେ ବୁଝି ସାରିଛନ୍ତି ଯେ କଂଗ୍ରେସକୁ ଗୋଟିଏ ଭୋଟ ଦେବାର ଅର୍ଥ ଗୋଟିଏ ନନ ଗଭର୍ନାନ୍ସ, ଦୁର୍ବଳ ଅର୍ଥନୀତି ଓ ଲୁଟକୁ ଭୋଟ ଦେବା ସହ ସମାନ। ଦେଶର ଲୋକମାନେ ଏବେ ବିକାଶ ଚାହୁଁଛନ୍ତି। ସେମାନେ କଂଗ୍ରେସର ପୁରୁଣା ମିଥ୍ୟା ପ୍ରତିଶ୍ରୁତି ଚାହୁଁ ନାହାନ୍ତି।”

Congress Karnataka PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe