Advertisment

ସାଧାରଣ ନିର୍ବାଚନରେ କେତେ ଆସନ ଜିତିବ କଂଗ୍ରେସ? ଆକଳନ କଲେ ଖଡଗେ

ଭୋଟ ଗଣତି ବେଳେ କେମିତି ଇଭିଏମକୁ ଟ୍ୟାମ୍ପରିଂ କରାଯାଏ, ସେକଥା ଜଣାଇବା ପାଇଁ ଇଣ୍ଡିଆ ମେଣ୍ଟର ବୈଠକ ୧ ତାରିଖରେ ବସିବ ବୋଲି ମଧ୍ୟ ଖଡଗେ କହିଛନ୍ତି।

ଅଦ୍ୟତନ ହୋଇଛି
Mallikarjun Kharge

Mallikarjun Kharge

Advertisment

ଇଣ୍ଡିଆ ମେଣ୍ଟ ସହ ମିଶି କଂଗ୍ରେସ ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ଅଟକାଇବାକୁ ସକ୍ଷମ ହେବ। ଇଣ୍ଡିଆ ମେଣ୍ଟ ଦେଶରେ ସରକାର ଗଠନ କରିବ। ଆଜି ଏଭଳି କିଛି ଦୃଢ଼ୋକ୍ତି କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ।

Advertisment

ଏଥିସହ ଜୁନ ୧ରେ ଇଣ୍ଡିଆ ମେଣ୍ଟ ବୈଠକରେ ଭୋଟ ଗଣତି ବେଳେ ଯେମିତି ଇଭିଏମରେ ଟ୍ୟାମ୍ପରିଂ ହୋଇପାରିବ ନାହିଁ, ସେ ବିଷୟରେ ସବୁ ଦଳର ନେତାଙ୍କ ସହ ଆଲୋଚନା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଗୋଟିଏ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଖଡଗେ ଦାବି କରିଛନ୍ତି ଯେ ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସ ଏକାକୀ ପ୍ରାୟ ୧୨୮ଟି ଆସନରେ ବାଜିମାତ କରିବ।

Advertisment

ସେ କହିଛନ୍ତି, “ଆମ ପାଖରେ ଯେଉଁ ରିପୋର୍ଟ ସବୁ ପହଞ୍ଚୁଛି, ସେଥିରୁ ସ୍ପଷ୍ଟ ହୋଇଛି ଯେ ଆମେ ବିଜେପିକୁ ପୁଣି କ୍ଷମତା ଦଖଲ କରିବାକୁ ଦେବୁ ନାହିଁ। ଆମର ବିଶ୍ୱାସ ୬ଟି ପର୍ଯ୍ୟାୟ ନିର୍ବାଚନ ପରେ କଂଗ୍ରେସ ୧୦୦ ଆସନ ଜିତି ସାରିଲାଣି। ଆଶା ଦଳ ପ୍ରାୟ ୧୨୮ଟି ଲୋକସଭା ଆସନ ଜିତିବ।”

ଇଣ୍ଡିଆ ମେଣ୍ଟର ପ୍ରଦର୍ଶନ ସମ୍ପର୍କରେ ଖଡଗେ କହିଛନ୍ତି, “ଆମେ ଏକାଠି ଅତ୍ୟନ୍ତ ଭଲ ପ୍ରଦର୍ଶନ କରିଛୁ। ନିର୍ବାଚନ ବେଳେ ଆମେ ପରସ୍ପରକୁ ସହଯୋଗ କରିବାକୁ ଚେଷ୍ଟା କରିଛୁ। ଏହାଦ୍ୱାରା ଆମ ଭୋଟ ପରସ୍ପର ପାଖକୁ ଯାଇଛି।”

ଏପ୍ରିଲ ୧୯ରେ ୫୪୩ ଲୋକସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଥିଲା। ଶେଷ ପର୍ଯ୍ୟାୟ ଭୋଟିଂ ଜୁନ ୧ରେ ଅନୁଷ୍ଠିତ ହେବ। ସେହିପରି ଜୁନ ୪ରେ ଫଳାଫଳ ପ୍ରକାଶ ପାଇବ। ସରାକର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୨୭୨।

ଭୋଟ ଗଣତି ବେଳେ କେମିତି ଇଭିଏମକୁ ଟ୍ୟାମ୍ପରିଂ କରାଯାଏ, ସେକଥା ଜଣାଇବା ପାଇଁ ଇଣ୍ଡିଆ ମେଣ୍ଟର ବୈଠକ ୧ ତାରିଖରେ ବସିବ ବୋଲି ମଧ୍ୟ ଖଡଗେ କହିଛନ୍ତି।

ବୈଠକରେ ଇଣ୍ଡିଆ ମେଣ୍ଟର ନେତାମାନଙ୍କୁ କେମିତି ଇଭିଏମ ଟ୍ୟାମ୍ପରିଂ ହୋଇଥାଏ, ସେକଥା ଅବଗତ କରାଯିବ। ସେହିପରି ଏହାକୁ କେମିତି ରୋକା ଯାଇ ପାରିବ, ସେ ବିଷୟରେ ମଧ୍ୟ ଜୁନ ୧ ବୈଠକରେ ସମସ୍ତଙ୍କୁ କୁହାଯିବ ବୋଲି ଖଡଗେ ସୂଚନା ଦେଇଛନ୍ତି।

Mallikarjun Kharge Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe