Advertisment

ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀଙ୍କ ଅଭିବାଦନ ସମୟରେ ଖାଲି ପଡ଼ିଥିଲା ଚୌକି, ଲେଖା ଥିଲା...

ସ୍ୱାଧୀନତା ଦିବସରେ ଅନୁପସ୍ଥିତ ରହି ଚୌକି ଜରିଆରେ ବାର୍ତ୍ତା ପଠାଇଥିଲେ ଏହି ରାଜନେତା...

ଅଦ୍ୟତନ ହୋଇଛି
Vacant Seat

Vacant Seat

Advertisment

ସ୍ୱାଧୀନତା ଦିବସ ଅବସରରେ ମଞ୍ଚ ଉପରେ ଦିଆ ଯାଉଥିବା ଭାଷଣକୁ ନେଇ ଅନେକ ଚର୍ଚ୍ଚା ହୁଏ। ବହୁ ଲୋକ ସ୍ୱାଧୀନତା ସଂଗ୍ରାମୀ, ସୈନ୍ୟଙ୍କ ଅବଦାନକୁ ମନେ ପକାନ୍ତି, ପ୍ରଶଂସା କରନ୍ତି। କିନ୍ତୁ ଏହି ପବିତ୍ର ଅବସରରେ କେବେ ଖାଲି ଚୌକିରେ ବାର୍ତ୍ତା ଦିଆଯିବାକୁ ନେଇ ଚର୍ଚ୍ଚା ହେବାର ଶୁଣିଛନ୍ତି କି? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏ ଖାଲି ଚୌକି ବାର୍ତ୍ତା ଲାଲକିଲ୍ଲାରୁ ଆସିଛି।

Advertisment

୭୭ତମ ସ୍ୱାଧୀନତା ଦିସ ଅବସରରେ ଲାଲକିଲ୍ଲାର ଦୁର୍ଗରୁ ଅଭିବାଦନ ଜଣାଉଥାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଆସନ ଅଳଙ୍କୃତ କରିଥିବା ବେଳେ, ଗୋଟିଏ ଚୌକି ଖାଲି ପଡ଼ିଥିଲା। ଆଉ ସେହି ଚୌକିରେ ଲେଖାଥିଲା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନାଁ। ଅର୍ଥାତ୍ ଲାଲକିଲ୍ଲାରେ ସ୍ୱାଧୀନତା ଉତ୍ସବ ମନାଇବା ସମୟରେ ଆଜି ମଲ୍ଲିକାର୍ଜୁନ ଖଡ଼ଗେ ଅନୁପସ୍ଥିତ ଥିଲେ। କିନ୍ତୁ ଏହି ଖାଲି ଚୌକିରେ ଖଡ଼ଗେ ଦେଇଥିବା ବାର୍ତ୍ତାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। 

ଖଡ଼ଗେ ତାଙ୍କ ବାର୍ତ୍ତାରେ ଜାତିର ପିତା ମହାତ୍ମା ଗାନ୍ଧୀ, ଜବହାରଲାଲ ନେହରୁ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ନେତାଜୀ ସୁବାଷ ଚନ୍ଦ୍ର ବୋଷ ଆଦି ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏଥିସହ ଦେଶର ପ୍ରଗତି କ୍ଷେତ୍ରରେ ପୂର୍ବର ପ୍ରଧାନମନ୍ତ୍ରୀମାନଙ୍କ ଅବଦାନକୁ ମନେ ପକାଇଥିଲେ। ଖଡଗେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ସମେତ ଇନ୍ଦିରା ଗାନ୍ଧୀ, ଲାଲ ବାହାଦୂର ଶାସ୍ତ୍ରୀ, ରାଜୀବ ଗାନ୍ଧୀ, ପି.ଭି ନରସିଂହ ରାଓ, ମନମୋହନ ସିଂହ ଏପରିକି ବିଜେପିର ବରିଷ୍ଠ ନେତା ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ନାମ ନେଇ ସେମାନଙ୍କ ଅବଦାନକୁ ସ୍ମରଣ କରିଥିଲେ।  

Advertisment

କିନ୍ତୁ ପରୋକ୍ଷରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରିଥିଲେ  କଟାକ୍ଷ। ଖଡଗେ କହିଥିଲେ, ଦେଶର ପ୍ରଗତି କ୍ଷେତ୍ରରେ ଏ ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଅବଦାନ ଓ ସହଯୋଗ ରହିଛି। ହେଲେ ଗତ କିଛି ବର୍ଷ ମଧ୍ୟରେ ହିଁ ଭାରତ ପ୍ରଗତି ଦେଖିଛି ବୋଲି କିଛି ଲୋକ କହିବାକୁ ଚେଷ୍ଟା କରୁଛନ୍ତି ବୋଲି ମଲ୍ଲିକାର୍ଜୁନ ଖଡଗେ ଏଥିରେ ଦର୍ଶାଇ ଥିଲେ। ସୂଚନା ଅନୁସାରେ, ଅସୁସ୍ଥତା କାରଣରୁ ଖଡଗେ ଆଜି ଲାଲକିଲ୍ଲାରେ ଅନୁପସ୍ଥିତ ଥିବା କଂଗ୍ରେସ କହିଛି।  

Narendra Modi Political News Independence Day Mallikarjun Kharge
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe