Advertisment

ଇଣ୍ଡିଆ ମେଣ୍ଟରେ କେଁ ପୂରାଇଲେ ଅଖିଲେଶ ଯାଦବ, କଂଗ୍ରେସ ସମ୍ପର୍କରେ ଦେଲେ ଏମିତି ବୟାନ

ଅଖିଲେଶ ସଙ୍କେତ ଦେଇଛନ୍ତି ଯେ ରାଜ୍ୟସ୍ତରରେ ଇଣ୍ଡିଆ ମେଣ୍ଟ କାମ କରିବନି। ତାଙ୍କ କହିବା କଥା ଯେ ଆସନ୍ତା ଲୋକସଭା ନିର୍ବାଚନ ବେଳେ ତାଙ୍କ ଦଳ ସପା ବିରୋଧୀ କଂଗ୍ରେସ ସହ ମେଣ୍ଟ କରିବ କି ନାହିଁ, ତା’ ଉପରେ ଆଉ ଥରେ ଚିନ୍ତା କରିବ।

SP

SP

Advertisment

ବିଜେପି ବିରୋଧରେ ଏକାଠି ହୋଇ ବିରୋଧୀ ଦଳଗୁଡ଼ିକ ଗଠନ କରିଥିବା ଇଣ୍ଡିଆ ମେଣ୍ଟରେ ସବୁ କିଛି ଠିକଠାକ ଚାଲି ନାହିଁ। ମେଣ୍ଟରେ ଥିବା ଅଖିଲେଶ ଯାଦବ ଆଜି ଦେଶର ସବୁଠାରୁ ବଡ଼ ବିରୋଧୀ ଦଳ କଂଗ୍ରେସ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି। କଂଗ୍ରେସ ଅନ୍ୟ ଦଳଗୁଡ଼ିକୁ ବୋକା ବନାଉଛି ବୋଲି ସେ ପରୋକ୍ଷରେ ଅଭିଯୋଗ ମଧ୍ୟ କରିଛନ୍ତି।

Advertisment

ଅଖିଲେଶ ସଙ୍କେତ ଦେଇଛନ୍ତି ଯେ ରାଜ୍ୟସ୍ତରରେ ଇଣ୍ଡିଆ ମେଣ୍ଟ କାମ କରିବନି। ତାଙ୍କ କହିବା କଥା ଯେ ଆସନ୍ତା ଲୋକସଭା ନିର୍ବାଚନ ବେଳେ ତାଙ୍କ ଦଳ ସପା ବିରୋଧୀ କଂଗ୍ରେସ ସହ ମେଣ୍ଟ କରିବ କି ନାହିଁ, ତା’ ଉପରେ ଆଉ ଥରେ ଚିନ୍ତା କରିବ। 

ଜାତୀୟ ସ୍ତରରେ ଏକାଠି ହୋଇଥିବା କଂଗ୍ରେସ ଓ ସମାଜବାଦୀ ପାର୍ଟି ମଧ୍ୟପ୍ରଦେଶରେ ପରସ୍ପର ବିରୋଧରେ ୧୮ ଜଣ ପ୍ରାର୍ଥୀଙ୍କୁ ଟିକେଟ ଦେଇଛନ୍ତି। ଦୁଇ ଦଳର ଏପରି ପଦକ୍ଷେପ ବିଜେପି ବିରୋଧୀ ଭୋଟକୁ ଭାଗ ଭାଗ କରିବାର ଆଶଙ୍କା ରହିଛି। ଏହାଦ୍ୱାରା ମଧ୍ୟପ୍ରଦେଶରେ କ୍ଷମତାସୀନ ବିଜେପି ଫାଇଦାରେ ରହିବ ବୋଲି କୁହାଯାଉଛି।

Advertisment

ଆଜି ଅଖିଲେଶ ଯାଦବ କହିଛନ୍ତି, “ଆମେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ(କମଲ ନାଥ)ଙ୍କ ସହ କଥା ହୋଇଥିଲୁ। ଆମେ ଦଳର ପ୍ରଦର୍ଶନ ସମ୍ପର୍କରେ ଆଲୋଚନା କରିଥିଲୁ। ଆମ ବିଧାୟକମାନେ ପୂର୍ବରୁ କେଉଁଠୁ ଜିତିଥିଲେ ଓ ଆମେ ପୂର୍ବରୁ ୨ନଂରେ ଥିଲୁ ବୋଲି ଜଣାଇ ଥିଲୁ ଆଲୋଚନା ରାତି ୧ଟା ଯାଏ ଚାଲିଥିଲା।

ସେମାନେ ଆମ ପାଇଁ ୬ଟି ଆସନ ଚିନ୍ତା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଯେତେବେଳେ ସେମାନେ ପ୍ରାର୍ଥୀଙ୍କ ନାଁ ଘୋଷଣା କଲେ ସେତେବେଳେ ସପା ପାଇଁ କିଛି ରଖି ନଥିଲେ।

ଯଦି ମୁଁ ଜାଣି ଥାଆନ୍ତି ରାଜ୍ୟସ୍ତରରେ ମେଣ୍ଟ ହେବାର ସମ୍ଭାବନା ନାହିଁ, ତା’ହେଲେ ଆମେ କେବ ବି ପରସ୍ପର ସହ ଆଲୋଚନା କରି ନଥାନ୍ତୁ। ଆମେ କଂଗ୍ରେସ ସହ କଥା ବି ହୋଇ ନଥାଆନ୍ତୁ। ଏବେ ଆମେ ଲୋକସଭାରେ ମେଣ୍ଟ କରିବୁ କି ନାହିଁ, ସେ ବିଷୟରେ ଚିନ୍ତା କରିବୁ। ସେମାନେ ଆମ ସହ ଯେତିମି ବ୍ୟବହାର କରିବେ, ଆମେ ମଧ୍ୟ ସମାନ ବ୍ୟବହାର ପ୍ରଦର୍ଶନ କରିବୁ।”

କଂଗ୍ରେସ ମଧ୍ୟପ୍ରଦେଶର ୧୪୪ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ନବରାତ୍ରୀର ପ୍ରଥମ ଦିନରେ କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। ଏହାର ୮ ଘଣ୍ଟା ପରେ ସପା ୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। ସେହିପରି ଗତକାଲି ଦଳ ଆଉ ୨୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ୩୧ଟି ଆସନରୁ ସପା ୧୮ଟି ସ୍ଥାନରେ କଂଗ୍ରେସ ବିରୋଧୀରେ ପ୍ରାର୍ଥୀ ଦେଇଛି।

ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଅଖିଲେଶ ଯାଦବଙ୍କ ବୟାନ ସାମ୍ନାକୁ ଆସିଛି।

Akhilesh Yadav Congress Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe