Advertisment

ଆସନ୍ତାବର୍ଷ ପ୍ରଧାନମନ୍ତ୍ରୀ ତାଙ୍କ ଘରେ ପତାକା ଉଡ଼ାଇବେ: କଂଗ୍ରେସ

ପ୍ରଧାନମନ୍ତ୍ରୀ ମୋଦି ଆଜି ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରୁଥିବା ବେଳେ କହିଥିଲେ ଯେ ଦେଶ କ’ଣ ସବୁ ହାସଲ କରିଛି, ତା’ର ଏକ ତାଲିକା ସେ ଆସନ୍ତା ବର୍ଷ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରେ ଉପସ୍ଥାପନ କରିବେ।

Mallikarjun Kharge

Mallikarjun Kharge

Advertisment

୭୭ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ଆସନ୍ତାବର୍ଷ ପୁଣି ଏହିଠାରେ ଦେଖା ହେବ। ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛି କଂଗ୍ରେସ। ଏହା ତାଙ୍କର ଅହଙ୍କାର ବୋଲି କଂଗ୍ରେସ କହିଥିବା ବେଳେ ଆସନ୍ତା ବର୍ଷ ସେ ତାଙ୍କ ଘରେ ପତାକା ଉଡ଼ାଇବେ ବୋଲି କହିଛି।

Advertisment

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ସେ (ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି) ଆସନ୍ତା ବର୍ଷ ପତାକା ଉଡ଼ାଇବେ, କିନ୍ତୁ ତାଙ୍କ ଘରେ। ତାଙ୍କୁ ଜିତାଇବା ଅବା ହରାଇବା କ୍ଷମତା କେବଳ ଭୋଟରଙ୍କ ହାତରେ ରହିଛି। ୨୦୨୪ରେ ସେ ପୁଣିଥରେ ଲାଲକିଲ୍ଲାରେ ପତାକା ଉଡ଼ାଇବେ ବୋଲି କହିବା, କେବଳ ତାଙ୍କର ଅହଙ୍କାର।

ପ୍ରଧାନମନ୍ତ୍ରୀ ମୋଦି ଆଜି ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରୁଥିବା ବେଳେ କହିଥିଲେ ଯେ ଦେଶ କ’ଣ ସବୁ ହାସଲ କରିଛି, ତା’ର ଏକ ତାଲିକା ସେ ଆସନ୍ତା ବର୍ଷ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରେ ଉପସ୍ଥାପନ କରିବେ।

Advertisment

ଅନ୍ୟପକ୍ଷରେ ଆଜି ଲାଲକିଲ୍ଲାରେ ସ୍ୱାଧୀନତା ଦିବସ ପାଳନ ବେଳେ ମଲ୍ଲିକାର୍ଜୁନ ଖଡ଼ଗେ ଅନୁପସ୍ଥିତ ରହିଥିଲେ। ଆଖିରେ କିଛି ସମସ୍ୟା ଦେଖା ଦେବାରୁ ସେ ଅନୁପସ୍ଥିତ ରହିଥିଲେ ବୋଲି ଜଣାପଡ଼ିଛି। ତେବେ ତାଙ୍କ ପାଇଁ ଉଦ୍ଦିଷ୍ଟ ଚୌକି ଖାଲି ପଡ଼ିଥିଲା ଓ ସେଥିରେ ସେ ପଠାଇଥିବା କିଛି ବାର୍ତ୍ତା ଲେଖାଯାଇଥିଲା। ସେ ସମସ୍ତ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଦେଶର ବିକାଶରେ ସେମାନଙ୍କ ଯୋଗଦାନକୁ ମନେ ପକାଇ ବାର୍ତ୍ତା ଦେଇଥିଲେ।

Mallikarjun Kharge Narendra Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe