ବୁଧବାର ଦିନ ମେଣ୍ଟ ଦଳଗୁଡିକୁ ନେଇ ବସିଥାଆନ୍ତା 'ଇଣ୍ଡିଆ' ବୈଠକ। ହେଲେ କିଛି ଘଣ୍ଟା ପୂର୍ବରୁ ବୈଠକ ବସିବ ନାହିଁ ବୋଲି ସୂଚନା ଆସୁଛି। ମେଣ୍ଟ ଦଳର ବହୁ ବରିଷ୍ଠ ନେତା ଯୋଗଦେବେନି ବୋଲି ମନା କରିବାରୁ ବୈଠକକୁ ସ୍ଥଗିତ ରଖାଯାଇଛି। ଖବର ଅନୁଯାୟୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ସମାଜବାଦୀ ପାର୍ଟି ମୁଖିଆ ଅଖିଳେଶ ଯାଦବ 'ଇଣ୍ଡିଆ' ଆଲାଏନ୍ସ ବୈଠକରେ ଯୋଗ ଦେବେନି ବୋଲି କହିଥିଲେ। ଏହା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଅନୁପସ୍ଥିତ ରହିବା ନେଇ ଆଲାଏନ୍ସ ମୁଖ୍ୟଙ୍କୁ ଅବଗତ କରାଇଥିଲେ।