ହିନ୍ଦୀ ହାର୍ଟଲ୍ୟାଣ୍ଡରେ ପରାଜୟ ପରେ ଏବେ ଚିନ୍ତାରେ କଂଗ୍ରେସ । 'ଇଣ୍ଡିଆ' ମେଣ୍ଟକୁ ଏକାଠି କିପରି ରଖିପାରିବ ତାକୁ ନେଇ ଏବେ ଚିନ୍ତାରେ ରହିଛି ଦଳ। ରାଜସ୍ଥାନ ଏବଂ ଛତିଶଗଡ଼, କଂଗ୍ରେସ ହାତରୁ ଖସିଯିବା ପରେ ଏବେ ଆଉ କଂଗ୍ରେସ ଉପରେ ଭରସା କରିପାରୁନାହାନ୍ତି 'ଇଣ୍ଡିଆ' ସହଯୋଗୀ ଦଳ।