Advertisment

ଆମ୍ବ ଟାକୁଆ ଟ୍ରାଜେଡି; ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା କଂଗ୍ରେସ

କନ୍ଧମାଳରେ ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଅପାରଗତାକୁ ଦାୟୀ କଲା କଂଗ୍ରେସ। ରାଜ୍ୟପାଳଙ୍କୁ ଭେଟି ହସ୍ତକ୍ଷେପ ଲୋଡ଼ିଲେ ବରିଷ୍ଠ କଂଗ୍ରେସ ନେତା।

author-image
Debadatta Aryashrestha
Congress Meet Governor

Congress Meet Governor

କନ୍ଧମାଳରେ ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଘଟଣାରେ ତେଜିଛି ରାଜନୀତି। ଏହି ଘଟଣା ପାଇଁ ରାଜ୍ୟ ସରକାରଙ୍କ ଅପାରଗତାକୁ ଦାୟୀ କରି ରାଜ୍ୟପାଳଙ୍କୁ ଭେଟିଛି କଂଗ୍ରେସ ପ୍ରତିନିଧି ଦଳ। ଶ୍ରୀକାନ୍ତ ଜେନା, ମହମ୍ମଦ ମୋକିମ୍, ସନ୍ତୋଷ ସିଂ ସାଲୁଜା, ଜୟଦେବ ଜେନାଙ୍କ ସହ ଅନେକ ବରିଷ୍ଠ ନେତା ଏହି ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

Advertisment

ସରକାର ଖାଦ୍ୟ ନିରାପତ୍ତା ଯୋଜନାରେ କାହାରିକୁ ଭୋକରେ ରଖିବାକୁ ଦେବୁନି ବୋଲି କହୁଥିବାବେଳେ କନ୍ଧମାଳ ଘଟଣା ସାରା ଦେଶରେ ରାଜ୍ୟକୁ ନିନ୍ଦା ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। ଏହି ଘଟଣାରେ କ'ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ତାହା ଜାଣିବାକୁ ମୁଖ୍ୟ ଶାସନ ସଚିବଙ୍କୁ ଡାକି ଆଲୋଚନା କରିବେ ବୋଲି ରାଜ୍ୟପାଳ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା।

ଅନ୍ୟପଟେ ଗତକାଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ପ୍ରତିକ୍ରିୟା ରଖି କହିଥିଲେ ଯେ ଆମ୍ବ ଟାକୁଆ ସେମାନଙ୍କ ପାରମ୍ପାରିକ ଖାଦ୍ୟ। ଯେତେ ମନାକଲେ ମଧ୍ୟ ସେମାନେ ଆମ୍ବ ଟାକୁଆ ଖାଇବା ଛାଡ଼ିନଥାନ୍ତି। ପର୍ଯ୍ୟାପ୍ତ ଚାଉଳ ଦିଆଯାଉଥିଲା। ଖାଦ୍ୟ ଅଭାବରୁ ସେମାନେ ଆମ୍ବ ଟାକୁଆ ଖାଉଥିବା ଅଭିଯୋଗକୁ ଯୋଗାଣ ମନ୍ତ୍ରୀ ଖଣ୍ଡନ କରିଥିଲେ।

Advertisment
Congress Delegation Meet Governor Kandhamal Death Tragedy Congress