Advertisment

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

ସରକାର ତାଙ୍କର ମନ୍ତ୍ରୀମାନଙ୍କୁ ସୁରକ୍ଷା ଯୋଗାଇ ପାରୁ ନାହାନ୍ତି। ତେଣୁ ଜନସାଧାରଣ କେମିତି ସୁରକ୍ଷିତ ରହିବେ।

Naveen Patnaik

Naveen Patnaik

Advertisment

ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିମାଡ଼ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି ହୋଇଛି। କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଏହି ଦାବି କରିଛନ୍ତି।

Advertisment

ସେ କହିଛନ୍ତି, ଏହି ଘଟଣାକୁ ଆମେ ନିନ୍ଦା କରୁଛୁ। ଏଭଳି ଘଟଣା ଘଟିବା କଥା ନୁହେଁ। ଏ ସରକାରରେ ମନ୍ତ୍ରୀମାନେ ସୁରକ୍ଷିତ ନୁହନ୍ତି। ସରକାର ତାଙ୍କର ମନ୍ତ୍ରୀମାନଙ୍କୁ ସୁରକ୍ଷା ଯୋଗାଇ ପାରୁ ନାହାନ୍ତି। ତେଣୁ ଜନସାଧାରଣ କେମିତି ସୁରକ୍ଷିତ ରହିବେ।

ଶ୍ରୀ ସାଲୁଜା କହିଛନ୍ତି, ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥା ବ୍ୟପର୍ଯ୍ୟସ୍ତ ହୋଇପଡ଼ିଛି। ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ। କାରଣ ସେ ନିଜେ ଗୃହମନ୍ତ୍ରୀ। ଗୃହ ବିଭାଗ ତାଙ୍କ ଅଧୀନରେ ରହିଛି। ଆଉ ତାଙ୍କର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଗୁଳି କରାଯାଇଛି। ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରାଯାଇଛି। ଏହା ଏକ ଛୋଟ ଘଟଣା ନୁହେଁ।

Advertisment

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ବ୍ରଜରାଜନଗରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। କାର୍ଯ୍ୟକ୍ରମ ସ୍ଥଳ ନିକଟରେ ରାସ୍ତାରେ ସେ କାର୍‌ରୁ ଓହ୍ଲାଇବା କ୍ଷଣି ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ବ୍ରଜରାଜନଗର ଗାନ୍ଧି ଛକ ପୁଲିସ୍ ଆଉଟ୍‌ପୋଷ୍ଟର ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳିଟି ତାଙ୍କ ଛାତିରେ ବାଜିଥିଲା। ଝାରସୁଗୁଡ଼ା ଜିଲ୍ଲା ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ନବ ଦାସଙ୍କୁ ଭୁବନେଶ୍ୱରକୁ ଏୟାର ଲିଫ୍ଟ କରାଯାଇଥିଲା। ଭୁବନେଶ୍ୱରର ଆପୋଲୋ ହସ୍‌ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ପୁଲିସ୍ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପରକୁ କାହିଁକି ଗୁଳି ଚଳାଇଲେ, ତାହା ଜଣାପଡ଼ିନାହିଁ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

BjD Congress Naveen Patnaik Health Minister Naba Das Santosh Singh Saluja
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe