Advertisment

ବେଆଇନ ବେଦାନ୍ତ ଜମି ଅଧିଗ୍ରହଣ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଜମି ଅଧିଗ୍ରହଣ କରିବାକୁ ଓଡ଼ିଶା ସରକାର ଜମି ଅଧିଗ୍ରହଣ ଆଇନ ୧୮୯୪  ଓ ନିୟମ ୧୯୬୩ର ସମସ୍ତ ନୀତିନିୟମ ଓ ଆଇନ କାନୁନକୁ ଖାତିର ନକରି ଜମି ଅଧିଗ୍ରହଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ କହିସାରିଛନ୍ତି ।

Sarat Patnaik

Sarat Patnaik

Advertisment

ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଜମି ଅଧିଗ୍ରହଣ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପଦବୀରୁ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି । ରାଜ୍ୟ ସରକାର ଆଖିକାନ ବନ୍ଦ କରି କିଭଳି ଅନୀଲ ଅଗ୍ରୱାଲ ଫାଉଣ୍ଡେସନକୁ ପୁରୀରେ ୭ହଜାରରୁ ଅଧିକ ଉର୍ବର କୃଷି ଜମି, ଜଙ୍ଗଲ ଓ ଗୋଚର ଜମି ଟେକି ଦେଇଥିଲେ ତାହା ସୁପ୍ରିମକୋର୍ଟରେ ଧରାପଡ଼ିଯାଇଛି । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବେଆଇନ ଜମି ଅଧିଗ୍ରହଣ ମାମଲାରେ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଦାବି କରିଛନ୍ତି ।

Advertisment

ପିସିିସି ସଭାପତି ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ, ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଜମି ଅଧିଗ୍ରହଣ କରିବାକୁ ଓଡ଼ିଶା ସରକାର ଜମି ଅଧିଗ୍ରହଣ ଆଇନ ୧୮୯୪  ଓ ନିୟମ ୧୯୬୩ର ସମସ୍ତ ନୀତିନିୟମ ଓ ଆଇନ କାନୁନକୁ ଖାତିର ନକରି ଜମି ଅଧିଗ୍ରହଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ କହିସାରିଛନ୍ତି । ଅନିଲ ଅଗ୍ରୱାଲ ଫାଉଣ୍ଡେସନ ପାଇଁ ପୁରୀ ଜିଲ୍ଲାର ୭ ହଜାର ଏକର ଉର୍ବର କୃଷି ଜମି, ଜଙ୍ଗଲ ଓ ଗୋଚର ଜମି ଏପରିକି ନୂଆ ନଈକୁ ମଧ୍ୟ ଅଧିଗ୍ରହଣ କରିବାକୁ ପଛାଇ ନଥିଲେ ।

ପୁରୀ ଜିଲ୍ଲାର ପ୍ରାୟ୧୦ ହଜାର କୃଷକ ପରିବାରଙ୍କର ଜୀବନଜୀବିକାକୁ ଦୁର୍ବିସହ କରି ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଗୋଟିଏ କମ୍ପାନୀ ପାଇଁ ଏତେ ପ୍ରୀତି କାହିଁକି ଦେଖାଉଥିଲେ? ଏ ପ୍ରୀତି ପଛରେ ପ୍ରକୃତ ଉଦ୍ଦେଶ୍ୟ କ'ଣ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିବା ସହ ଏଥିରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସରକାରଙ୍କର ବରିଷ୍ଠ ଅଧିକାରୀମାନେ ବେଦାନ୍ତ କମ୍ପାନୀ ଦ୍ୱାରା କିଭଳି ଭାବରେ ଲାଭାନ୍ନିତ ହୋଇଛନ୍ତିି ତା'ର ତଦନ୍ତ ହେବା ଉଚିତ୍ ବୋଲି ଦାବି କରିଛନ୍ତି । ଏହି ଜମି ଅଧିଗ୍ରହଣ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ଭୂମିକା ମାଲାଫାଏଡ଼ ବା ଉଦ୍ଦେଶ୍ୟପ୍ରଣୋଦିତ ବୋଲି ସୁପ୍ରିମକୋର୍ଟ କହିଛନ୍ତିି । ଏହାପରେ ମୁଖ୍ୟମନ୍ତ୍ରୀ ନିଜ ପଦବୀରୁ ଇସ୍ତଫା ଦେବା ପରିବର୍ତ୍ତେ ଚୁପ୍ ହୋଇ ରହିଯିବା ଅତ୍ୟନ୍ତ ସାଂଘାତିକ ଓ ଦୁର୍ଭାଗ୍ୟଜନକ ଘଟଣା ବୋଲି ପିସିସି ସଭାପତି ଅଭିଯୋଗ କରିଛନ୍ତି ।

Advertisment

ରାଜ୍ୟ ସରକାର ସ୍ୱଚ୍ଛତାର ଡିଣ୍ଡିମ ପିଟୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଦୁର୍ନୀତି ଛୁଇଁ ପାରୁନାହିଁ ବୋଲି କହୁଥିଲାବେଳେ ବେଦାନ୍ତ ଜମି ଅଧିଗ୍ରହଣ ଘଟଣାରେ ସରକାର, ସରକାରୀ ଅଧିକାରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ମୁଖା ଖୋଲି ଦେଇଛି ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ।

Congress Naveen Patnaik Sarat Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe