Advertisment

ଜିଲ୍ଲାସ୍ତରରେ ବି ମୁଖପାତ୍ରଙ୍କୁ ନିଯୁକ୍ତି ଦେଲା କଂଗ୍ରେସ

ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଅନୁମୋଦନରେ ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଏହି ମୁଖପାତ୍ରମାନଙ୍କୁ ନିଯୁକ୍ତି ଦେଇଥିବା ଦଳ ପକ୍ଷରୁ କୁହାଯାଇଛି।

author-image
Ordigital Desk
congress

congress

ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ନିଜର ସାଂଗଠନିକ ପୁନର୍ଗଠନ କରିବା ଉପରେ ଗୁରୁତ୍ୱ ଦେଇଛି । ଦଳ ପ୍ରଥମଥର ପାଇଁ ଜିଲ୍ଲାସ୍ତରରେ ମୁଖପାତ୍ରଙ୍କୁ ନିଯୁକ୍ତି ଦେଇଛି । ଆଜି ଏନେଇ ଦଳ ପକ୍ଷରୁ ତାଲିକା ଜାରି ହୋଇଛି । ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଅନୁମୋଦନରେ ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଏହି ମୁଖପାତ୍ରମାନଙ୍କୁ ନିଯୁକ୍ତି ଦେଇଥିବା ଦଳ ପକ୍ଷରୁ କୁହାଯାଇଛି।

Advertisment

ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାର ମୁଖ୍ୟ ମୁଖପାତ୍ର ଭାବେ ଗୋପାଳ ଚନ୍ଦ୍ର ନାଥଙ୍କୁ ନିଯୁକ୍ତି ମିଳିଥିବାବେଳେ ବାଲେଶ୍ୱର- ସୁଧାଂଶୁ ଶେଖର ଜେନା, ଭଦ୍ରକ- ଶୁଭେନ୍ଦୁ ରାୟ ମହାପାତ୍ର, ବରଗଡ଼- ସରୋଜ କୁମାର ଷଡ଼ଙ୍ଗୀ, ଭୁବନେଶ୍ୱର- ଜୟଶ୍ରୀ ପାତ୍ର, ବଲାଙ୍ଗିର- ଅଜୟ ବାଲି, ବୌଦ୍ଧ- ଶାନ୍ତନୁ କୁମାର ମହାପାତ୍ର, କଟକ-ଅଶୋକ କୁମାର ସ୍ୱାଇଁ, କଟକ ସହର- ମାନସ ପରିଡ଼ା, ଦେବଗଡ଼- ମୁଳ କୁମାର ନାୟକ, ଢେଙ୍କାନାଳ- ନିର୍ମଳ କୁମାର ମିଶ୍ର, ଗଜପତି- ସୂର୍ଯ୍ୟ ନାରାୟଣ ପାତ୍ର, ଜଗତସିଂହପୁର- ହେମନ୍ତ ରଥ, ଯାଜପୁର- ବିଭୁତି ଭୂଷଣ ମହାପାତ୍ର, ଝାରସୁଗୁଡ଼ା- ସୁବ୍ରତ ପ୍ରଧାନ, କଳାହାଣ୍ଡି- ଋଷି କାପୁର ସାହୁ, କନ୍ଧମାଳ- ଘନ କୁମାର ଶବର, କେନ୍ଦୁଝର- ସଂଗୀତା ସିଂ, ଖୋର୍ଦ୍ଧା- ସୁନିଲ ରାଉତରାୟ, କୋରାପୁଟ-ରୂପକ ତୁରୁକ, ମୟୁରଭଞ୍ଜ- ଯୋଗେଶ ଅଗ୍ରୱାଲ,ମାଲକାନଗିରି-ପର୍ଶୁରାମ ଭକ୍ତ, ନବରଙ୍ଗପୁର-ଦେବକାନ୍ତ ପଣ୍ଡା, ନୂଆପଡ଼ା-ଅଭୟ ଶଙ୍କର ଯୋଶୀ, ନୟାଗଡ଼-ବୃନ୍ଦାବନ ନାୟକ, ପୁରୀ-ସ୍ୱାଧୀନ କୁମାର ପଣ୍ଡା, ରାଉରକେଲା-ଗିରିଜା ଶଙ୍କର ମିଶ୍ର ଓ ସୁନ୍ଦରଗଡ-କର୍ମବୀର ଦାସଙ୍କୁ ଜିଲ୍ଲା ମୁଖ୍ୟ ମୁଖପାତ୍ର ଭାବେ ନିଯୁକ୍ତି ଦିଆଯାଇଛି ।

ସୂଚନାଯୋଗ୍ୟ, ଦଳ ରାଜ୍ୟସ୍ତରରେ ମୁଖପାତ୍ରମାନଙ୍କୁ ବି ନିଯୁକ୍ତି ଦେଇଛି ।

Congress