Advertisment

ହିମାଚଳ ପ୍ରଦେଶ ସଂଗଠନକୁ ଭାଙ୍ଗିଲା କଂଗ୍ରେସ

ବର୍ତ୍ତମାନ ହିମାଚଳ ପ୍ରଦେଶର କଂଗ୍ରେସ ସଭାପତି ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିର୍ଦ୍ଦଭ ସିଂହଙ୍କ ପତ୍ନୀ ପ୍ରତିଭା କାର୍ଯ୍ୟ କରୁଛନ୍ତି। କିନ୍ତୁ ହଠାତ୍‌ କ’ଣ ପାଇଁ ରାଜ୍ୟ ସଂଗଠନକୁ ଭଙ୍ଗ କଲା, ସେକଥା ଜଣାପଡ଼ି ନାହିଁ।

author-image
Hemant Lenka
Congress

Congress

ହିମାଚଳ ପ୍ରଦେଶରେ କଂଗ୍ରେସ କ୍ଷମତାରେ ରହିଛି। ଏଠାରେ ଦଳର ନିଜସ୍ୱ ମୁଖ୍ୟମନ୍ତ୍ରୀ ମଧ୍ୟ ରହିଛନ୍ତି। ହେଲେ ଆଜି କଂଗ୍ରେସ ରାଜ୍ୟ ସଂଗଠନକୁ ସଂପୂର୍ଣ୍ଣ ରୂପେ ଭଙ୍ଗ କରି ଦେଇଛି।

Advertisment

କଂଗ୍ରେସର ସାଧାରଣ ସମ୍ପାଦକ କେସି ଭେନୁଗୋପାଲ ଗୋଟିଏ ବିବୃତିରେ କହିଛନ୍ତି ଯେ ଦଳର ସଭାପତି ହିମାଚଳ ପ୍ରଦେଶର ରାଜ୍ୟ ପିସିସି, ଜିଲ୍ଲା ସଭାପତି ଓ ବ୍ଲକ କଂଗ୍ରେସ କମିଟିକୁ ଭଙ୍ଗ କରିବାକୁ ଅନୁମତି ଦେଇଛନ୍ତି। ଏହା ତତ୍କାଳ ଭାବେ ଲାଗୁ କରାଯାଉଛି ବୋଲି ବିବୃତିରେ ଉଲ୍ଲେଖ କରାଯାଇଛି।

ବର୍ତ୍ତମାନ ହିମାଚଳ ପ୍ରଦେଶର କଂଗ୍ରେସ ସଭାପତି ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିର୍ଦ୍ଦଭ ସିଂହଙ୍କ ପତ୍ନୀ ପ୍ରତିଭା କାର୍ଯ୍ୟ କରୁଛନ୍ତି। କିନ୍ତୁ ହଠାତ୍‌ କ’ଣ ପାଇଁ ରାଜ୍ୟ ସଂଗଠନକୁ ଭଙ୍ଗ କଲା, ସେକଥା ଜଣାପଡ଼ି ନାହିଁ।

Advertisment

୨୦୧୯ରେ ମଧ୍ୟ କଂଗ୍ରେସ ହିମାଚଳ ପ୍ରଦେଶରେ ସମାନ ପଦକ୍ଷେପ ନେଇଥିଲା। ତତ୍କାଳୀନ ରାଜ୍ୟ ସଭାପତି କୁଲଦୀପ ସିଂହ ରାଥୋରଙ୍କୁ ଛାଡ଼ି ବାକି ସବୁ କାର୍ଯ୍ୟକର୍ତ୍ତାକୁ ପଦପଦବୀ ହଠାଇ ଦେଇଥିଲା।

୨୦୨୨ରେ ପ୍ରତିଭା ସିଂହ ହିମାଚଳ ପ୍ରଦେଶ କଂଗ୍ରେସ ସଭାପତି ଭାବେ ନିଯୁକ୍ତି ପାଇଥିଲେ। ସେହିବର୍ଷ ବିଧାନସଭା ନିର୍ବାଚନରେ କଂଗ୍ରେସ ଜିତିବାରୁ ପ୍ରତିଭା ମୁଖ୍ୟମନ୍ତ୍ରୀ ହେବେ ବୋଲି କୁହାଯାଉଥିଲା। କିନ୍ତୁ ସୁଖବିନ୍ଦର ସିଂହ ସୁଖୁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏବେ କଂଗ୍ରେସ ପୁଣିଥରେ ରାଜ୍ୟ ସଂଗଠନକୁ ଭାଙ୍ଗି ନୂଆ କରି ଗଠନ କରିବାକୁ ନିଷ୍ପତ୍ତି ନେଇଛି।

Congress Himachal Pradesh