Advertisment

ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ, ଶୋକ ପ୍ରସ୍ତାବ ଆଲୋଚନାରେ ସାମିଲ ହେଲାନି କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଅଭିଭାଷଣରୁ ଆଜି ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ବିରୋଧୀ ଦଳର ହଟ୍ଟଗୋଳ ଓ କକ୍ଷତ୍ୟାଗ ମଧ୍ୟରେ ରାଜ୍ୟପାଳ ନିଜର ଅଭିଭାଷଣ ରଖିଥିବାବେଳେ ଶୋକ ପ୍ରସ୍ତାବବେଳେ କଂଗ୍ରେସ ସଦସ୍ୟମାନେ ଗୃହରେ ଅନୁପସ୍ଥିତ ରହିଥିଲେ। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଆଲୋଚନା ଚାଲିଥିବାବେଳେ ବିଜେପି ସଦସ୍ୟମାନେ ଧାନକିଣାରେ ଅବ୍ୟବସ୍ଥାକୁ ନେଇ ହଟ୍ଟଗୋଳ କରିବାରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରାଯାଇଛି। ଗତବର୍ଷ ବଜେଟ ଅଧିବେଶନ ପରେ ବିଧାନସଭାକୁ […]

author-image
Ordigital Desk
ଅଦ୍ୟତନ ହୋଇଛି
ନବୀନଙ୍କ ଲୋକପ୍ରିୟତା ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ

congress

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଅଭିଭାଷଣରୁ ଆଜି ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ବିରୋଧୀ ଦଳର ହଟ୍ଟଗୋଳ ଓ କକ୍ଷତ୍ୟାଗ ମଧ୍ୟରେ ରାଜ୍ୟପାଳ ନିଜର ଅଭିଭାଷଣ ରଖିଥିବାବେଳେ ଶୋକ ପ୍ରସ୍ତାବବେଳେ କଂଗ୍ରେସ ସଦସ୍ୟମାନେ ଗୃହରେ ଅନୁପସ୍ଥିତ ରହିଥିଲେ। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଆଲୋଚନା ଚାଲିଥିବାବେଳେ ବିଜେପି ସଦସ୍ୟମାନେ ଧାନକିଣାରେ ଅବ୍ୟବସ୍ଥାକୁ ନେଇ ହଟ୍ଟଗୋଳ କରିବାରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରାଯାଇଛି। ଗତବର୍ଷ ବଜେଟ ଅଧିବେଶନ ପରେ ବିଧାନସଭାକୁ ଆସୁନଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମଥର ପାଇଁ ଆଜି ଗୃହକୁ ଆସିଥିଲେ।

Advertisment

ଆଜି ରାଜ୍ୟପାଳଙ୍କ ଅଭିଭାଷଣ ଚାଲିଥିବାବେଳେ ପ୍ରଥମେ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରି କକ୍ଷତ୍ୟାଗ କରିଥିଲେ ଓ ପରେ ବିଜେପି ସଦସ୍ୟମାନେ ଅନୁରୂପ ଭାବେ କକ୍ଷତ୍ୟାଗ କରିଥିଲେ। ରାଜ୍ୟପାଳଙ୍କ ଅଭିଭାଷଣ ପରେ ଗୃହରେ ଶୋକ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ମାତ୍ର ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ କକ୍ଷତ୍ୟାଗ କରିଥିବା କଂଗ୍ରେସ ସଦସ୍ୟମାନେ ଶୋକ ପ୍ରସ୍ତାବ ଉପରେ ଆଲୋଚନା ସାମିଲ ହୋଇନଥିଲେ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନବୀନ ନିବାସରୁ ଭର୍ଚୁଆଲ ମୋଡରେ ଆଲୋଚନାରେ ଭାଗ ନେଇଥିଲେ। ଏହାପରେ ରାଜ୍ୟପାଳଙ୍କ ଅଭିଭାଷଣକୁ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଆଲୋଚନା କରୁଥିବାବେଳେ ବିଜେପି ସଦସ୍ୟମାନେ ପୋଡ଼ିୟମ ନିକଟକୁ ଆସି ହଟ୍ଟଗୋଳ କରିଥିଲେ। ଧାନକିଣାରେ ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇ ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗରେ ହଟ୍ଟଗୋଳ କରିବାରୁ ବାଚସ୍ପତି ଗୃହକୁ ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୦ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ଆଜି ଗୃହରେ ଦିବଂଗତ ପୂର୍ବତନ ବିଧାୟକ ସୁରେନ୍ଦ୍ର ନାଥ ମିଶ୍ର, ଆସାମ ରାଇଫଲ୍ସର ବିଭୂତିଭୂଷଣ ନାୟକ, ୱେଷ୍ଟର୍ଣ୍ଣ କମାଣ୍ଡ ଇଞ୍ଜିନିୟର ରେଜିମେଣ୍ଟର ଯଜ୍ଞ ନାରାୟଣ କର, ବିହାର ରେଜିମେଣ୍ଟର କୃଷ୍ଣଚନ୍ଦ୍ର ପଣ୍ଡା ଏବଂ କୋରାନା ମୁକାବିଲାରେ ପ୍ରାଣ ହରାଇଥିବା ସମସ୍ତ କରୋନା ଯୋଦ୍ଧାଙ୍କ ସମ୍ମାନରେ ଗୃହରେ ଶୋକ ପ୍ରସ୍ତାବ ଆଗତ ଓ ଆଲୋଚନା ହୋଇଥିଲା।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜ୍ୟପାଳଙ୍କ ଅଭିଭାଷଣରେ ସମ୍ବେଦନଶୀଳ ସୀମାବିବାଦ ପ୍ରସଙ୍ଗରେ କିଛି ବି ଉଲ୍ଲେଖ କରାଯାଇନାହିଁ। ଓଡ଼ିଶା ମାଟିରେ ଆନ୍ଧ୍ର ପ୍ରଦେଶର ଅଧିକାର ଜାହିର କରିଛି ଓ ନିର୍ବାଚନ କରୁଛି। ସେଠାରେ ଲୋକ ମଧ୍ୟ ଏହି ନିର୍ବାଚନରେ ଭାଗ ନେଉଛନ୍ତି। ଏହି ପ୍ରସଙ୍ଗକୁ ରାଜ୍ୟପାଳ ନିଜର ଅଭିଭାଷଣରେ ସାମିଲ କରିବାର ଏକାନ୍ତ ଆବଶ୍ୟକତା ଥିବାବେଳେ ସେଥିପ୍ରତି ସରକାର ନିରବ ରହିଛନ୍ତି। ଚାଷୀଙ୍କ ସମସ୍ୟାକୁ ନେଇ ମଧ୍ୟ କିଛି କୁହାଯାଇନାହିଁ। ସରକାରୀ ଟଙ୍କାରେ ମୁଖ୍ୟମନ୍ତ୍ରୀ ତାଙ୍କ ଦଳୀୟ ପ୍ରଚାର କରୁଛନ୍ତି। ସମସ୍ତ ତଥ୍ୟକୁ କଂଗ୍ରେସ ରାଜ୍ୟପାଳଙ୍କ ଆଲୋଚନାବେଳେ ଗୃହରେ ଉଠାଇବ।

Advertisment