/odisha-reporter/media/post_attachments/uploadimage/library/16_9/16_9_0/simi_1725205634.jpg)
simi
ଫିଲ୍ମ ଭଳି କଂଗ୍ରେସରେ ମଧ୍ୟ କାଷ୍ଟିଂ କାଉଚ୍ ବା ମହିଳାଙ୍କୁ ଶୋଷଣ କରାଯାଉଛି। ଏପରି ଅଭିଯୋଗ ଆଣି ହଇଚଇ ସୃଷ୍ଟି କରିଥିବା କେରଳ କଂଗ୍ରେସର ବରିଷ୍ଠ ନେତ୍ରୀ ସିମି ରୋସେବେଲ୍ ଜନଙ୍କୁ ଆଜି ଦଳ ବହିଷ୍କୃତ କରିଛି। କେରଳ କଂଗ୍ରେସ ପକ୍ଷରୁ ସିମିଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
କେରଳ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ସିମି ରୋସେବେଲ ଜନଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଉଛି। ସେ ମିଡିଆ ସାମ୍ନାରେ ଦଳର ମହିଳା ନେତ୍ରୀଙ୍କୁ ଅପମାନିତ କରିଥିଲେ। ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଏର୍ଣ୍ଣାକୁଲରମର କଂଗ୍ରେସ ନେତ୍ରୀ ସିମି ସମସ୍ତଙ୍କୁ ଚକିତ କରି ଅଭିଯୋଗ କରିଥିଲେ ଯେ ଦଳରେ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ଶୋଷଣର ଶିକାର ହେବାକୁ ପଡ଼ିଛି। ଗୋଟିଏ ଆଞ୍ଚଳିକ ଚ୍ୟାନେଲକୁ ସେ କହିଥିଲେ ଯେ ଦଳ ଭିତରେ ସୁଯୋଗ ପାଇବା ପାଇଁ ମହିଳାମାନଙ୍କୁ ବୁଝାମଣା କରିବାକୁ ପଡ଼ୁଛି। ସେମାନେ ଶୋଷଣର ଶିକାର ହେବା ପରେ ସୁଯୋଗ ମିଳଥାଏ।
ସେ କେରଳ ବିଧାନସଭାର ବିରୋଧୀ ଦଳ ନେତେ ଭିଭି ସତୀସନଙ୍କ ସମେତ ଅନେକ କଂଗ୍ରେସ ନେତାଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ। ଦଳର ପୁରୁଷ ନେତାଙ୍କୁ ଆକର୍ଷିତ କରିପାରିଲେ ମହିଳାଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ମିଳୁଛି। ଅଭିଜ୍ଞତା ଓ ଦକ୍ଷତାକୁ କଂଗ୍ରେସରେ ଅଣଦେଖା କରାଯାଉଥିବା ସେ କହିଥିଲେ।
ସିମିଙ୍କ ଏପରି ଦାବି ପରେ ହଇଚଇ ସୃଷ୍ଟି ହୋଇଥିଲା। ମଲୟାଲମ ଚଳଚ୍ଚିତ୍ରରେ ମି’ ଠୁ ଝଡ଼ ମଧ୍ୟରେ ସିମିଙ୍କ ଏପରି କାଷ୍ଟିଂ କାଉଚ ଅଭିଯୋଗ ଆସିଥିଲା। ଏବେ କଂଗ୍ରେସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
