Advertisment

ଜନ୍ତାରୀ ଜୁଆଙ୍ଗ ସାହିରେ କଂଗ୍ରେସ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌

ଦୁଇ ମାସରେ ଅଜଣା ରୋଗରେ ଏହିରେ ୧୦ ଜଣଙ୍କ ଜୀବନ ଯାଇଥିଲା। ଏହାଛଡ଼ା ଅନେକ ଅସୁସ୍ଥ ହୋଇ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏନେଇ ଖବର ପ୍ରକାଶ ପାଇବା ପରେ ଆଜି ପ୍ରଭାବିତ ଗାଁରେ ପହଞ୍ଚିଥିଲା କଂଗ୍ରେସ ଟିମ।

author-image
Manoranjan Sial
ଅଦ୍ୟତନ ହୋଇଛି
Congress

Congress

କେନ୍ଦୁଝର ଜିଲ୍ଲା ଜନ୍ତାରୀ ଜୁଆଙ୍ଗ ସାହିରେ ପହଞ୍ଚିଲା କଂଗ୍ରେସ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ରାଜ୍ୟ ସଭାନେତ୍ରୀ ବନ୍ଦିତା ପରିଡ଼ାଙ୍କ ନେତୃତ୍ଵରେ ଯାଇଥିବା ଟିମ୍‌ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲା। ପରେ ଟିମ୍‌ର ସଦସ୍ୟମାନେ ଗାଁ ଲୋକଙ୍କ ସହିତ ଆଲୋଚନା କରିଥିଲେ।

Advertisment

ଦୁଇ ମାସରେ ଅଜଣା ରୋଗରେ ଏହି ଗାଁରେ ୧୦ ଜଣଙ୍କ ଜୀବନ ଯାଇଥିଲା। ଏହାଛଡ଼ା ଅନେକ ଅସୁସ୍ଥ ହୋଇଥିଲେ। ହେଲେ ରୋଗର କାରଣ ଜଣାପଡ଼ୁନଥିଲା। ଏନେଇ ଖବର ପ୍ରକାଶ ପାଇବା ପରେ ଆଜି ପ୍ରଭାବିତ ଗାଁରେ ପହଞ୍ଚିଥିଲା କଂଗ୍ରେସ ଟିମ୍‌। ସ୍ଥିତି ପରଖିବା ପରେ ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଗରିବ ଲୋକଙ୍କ ବିକାଶ ପାଇଁ ପ୍ରଣୟନ କରାଯାଉଥିବା ଯୋଜନା ଏହି ଗାଁରେ କାର୍ଯ୍ୟକାରୀ କରାଯାଉ ନାହିଁ। ଜୁଆଙ୍ଗ ଉନ୍ନୟନ ସଂସ୍ଥା ସଠିକ ରୂପେ କାର୍ଯ୍ୟ କରୁନାହିଁ। ଲୋକଙ୍କ ମୃତ୍ୟୁ ହେବା ପରେ ମଧ୍ୟ ଗାଁକୁ ବିଡ଼ିଓ ଯାଇନଥିବା ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି।

ସେପଟେ ଗାଁରେ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା, ଆବାସ ଯୋଜନା ଓ ପାନୀୟ ଜଳ ପରି ମୌଳିକ ସୁବିଧାରୁ ଲୋକଙ୍କୁ ବଞ୍ଚିତ କରାଯାଇଥିବା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା କହିଛନ୍ତି। ଏସବୁ ସମସ୍ୟାର ସମାଧାନ ପାଇଁ ଗାଁରୁ ଫେରି କେନ୍ଦୁଝର ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିଲେ କଂଗ୍ରେସ ଟିମ।

Advertisment

ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ ପାଣି

Congress Kendujhar