Advertisment

ପ୍ରେସ ରିଲିଜରେ ତ୍ରୁଟିକୁ ନେଇ ଚର୍ଚ୍ଚାରେ କଂଗ୍ରେସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ବଲାଙ୍ଗିର ମେଡିକାଲ କଲେଜ ପ୍ରତିଷ୍ଠାକୁ ନେଇ ରାଜ୍ୟ ସରକାରଙ୍କ ବିଜ୍ଞାପନକୁ ତ୍ରୁଟିପୂର୍ଣ୍ଣ ବୋଲି ଦର୍ଶାଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଜାରି ହୋଇଥିବା ପ୍ରେସ ରିଲିଜରେ ଥିବା ତ୍ରୁଟି ଏବେ ଚର୍ଚ୍ଚାରେ। ବଲାଙ୍ଗିର ମେଡିକାଲ କଲେଜ ପ୍ରତିଷ୍ଠାକୁ ନେଇ ସରକାର ଦେଇଥିବା ବିଜ୍ଞାପନ ଉପରେ ଆପତ୍ତି ଉଠାଇ ଦଳ ପକ୍ଷରୁ ଆଜି ଏକକାଳୀନ ୨ଟି ପ୍ରେସ୍ ରିଲିଜ୍ ଜାରି ହୋଇଛି। ପ୍ରଥମ ପ୍ରେସ୍ ରିଲିଜରେ ପିସିସି ସଭାପତି ଭାବେ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସ୍ୱାକ୍ଷର […]

author-image
Sampad Mahapatra
ଅଦ୍ୟତନ ହୋଇଛି
ପ୍ରେସ ରିଲିଜରେ ତ୍ରୁଟିକୁ ନେଇ ଚର୍ଚ୍ଚାରେ କଂଗ୍ରେସ

pcc 33

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ବଲାଙ୍ଗିର ମେଡିକାଲ କଲେଜ ପ୍ରତିଷ୍ଠାକୁ ନେଇ ରାଜ୍ୟ ସରକାରଙ୍କ ବିଜ୍ଞାପନକୁ ତ୍ରୁଟିପୂର୍ଣ୍ଣ ବୋଲି ଦର୍ଶାଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଜାରି ହୋଇଥିବା ପ୍ରେସ ରିଲିଜରେ ଥିବା ତ୍ରୁଟି ଏବେ ଚର୍ଚ୍ଚାରେ।

Advertisment

publive-image

ବଲାଙ୍ଗିର ମେଡିକାଲ କଲେଜ ପ୍ରତିଷ୍ଠାକୁ ନେଇ ସରକାର ଦେଇଥିବା ବିଜ୍ଞାପନ ଉପରେ ଆପତ୍ତି ଉଠାଇ ଦଳ ପକ୍ଷରୁ ଆଜି ଏକକାଳୀନ ୨ଟି ପ୍ରେସ୍ ରିଲିଜ୍ ଜାରି ହୋଇଛି।

ପ୍ରଥମ ପ୍ରେସ୍ ରିଲିଜରେ ପିସିସି ସଭାପତି ଭାବେ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସ୍ୱାକ୍ଷର କରିଛନ୍ତି। ଯାହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ନିରଞ୍ଜନ ପଟ୍ଟନାୟକଙ୍କ ପରିବର୍ତ୍ତେ ଆର୍ଯ୍ୟ ଜ୍ଞାନେନ୍ଦ୍ର ପିସିସି ସଭାପତି ହୋଇଗଲେଣି କି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ଅପରାହ୍ନରେ ସଂଶୋଧିତ ପ୍ରେସ୍ ରିଲିଜ୍ ଜାରି ହୋଇଛି।

Advertisment

ଅବଶ୍ୟ ପ୍ରେସ ରିଲିଜରେ ବିଷୟବସ୍ତୁ ସମାନ ରହିଛି। ମାତ୍ର ପୂର୍ବରୁ ପିସିସି ସଭାପତି ଭାବେ ଦସ୍ତଖତ କରିଥିବା ଶ୍ରୀ ଜ୍ଞାନେନ୍ଦ୍ର ସଂଶୋଧିତ ପ୍ରେସ୍ ରିଲିଜରେ ଉପସଭାପତି ଭାବେ ସ୍ୱାକ୍ଷର କରିଛନ୍ତି।
ତେବେ ଆର୍ଯ୍ୟ ଜ୍ଞାନେନ୍ଦ୍ରଙ୍କ ସ୍ୱାକ୍ଷରରେ ଆସିଥିବା ଏହି ଦୁଇଟି ପ୍ରେସ ରିଲିଜକୁ ନେଇ ଆଜି ଦିନତମାମ କଂଗ୍ରେସ ଦଳ ଭିତରେ ଓ ବାହାରେ ରୋଚକ ଚର୍ଚ୍ଚା ଲାଗିରହିଛି।