Advertisment

ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ଅଳକା ଲାମ୍ବାଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

କ୍ରମାଗତ ୧୫ ବର୍ଷ ଦିଲ୍ଲୀକୁ ଶାସନ କରିଥିବା କଂଗ୍ରେସ ଗଲା ୨ଟି ଯାକ ବିଧାନସଭା ନିର୍ବାଚନରେ ଗୋଟିଏ ହେଲେ ଆସନ ଜିତିବାକୁ ସକ୍ଷମ ହୋଇ ନଥିଲା।

Alka Lamba

Alka Lamba

Advertisment

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏଥର ଜୋରଦାର ଲଢ଼େଇ ଦେଖିବାକୁ ମିଳିବ। ଫେବୃଆରୀ ମାସରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ୩ ପ୍ରମୁଖ ରାଜନୀତିକ ଦଳ-ଆପ, କଂଗ୍ରେସ ଓ ବିଜେପି ନିଜର ପ୍ରଚାର ବେଗକୁ ଏବେ ଠାରୁ ବଢ଼ାଇ ଦେଇଛନ୍ତି।

Advertisment

ଏସବୁ ଭିତରେ ଏଥର କାଲକାଜୀ ଆସନରେ ସବୁଠାରୁ ବଡ଼ ଲଢ଼େଇ ଦେଖିବାକୁ ମିଳିବ। କାରଣ ଗୋଟିଏ ପଟେ ଆପ୍‌ର ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ଆତିଶୀ ରହିଥିବା ବେଳେ ତାଙ୍କ ବିରୋଧରେ କଂଗ୍ରେସ ଅଳକା ଲମ୍ବାଙ୍କୁ ଆଜି ବିଧିବଦ୍ଧ ଭାବେ ପ୍ରାର୍ଥୀ କରିଛି।

କଂଗ୍ରେସ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ “ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ଅଳକା ଲାମ୍ବାଙ୍କୁ ଦିଲ୍ଲୀର କାଲକାଜୀ ଆସନରୁ ପ୍ରାର୍ଥୀ ହେବାକୁ ଅନୁମତି ଦେଇଛି।” ଅଳକା ହେଉଛନ୍ତି ମହିଳା କଂଗ୍ରେସର ସଭାପତି ପୂର୍ବରୁ ସେ ଆପ୍‌ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କ ଠାରୁ ନିର୍ବାଚନରେ ପରାସ୍ତ ହୋଇଥିଲେ। ଏବେ ତାଙ୍କୁ ଆତିଶୀଙ୍କ ବିରୋଧରେ ପ୍ରାର୍ଥୀ କରାଯାଇଛି।

Advertisment

କ୍ରମାଗତ ୧୫ ବର୍ଷ ଦିଲ୍ଲୀକୁ ଶାସନ କରିଥିବା କଂଗ୍ରେସ ଗଲା ୨ଟି ଯାକ ବିଧାନସଭା ନିର୍ବାଚନରେ ଗୋଟିଏ ହେଲେ ଆସନ ଜିତିବାକୁ ସକ୍ଷମ ହୋଇ ନଥିଲା। ଏଥିର ଦଳ ଉଭୟ ଆପ ଓ ବିଜେପିକୁ ମାତ ଦେଇ କ୍ଷମତା ଦଖଲ କରିବା ଉଦ୍ଦେଶ୍ୟରେ ରହିଛି।

୧୯୯୪ରେ ଅଳକା କଂଗ୍ରେସର ଛାତ୍ର ସଂଗଠନ ଏନଏସ୍‌ୟୁଆଇରେ ଯୋଗ ଦେଇଥିଲେ। ଏନଏସ୍‌ୟୁର ସଦସ୍ୟ ହେବାର ବର୍ଷକ ପରେ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଜିତିଥିଲେ।

୨୦୧୩ରେ ୪୯ ବର୍ଷୀୟ ଅଳକା କଂଗ୍ରେସ ଛାଡ଼ି ଆପରେ ମଶିଥିଲେ। ଏହାପରେ ଚାନ୍ଦନୀ ଚୌକରୁ ବିଧାୟିକା ହୋଇଥିଲେ। କିନ୍ତୁ ୨୦୧୯ରେ ସେ ଆପ୍‌ ଛାଡ଼ି ପୁଣି କଂଗ୍ରେସକୁ ଫେରିଥିଲେ। ଏବେ ସେ ଆପ୍‌ ଓ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଚ୍ୟାଲେଞ୍ଜ ଦେବାକୁ ଅଣ୍ଟା ଭିଡ଼ିଛନ୍ତି।

Alka Lamba Delhi Assembly Election Atishi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe