Advertisment

ବଦଳିଲା ମନୀଷ ତିୱାରୀଙ୍କ ଆସନ, ଚଣ୍ଡିଗଡ଼ରୁ ଟିକେଟ ଦେଲା କଂଗ୍ରେସ

ଏଠାରେ ତାଙ୍କର ଲଢ଼େଇ ବିଜେପିର ସଞ୍ଜୟ ଟଣ୍ଡନଙ୍କ ସହ ହେବ।

author-image
Hemant Lenka
Congress

Congress

ବଦଳିଲା ବରିଷ୍ଠ କଂଗ୍ରେସ ନେତା ମନୀଷ ତିୱାରୀଙ୍କ ଲୋକସଭା ଆସନ। ୨୦୧୯ରେ ସେ ପଞ୍ଜାବର ଆନନ୍ଦପୁର ସାହିବରୁ ଲୋକସଭା ନିର୍ବାଚନ ଜିତି ସଂସଦକୁ ଯାଇଥିଲେ।

Advertisment

କିନ୍ତୁ ଦଳ ତାଙ୍କୁ ଏଥର ଚଣ୍ଡିଗଡ଼ ଆସନରୁ ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇଛି। ଏଠାରେ ତାଙ୍କର ଲଢ଼େଇ ବିଜେପିର ସଞ୍ଜୟ ଟଣ୍ଡନଙ୍କ ସହ ହେବ। ୨୦୧୯ରେ ବିଜେପି ଏଠାରେ ଅଭିନେତ୍ରୀ କିରଣ ଖେରଙ୍କୁ ଟିକେଟ ଦେଇଥିଲା। ସେ ମଧ୍ୟ ବିଜୟୀ ହୋଇଥିଲେ। କିନ୍ତୁ ଦଳ ଏଥର କିରଣଙ୍କ ସ୍ଥାନରେ ସଞ୍ଜୟଙ୍କୁ ଟିକେଟ ଦେଇଛି।

ଏହାବାଦ ହିମାଚଳ ପ୍ରଦେଶ ମଣ୍ଡି ଆସନ ପାଇଁ ମଧ୍ୟ କଂଗ୍ରେସ ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏଠାରେ ବିଧାୟକ ବିକ୍ରମାଦିତ୍ୟ ସିଂହ କଂଗ୍ରେସ ଟିକେଟ ପାଇଛନ୍ତି। ତାଙ୍କର ଲଢ଼େଇ ବିଜେପିର କଙ୍ଗନା ରାଣାୱତଙ୍କ ସହ ହେବ।

Advertisment

୨୦୧୯ରେ ଏଠାରେ ବିକ୍ରମାଦିତ୍ୟଙ୍କ ମା’ ତଥା ହିମାଚଳ କଂଗ୍ରେସର ମୁଖ୍ୟ ପ୍ରତିଭା ସିଂହ ବିଜୟୀ ହୋଇଥିଲେ। ଏବେ ତାଙ୍କ ସ୍ଥାନରେ ୩୫ ବର୍ଷୀୟ ବିକ୍ରମାଦିତ୍ୟ ପ୍ରାର୍ଥୀ ହୋଇଛନ୍ତି।

ଆଜି କଂଗ୍ରେସ ଓଡ଼ିଶାର ୯ ସହ ୧୬ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଗୁଜରାଟର ମାହେସାନାରୁ ରାମଜୀ ଠାକୁର, ଅହମଦାବାଦ ଇଷ୍ଟରୁ ହିମତସିଂହ ପଟେଲ, ରାଜକୋଟରୁ ପରେଶ ଭାଇ ଧନାନି ଓ ନବସରାଇରୁ ନିଶାଧ ଦେଶାଇ ଟିକେଟ ପାଇଛନ୍ତି। ହିମାଚଳ ପ୍ରଦେଶର ଅନ୍ୟତମ ଲୋକସଭା ଆସନ ଶିମଲାରୁ ବିନୋଦ ସୁଲତାନପୁରୀଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି।

ଓଡ଼ିଶାର ବାଲେଶ୍ୱରରୁ ଦଳ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ଟିକେଟ୍ ଦେଇଥିବା ବେଳେ ଭଦ୍ରକରୁ ଅନନ୍ତ ପ୍ରସାଦ ସେଠୀ ଟିକେଟ ପାଇଛନ୍ତି। ସେହିପରି ଯାଜପୁରରୁ ଅଞ୍ଚଳ ଦାସ, ଢେଙ୍କାନାଳରୁ ସସ୍ମିତା ବେହେରା, କେନ୍ଦ୍ରାପଡ଼ାରୁ ସିଦ୍ଧାର୍ଥ ସ୍ୱରୂପ ଦାସ, ଜଗତସିଂହପୁରରୁ ରବୀନ୍ଦ୍ର ସେଠୀ, କେନ୍ଦୁଝରରୁ ମୋହନ ହେମ୍ବ୍ରମ, ପୁରୀରୁ ସୁଚରିତା ମହାନ୍ତି ଓ ଭୁବନେଶ୍ୱରରୁ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କୁ ଦଳ ଲୋକସଭା ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇଛି।

Congress Vikramaditya Singh Lok Sabha Election 2024 Manish Tewari