Advertisment

କଟକ-ବାରବାଟୀରୁ ଲଢ଼ିବେ ସୋଫିଆ

ସୋଫିଆ ହେଉଛନ୍ତି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ। ଆଇନଗତ କାରଣରୁ ମୋକିମ ନିର୍ବାଚନ ଲଢ଼ିବାରୁ ବଞ୍ଚିତ ହୋଇଥିବାରୁ ରାଜ୍ୟ କଂଗ୍ରେସ ପକ୍ଷରୁ ସୋଫିଆଙ୍କ ନାଁ ଏଆଇସିସିକୁ ସୁପାରିସ କରାଯାଇଥିଲା।

author-image
Manoj Swain

ଗତକାଲି କଂଗ୍ରେସ ଓଡ଼ିଶାରେ ଆଉ ୨ଟି ଲୋକସଭା ଓ ୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳ ୨ ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନରେ ପ୍ରାର୍ଥୀ ବଦଳାଇଛି। ବାରିପଦା ଓ ଖଣ୍ଡପଡ଼ା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଛି କଂଗ୍ରେସ। ଅନ୍ୟପକ୍ଷରେ କଟକ-ବାରବାଟୀରୁ ସୋଫିଆ ଫିର୍ଦ୍ଦୋସ ପ୍ରାର୍ଥୀ ହୋଇଛନ୍ତି। ସୋଫିଆ ହେଉଛନ୍ତି ବର୍ତ୍ତମାନର ବିଧାୟକ ମହମ୍ମଦ ମୋକିମଙ୍କ ଝିଅ। ଆଇନଗତ କାରଣରୁ ମୋକିମ ନିର୍ବାଚନ ଲଢ଼ିବାରୁ ବଞ୍ଚିତ ହୋଇଥିବାରୁ ରାଜ୍ୟ କଂଗ୍ରେସ ପକ୍ଷରୁ ସୋଫିଆଙ୍କ ନାଁ ଏଆଇସିସିକୁ ସୁପାରିସ କରାଯାଇଥିଲା। ଏଆଇସିସି ମଧ୍ୟ ସୋଫିଆଙ୍କ ନାଁ ଉପରେ ମୋହର ମାରିଛି। ତେବେ ଟିକେଟ୍‌ ମିଳିବା ପରେ ସୋଫିଆ କଣ କହିଛନ୍ତି ଶୁଣନ୍ତୁ। 

Advertisment
Cuttack Congress Odisha