Advertisment

ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିପକ୍ଷରେ ଲଢିବେ 'ରାମାୟାଣ' ଅଭିନେତା

ଆଜି ତିନୋଟି ରାଜ୍ୟ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ।

ଅଦ୍ୟତନ ହୋଇଛି
Vikram Mastal & Shivraj Singh Chouhan

Vikram Mastal & Shivraj Singh Chouhan

Advertisment

ମଧ୍ୟ ପ୍ରଦେଶ ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ଦଳ ଅଭିନେତା ବିକ୍ରମ ମସ୍ତାଲଙ୍କୁ ଟିକେଟ୍ ଦେଇଛି।ତାଙ୍କୁ ଦଳ ମଧ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କ ବିପକ୍ଷରେ ଛିଡା କରାଇଛି।

Advertisment

ପାଞ୍ଚ ରାଜ୍ୟ ବିଧାନସଭା ନିର୍ବାଚନ ତାଲିକା ଘୋଷଣା ପରେ ସରଗରମ ହୋଇଯାଇଛି ରାଜନୀତି। ଆଗକୁ ଲୋକସଭା ନିର୍ବାଚନ ଥିବାରୁ ଏହା ଏକ ପ୍ରକାର ଫ୍ଲୋର୍ ଟେଷ୍ଟ। ତେଣୁ ଏହି ସେମିଫାଇନାଲରେ ଉତ୍କୃଷ୍ଠ ପ୍ରଦର୍ଶନ ପାଇଁ ଫୁଲ୍ ଦମରେ ଲାଗି ପଡିଛନ୍ତି ବିଭିନ୍ନ ରାଜନୈତିକ ଦଳ। ଆଜି ତିନୋଟି ରାଜ୍ୟ ମଧ୍ୟ ପ୍ରଦେଶ, ଛତିଶଗଡ ଏବଂ ତେଲେଙ୍ଗାନା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ।

ଦଳ ଏଥର ମଧ୍ୟ ପ୍ରଦେଶର ବିଜେପି ସରକାରରେ ମୁଖ୍ୟମନ୍ତ୍ରୀ ଥିବା ଶିବରାଜ ସିଂହ ଚୌହାନଙ୍କ ବିପକ୍ଷରେ ଲୋକପ୍ରିୟ ଅଭିନେତା ବିକ୍ରମ ମସ୍ତାଲଙ୍କୁଟିକେଟ୍ ଦେଇଛି। 2008ରେ ଆନନ୍ଦ ସାଗରଙ୍କ ନିର୍ମିତ 'ରାମାୟଣ'ଟିଭି ସିରିଏଲର 'ହନୁମାନ' ଚରିତ୍ରରେ ଅଭିନୟ କରିଥିବା ବିକ୍ରମ ମସ୍ତାଲଙ୍କୁ ଟିକେଟ୍ ଦେଇଛି କଂଗ୍ରେସ। ଶିବରାଜ ସିଂହ ଚୌହାନଙ୍କୁ ବିଜେପି ବୁଦ୍ଧନି ନିର୍ବାଚନ ମଣ୍ଡଳୀରୁ ଟିକେଟ୍ ଦେଇଥିବା ବେଳେ କଂଗ୍ରେସ ଏହି ଆସନରୁ ବିକ୍ରମ ମସ୍ତାଲଙ୍କୁ ଛିଡା କରାଇଛି।

Advertisment

ସେହିପରି, ଦଳ ପିସିସି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ ଛିନ୍ଦୱାରାରୁ ଟିକେଟ୍ ଦେଇଥିବା ବେଳେ ପୂର୍ବଚନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ପୁଅ ଜୟବର୍ଦ୍ଧନ ସିଂହଙ୍କୁ ଗାଘିଗଠ ଆସନରୁ ଟିକେଟ୍ ଦେଇଛି। ଦିଗବିଜୟ ଶେଷ ଥର ପାଇଁ କମଲ ନାଥଙ୍କ ସରକାରରେ ମନ୍ତ୍ରୀ ଥିଲେ।

ରାଜ୍ୟସଭାର ପୂର୍ବତନ ସଦସ୍ୟ ତଥା ମନ୍ତ୍ରୀ ବିଜୟ ଲକ୍ଷ୍ମୀ ସାଧୋଙ୍କୁ ମହେଶ୍ୱର-ଏସସି ବିଧାନସଭା ଆସନରୁ ଏବଂ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଜିତୁ ପାଟୱାରୀଙ୍କୁ ରାଉ ଆସନରୁ ଟିକେଟ୍ ଦେଇଛି କଂଗ୍ରେସ। ପ୍ରଥମ ପର୍ଯ୍ୟାୟରେ ଘୋଷଣା ହୋଇଥିବା ଏହି ପ୍ରାର୍ଥୀ ତାଲିକାରେ ସାଧାରଣ ବର୍ଗର 47 ଜଣ ପ୍ରାର୍ଥୀ, ଓବିସି ବର୍ଗର 39 ଜଣ, ଏସଟି ବର୍ଗର 30 ଜଣ, ଏସସି ବର୍ଗର 22 ଜଣ, ଜଣେ ମୁସଲମାନ ଏବଂ 19 ଜଣ ମହିଳା ଅଛନ୍ତି। ପ୍ରାର୍ଥୀଙ୍କ ମଧ୍ୟରୁ 60 ଜଣ 50 ବର୍ଷରୁ କମ୍ ବୟସ୍କ ଲୋକ ଅଛନ୍ତି।

ସେପଟେ, ବିଜେପି ମଧ୍ୟପ୍ରଦେଶର ବିଧାନସଭା ନିର୍ବାଚନମଣ୍ଡଳୀର ଅଧାରୁ ଅଧିକ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି। 230 ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ପାଇଁ 136 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି ବିଜେପି। ନଭେମ୍ବର 17ରେ ଏଠାରେ ମତଦାନ ଏବଂ ଡିସେମ୍ବର 3ରେ ଭୋଟ ଗଣତି ହେବ।

Assembly Election MP Assembly Election 2023 Ramayan Actor Vikram Mastal Shivraj Singh Chouhan MP Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe